Latest Odisha News

BREAKING NEWS

ସୋସିଆଲ ମିଡିଆରେ ଶ୍ରୀମନ୍ଦିର ବେଢାର ଫଟୋ ଛାଡି ନିଲମ୍ବିତ ହେଲେ ସେବାୟତ

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିର ଭିତର ଦୃଶ୍ୟର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ଘଟଣାରେ ଗୁରୁବାର ଦିନ ଜଣେ ସେବାୟତ ନିଲମ୍ବିତ ହୋଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ ମନ୍ଦିର ବେଢା ମଧ୍ୟରେ ମହାପ୍ରଭୁଙ୍କ ପାଇଁ ପଇତା ତିଆରି ହେଉଥିବାର ଦୃଶ୍ୟ ଅଶୋକ ପାତ୍ର ନାମକ ଜଣେ ପାଟରା ସେବାୟତ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ ।

ଏହି ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ସମ୍ପୃକ୍ତ ପାଟରା ସେବାୟତଙ୍କୁ ପାଟରା ନିଯୋଗ ପକ୍ଷରୁ ନିଲମ୍ବିତ କରାଯାଇଥିବା ଜଣାପଡିଛି ।

ଉଲ୍ଲେଖଯୋଗ୍ୟ, ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ମନ୍ଦିର ମଧ୍ୟକୁ ମୋବାଇଲ୍ ଓ କ୍ୟାମେରା ନେବା ସମ୍ପୂର୍ଣ୍ଣ ରୂପେ ନିଷେଧ ।

Leave A Reply

Your email address will not be published.