Latest Odisha News

BREAKING NEWS

ମହାନଦୀରେ ହେବ ନମାମୀ ଗଙ୍ଗା ପରି ପ୍ରକଳ୍ପ: ରାଷ୍ଟ୍ରପତି

ନୂଆଦିଲ୍ଲୀ : ନମାମୀ ଗଙ୍ଗା ଯୋଜନା ପରି ମହାନଦୀକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ କେନ୍ଦ୍ର ପକ୍ଷରୁ ମଧ୍ୟ ପ୍ରକଳ୍ପ କରାଯିବ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ଦିନ ପ୍ରକାଶ କରିଛନ୍ତି ।

ପାର୍ଲିଆମେଣ୍ଟର ମିଳିତ ଅଧିବେଶନରେ ଯୋଗଦେଇ ରାଷ୍ଟ୍ରପତି କୋବିନ୍ଦ କହିଛନ୍ତି, ଗଙ୍ଗା ନଦୀ ଭଳି କାବେରୀ, ପେରୀୟର, ନର୍ମଦା, ଯମୁନା ଓ ଗୋଦାବରୀ ଭଳି ମହାନଦୀକୁ ମଧ୍ୟ ପ୍ରଦୂଷଣ ମୁକ୍ତ କରିବା ପାଇଁ ପ୍ରୟାସ କରାଯିବ ।

ନମାମୀ ଗଙ୍ଗା ପ୍ରକଳ୍ପରେ ଏପର୍ଯ୍ୟନ୍ତ ଗଙ୍ଗା ନଦୀର ସଫେଇ କାର୍ଯ୍ୟରେ ୨୮,୪୫୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ନେଇ ସୂଚନା ମିଳିଛି ।

ଆହୁରି ମଧ୍ୟ ଗଙ୍ଗା ନଦୀକୁ ସମ୍ପୂର୍ଣ୍ଣ ପ୍ରଦୂଷଣ ମୁକ୍ତ କରିବା ପାଇଁ ସରକାର ଗଙ୍ଗା ସହ ସଂଲଗ୍ନ ନାଳ ଗୁଡିକୁ ଖୁବଶ୍ରୀଘ୍ର ପରିଷ୍କାର କରିବେ ବୋଲି ରାଷ୍ଟ୍ରପତି କହିଛନ୍ତି ।

Leave A Reply

Your email address will not be published.