Latest Odisha News

ପଞ୍ଚଭୂତରେ ବିଲିନ ହେଲା ଓଡିଆ ସହିଦ ଯବାନ ଅଜିତଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର : ଜମ୍ମୁ-କାଶ୍ମୀର ଆଇଇଡି ବିସ୍ଫୋରଣରେ ସହିଦ ହୋଇଥିବା ଓଡିଆ ଯବାନ ଅଜିତ କୁମାର ସାହୁଙ୍କ ଶେଷକୃତ୍ୟ ଆଜି ଅପରାହ୍ନରେ ସଂପନ୍ନ ହୋଇଛି ।

ଗତକାଲି ବିଳମ୍ବିତ ରାତିରେ ଅଜିତଙ୍କ ପାର୍ଥୀବ ଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ଆସି ପହଞ୍ଚିଥିଲା । ପରବର୍ତ୍ତୀ ସମୟରେ ସେନାପକ୍ଷରୁ ଏହି ବୀର ଯବାନଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯିବା ପରେ ରାଜ୍ୟପାଳ ଗଣେଶୀ ଲାଲ୍ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।

ମିଳିଥିବା ସୂଚନାନୁଯାୟୀ ଆଜି ତାଙ୍କ ମରଶରୀରକୁ ନିଜ ପୈତୃକ ଗ୍ରାମ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ବ୍ଲକ୍ ଅନ୍ତର୍ଗତ ବଡସୁଆଁଳ ଗ୍ରାମକୁ ନିଆଯାଇଥିଲା । ସେଠାରେ ତାଙ୍କୁ ପୋଲିସ ପ୍ରଶାସନ ପକ୍ଷରୁ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା । ପରେ ଆଜି ପୂର୍ବାହ୍ନରେ ଗାଁ ପାଖ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି ।

ଏହି ସମୟରେ ସାରା ଗାଁରେ ଶୋକାକୁଳ ପରିସ୍ଥିତି ଛାଇ ଯାଇଛି ।

Leave A Reply

Your email address will not be published.