- . ଫ୍ଲୋର୍ ଟେଷ୍ଟ୍ରେ ଜିତିଲେ ସିନ୍ଧେ ସରକାର । ମହାରାଷ୍ଟ୍ର ବିଧାନସଭା ଫ୍ଲୋର୍ ଟେଷ୍ଟ୍ରେ ସିନ୍ଧେ ସରକାର ନିଜ ଶକ୍ତି ପ୍ରମାଣିତ କରି ଜିତିଛନ୍ତି । ଆଜି ବିଧାନସଭାରେ ହୋଇଥିବା ଭୋଟିଂରେ ସିନ୍ଧେଙ୍କ ନେତୃତ୍ୱ ସରକାର ମ୍ୟାଜିକ୍ ନମ୍ବର ହାସଲ କରିଛନ୍ତି। ସିନ୍ଧେଙ୍କ ସପକ୍ଷରେ ପଡ଼ିଥିଲା ୧୬୪ଟି ଭୋଟ୍।
![]()
- . ବିଧାନସଭା ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ l ରାଜ୍ୟରେ ୩ ବର୍ଷରେ ୧୦ ହଜାର ୧୨୯ ଦୁଷ୍କର୍ମ ମାମଲାରେ ଗୃହରେ ତୁମ୍ବି ତୋଫାନ ସୃଷ୍ଟି ହୋଇଥିଲା । ଏହି ପ୍ରସଂଗରେ ଗୃହରେ ଉତ୍ତର ରଖିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ l ସେହିପରି ରୁଚିକା ଆତ୍ମହତ୍ୟା ମାମଲା ଓ ମମିତା ହତ୍ୟାକାଣ୍ଡ ପ୍ରସଙ୍ଗରେ ମଧ୍ୟ ଗୃହରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା।
![]()
- . ଆଜିଠୁ ଭିଜିବ ସାରା ଓଡ଼ିଶା l ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ୪ରୁ ୫ଦିନ ଯାଏ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି l ବର୍ଷାକୁ ଦୃଷ୍ଟିରେ ରଖି ୧୭ ଜିଲ୍ଲାକୁ ୟେଲୋ ଓ ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।
![]()
- . ବର୍ଷା ଅନୁଭବ ବିବାହ ବିଚ୍ଛେଦ ମାମଲାରେ କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । କୋର୍ଟରେ ସାକ୍ଷ୍ୟ ପ୍ରଦାନ କରିଛନ୍ତି ଅନୁଭବ । ୫ ଓ ୬ ତାରିଖ ଯାଏଁ ଚାଲିବ ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ।
![]()
- . ଆସନ୍ତା ଜୁଲାଇ ୬ରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ । ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ୍ । ଗତ ୨ ବର୍ଷ ହେଲା କରୋନା ଯୋଗୁଁ ଅଫଲାଇନ୍ ପରୀକ୍ଷା ହୋଇପାରି ନ ଥିବା ବେଳେ ଚଳିତ ବର୍ଷ ଅଫଲାଇନ୍ ପରୀକ୍ଷା ହୋଇଥିଲା । ଚଳିତ ବର୍ଷ ୫ ଲକ୍ଷ ୨୮ ହଜାର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ ।
![]()
- . ଦେଶରେ ପୁଣି ଚିନ୍ତା ବଢାଇଲାଣି କରୋନା l ଗତ ସପ୍ତାହକ ମଧ୍ୟରେ ୧ ଲକ୍ଷ ନୂଆ ଆକ୍ରାନ୍ତ ଚିହଟ ହୋଇଛନ୍ତି l ମୃତ୍ୟ ସଂଖ୍ୟା ୫୪ ପ୍ରତିଶତ ବୃଦ୍ଧି ହୋଇଛି l ଜୁନ୍ ୨୭ରୁ ଜୁଲାଇ ୩ ମଧ୍ୟରେ ୧୯୨ ଜଣଙ୍କର ମୃତ୍ୟୁ ହୋଇଛି ।
![]()
- . ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ କଲେଜ ପକ୍ଷରୁ ତଦନ୍ତ ପାଇଁ ଗଠନ ହୋଇଛି ୬ ଜଣିଆ ଇନକ୍ୱାରୀ ଟିମ୍ । ଯେଉଁଥିରେ ଆଣ୍ଟି ରାଗିଂ କମିଟି, ଶୃଙ୍ଖଳା କମିଟି ଓ ସମସ୍ତ ବିଭାଗର ଅଧ୍ୟାପକ ସାମିଲ୍ ଅଛନ୍ତି । ରାଗିଂ ନେଇ ରୁଚିକା ପୂର୍ବରୁ କୌଣସି ଅଭିଯୋଗ କରିନଥିଲେ । ସେପଟେ ଘଟଣା ପ୍ରତିବାଦରେ କଲେଜ ଫାଟକ ଆଗରେ ବସିଛନ୍ତି ରୁଚିକାଙ୍କ ପରିବାର ଲୋକ ଓ କିଛି ଛାତ୍ର ସଂଗଠନ ।
![]()
- . ଜନ୍ମବେଦୀରେ ଚାଲିଛି ମହାପ୍ରଭୁଙ୍କ ଲୀଳାଖେଳା । ଆଡ଼ପ ମଣ୍ଡପରେ ଚାଲିଛି ଶ୍ରୀଜିଉଙ୍କ ନୀତିକାନ୍ତି । ଆଜି ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥିରେ ଅନୁଷ୍ଠିତ ହେବ ବନକଲାଗି ନୀତି । ଦ୍ୱିତୀୟ ଭୋଗମଣ୍ଡପ ପରେ ଶ୍ରୀଜିଉଙ୍କ ଏହି ଗୁପ୍ତ ନୀତି କରାଯିବ। ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତମହାପାତ୍ର ସେବକ ।
![]()
- . ହିମାଚଳପ୍ରଦେଶ କୁଲୁରେ ଘାଟିରୁ ଖସିଲା ବସ୍ । ଫଳରେ ୧୬ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଏହା ସହ ଏକାଧିକ ଆହତ ମଧ୍ୟ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି l ଘଟଣାସ୍ଥଳରେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବସରେ ୪୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିବା ବେଳେ ଅନେକ ସ୍କୁଲ ଛାତ୍ର ରହିଥିଲେ ।
![]()
- . ଡେନମାର୍କ ରାଜଧାନୀ କପେନହେଗେନର ଏକ ସପିଂ ମଲରେ ଅାଖିମୁଜା ଗୁଳିମାଡ l ଫଳରେ ୩ଜଣ ପୋଲିସ ମୃତ୍ୟୁବରଣ କରିଛନ୍ତି l ଘଟଣାସ୍ଥଳରୁ ଜଣଙ୍କୁ ଗିରଫ କରାଯାଇଛି ଏବଂ ଅଧିକ ତଦନ୍ତ ଜାରି ରହିଛି।
ଭାଙ୍ଗିଗଲା ଆଲପାଇନ୍ ଗ୍ଲାସିୟରର ବିଶାଳ ଖଣ୍ଡ l ଇଟାଲୀର ଆଲପାଇନ୍ ଗ୍ଲାସିୟରର ଏକ ଖଣ୍ଡ ଭାଙ୍ଗିଯାଇଛି। ଫଳରେ ଅତିକମରେ ୫ ଜଣ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି । ଆହୁରି ମଧ୍ୟ ୮ ଜଣ ଗୁରୁତର ହୋଇଛନ୍ତି ।
. ଇଂଲଣ୍ଡ ଗସ୍ତରେ ଥିବା ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର । ଭାରତୀୟ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା କରୋନାରୁ ସୁସ୍ଥ ହୋଇଛନ୍ତି । ରବିବାର ରୋହିତଙ୍କ କରୋନା ରିପୋର୍ଟ୍ ନେଗେଟିଭ୍ ଆସିଛି । ଏହାପରେ ସେ ଅଭ୍ୟାସ ପାଇଁ ମଇଦାନକୁ ଓହ୍ଲାଇଛନ୍ତି ।
ମୋତେ ଭୁଲରେ ଦାୟିତ୍ୱ ମିଳିଥିଲା , ରାହୁଲ ଦ୍ରାବିଡ ଟିମ୍କୁ ନୂଆ ଶିଖରରେ ପହଞ୍ଚାଇବେ ବୋଲି କହିଛନ୍ତି ପୂର୍ବତନ କୋଚ୍ ରବି ଶାସ୍ତ୍ରୀ। ରାହୁଲ –ରୋହିତଙ୍କ ଯୋଡି ବିଶ୍ୱକପରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରହିଥିବା ସେ ପ୍ରତ୍ରିକିୟା ଦେଇଛନ୍ତି।![]()
- ‘ମହାଭାରତ’କୁ ନେଇ ରାଜାମୌଲିଙ୍କ ବଡ ଆନାଉନ୍ସମେଣ୍ଟ, ଡ୍ରିମ୍ ପ୍ରୋଜେକ୍ଟକୁ ନେଇ କହିଲେ ପ୍ଲାନ, ଏହି ବିଗ୍ ବଜେଟ୍ ପ୍ରୋଜେକ୍ଟକୁ ବଡ଼ ପରଦାରେ ଉପସ୍ଥାପନ କରିବାକୁ ଆଗେଇ ଆସିଛନ୍ତି । ସିନେମା ଇତିହାସରେ ସବୁଠାରୁ ମହଙ୍ଗା ଚଳଚ୍ଚିତ୍ର ହେବ
![]()
- ‘ଶେହଜାଦା’ର ଶୁଟିଂ ଆରମ୍ଭ କଲେ କାର୍ତ୍ତିକ୍, କ୍ରିତିଙ୍କ ସହ ଆକ୍ସନ୍ ଅନ୍ଦାଜ୍ରେ ଆସିବେ ନଜର । ଅଭିନେତା ତାଙ୍କ ପୋଷ୍ଟରେ ‘ଶେହଜାଦା’ ସହ ଜଡିତ ଏକ ଅପଡେଟ୍ ସେୟାର କରିଛନ୍ତି । କାର୍ତ୍ତିକ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ସୁଟିଂ ସେଟରୁ ନିଜର ଏକ ଫଟୋ ସେୟାର କରିଛନ୍ତି।
![]()
BREAKING NEWS
- ମୁଁ ଆପଣଙ୍କୁ ଛୁଇଁପାରିବି କି?’: ଅଭିଷେକ ଶର୍ମାଙ୍କୁ ଦେଖି ହୋସ୍ ହରାଇଲେ ସୁନ୍ଦରୀ ଫ୍ୟାନ୍
- ଅଗରକରଙ୍କ କାର୍ୟ୍ୟକାଳ ଶେଷ: ମୁଖ୍ୟ ଚୟନକର୍ତ୍ତା ପଦ ପାଇଁ ଆନୁଷ୍ଠାନିକ ଭାବେ ଆବେଦନ ଆହ୍ୱାନ
- ଟିମ୍ ଇଣ୍ଡିଆକୁ ବଡ଼ ଝଟ୍କା, ଆହତ ହୋଇ ଦଳରୁ ବାହାରିଲେ ପ୍ରସିଦ୍ଧ କୃଷ୍ଣା
- ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
- HALରେ ୨ୟ ‘ଶକ୍ତି ଇଞ୍ଜିନ୍ ମାନୁଫାକ୍ଚରିଙ୍ଗ୍ ଲାଇନ୍’ର ଉଦ୍ଘାଟନ କଲେ ରାଜନାଥ ସିଂହ
- ପାକିସ୍ତାନ ଗୁପ୍ତଚର ମାମଲାରେ ଆନ୍ଧ୍ର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ୧୩ ନୌସେନା କର୍ମଚାରୀଙ୍କ ସମେତ ୧୮ ଜଣ ସନ୍ଦିଗ୍ଧ ଓ ୨ ଗିରଫ
- କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ସମ୍ବଲପୁରରେ ୪ ଅଣ୍ଡରପାସ୍ ସହ ଫ୍ଲାଇଓଭର ଦାବି
- ଦୁର୍ଗା ପୂଜା ପୂର୍ବରୁ କୁଖ୍ୟାତ ଅପରାଧୀ ଘର ଉପରେ ବୁଲିଲା ବୁଲ୍ଡୋଜର
- ରାହୁଲ ଗାନ୍ଧୀଙ୍କୁ ରିଲଞ୍ଚ କରିବା ପାଇଁ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ବିରୋଧୀ, ଇଣ୍ଡିଆ ମେଣ୍ଟ ଉପରେ ବର୍ଷିଲେ ସମ୍ବିତ
- ପୀତବାସ ପଣ୍ଡା ହତ୍ୟା ମାମଲା: ସାକ୍ଷୀଙ୍କୁ ଧମକାଇବା ଅଭିଯୋଗ, ଥାନାରେ ହାଜର ହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା









ଭାଙ୍ଗିଗଲା ଆଲପାଇନ୍ ଗ୍ଲାସିୟରର ବିଶାଳ ଖଣ୍ଡ l ଇଟାଲୀର ଆଲପାଇନ୍ ଗ୍ଲାସିୟରର ଏକ ଖଣ୍ଡ ଭାଙ୍ଗିଯାଇଛି। ଫଳରେ ଅତିକମରେ ୫ ଜଣ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି । ଆହୁରି ମଧ୍ୟ ୮ ଜଣ ଗୁରୁତର ହୋଇଛନ୍ତି ।
. ଇଂଲଣ୍ଡ ଗସ୍ତରେ ଥିବା ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର । ଭାରତୀୟ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା କରୋନାରୁ ସୁସ୍ଥ ହୋଇଛନ୍ତି । ରବିବାର ରୋହିତଙ୍କ କରୋନା ରିପୋର୍ଟ୍ ନେଗେଟିଭ୍ ଆସିଛି । ଏହାପରେ ସେ ଅଭ୍ୟାସ ପାଇଁ ମଇଦାନକୁ ଓହ୍ଲାଇଛନ୍ତି ।
ମୋତେ ଭୁଲରେ ଦାୟିତ୍ୱ ମିଳିଥିଲା , ରାହୁଲ ଦ୍ରାବିଡ ଟିମ୍କୁ ନୂଆ ଶିଖରରେ ପହଞ୍ଚାଇବେ ବୋଲି କହିଛନ୍ତି ପୂର୍ବତନ କୋଚ୍ ରବି ଶାସ୍ତ୍ରୀ। ରାହୁଲ –ରୋହିତଙ୍କ ଯୋଡି ବିଶ୍ୱକପରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରହିଥିବା ସେ ପ୍ରତ୍ରିକିୟା ଦେଇଛନ୍ତି।



Comments are closed.