ଭୁବନେଶ୍ୱର: ଏଣିକି ସ୍କୁଲ ଭିତରକୁ କ୍ୟାମେରା ଯାଇପାରିବନି । ଅର୍ଥାତ ଗଣମାଧ୍ୟମ ପ୍ରତିନିଧି କ୍ୟାମେରା ଧରି ସ୍କୁଲ ଭିତରକୁ ପ୍ରବେଶ କରିପାରିବେନି । ଏ ନେଇ ରାଜ୍ୟ ସରକାର ଏକ ନିର୍ଦ୍ଦେଶ ଦେଇଛନ୍ତି । ଯଦି କେହି ପ୍ରବେଶ କରିବାକୁ ପ୍ରୟାସ କରନ୍ତି ତାହେଲେ ତାଙ୍କ ବିରୋଧରେ ସ୍ଥାନୀୟ ଥାନାରେ ସଂପୃକ୍ତ ସ୍କୁଲର ପ୍ରଧାନଶିକ୍ଷକ ଏତଲା ଦେଇପାରିବେ ବୋଲି ସରକାର କହିଛନ୍ତି । ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ଏକ ବିଜ୍ଞପ୍ତି ଜାରି କରି ସମସ୍ତ ବିଇଓ ମାନଙ୍କୁ ପଠାଇଛନ୍ତି । ଏହି ନିର୍ଦ୍ଦେଶନାମାକୁ ଆଗାମୀ ଦିନରେ ସମସ୍ତ ବିଦ୍ୟାଳୟରେ ପାଳନ କରିବାକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛି ବିଭାଗ ।
ନିକଟରେ ଢେଙ୍କାନାଳର ଏକ ସ୍କୁଲର ଶିକ୍ଷକ ଏବଂ ଛାତ୍ର ଛାତ୍ରୀଙ୍କୁ ଗଣମାଧ୍ୟମ ପ୍ରତିନିଧି ଯାଇ କିଛି ପ୍ରଶ୍ନ ପଚାରିଥିଲେ । ଯେଉଁଥିରେ ସ୍କୁଲର ଶିକ୍ଷକ ଜଣଙ୍କ ଅତି ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ପାରିନଥିଲେ । କିନ୍ତୁ ସ୍କୁଲର ଛାତ୍ରଛାତୀ ରିପୋର୍ଟରଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ । ଏହାପରେ ପିଲାଙ୍କୁ ପାଠ ପଢାଉଥିବା ଶିକ୍ଷକଙ୍କର ଯୋଗ୍ୟତା ଓ ଦକ୍ଷତାକୁ ନେଇ ପ୍ରଶ୍ନ ଉଠିଥିଲ।। ଏମିିତିକି ରାଜ୍ୟ ସରକାରହଙ୍କ ନିଯୁକ୍ତି ପ୍ରକ୍ରିୟାକୁ ନେଇ ମଧ୍ୟ ଆଲୋଚନା ହେବାରେ ଲାଗିଥିଲା। ତେବେ ଏହି ଘଟଣା ପରେ ରାଜ୍ୟ ସରକାର ହଠାତ ଏପରି ଏକ ଅଙ୍କୁଶ ଲଗାଇଛନ୍ତି ବୋଲି କୁହାଯାଉଛି ।
ତେବେ ସରକାରଙ୍କ ଏପରି ପଦକ୍ଷେପ ଆଗାମୀ ଦିନରେ ଶିକ୍ଷାର ବ୍ୟବସ୍ଥାକୁ ଆହୁରି ଦୁର୍ବଳ କରିଦେବାର ଆଶଙ୍କା ମଧ୍ୟ ରହିଛି । କାରଣ ସ୍କୁଲର ରୂପାନ୍ତରଣୀରଣ କରି ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାର ଉନ୍ନତୀ ଆଣୁଛନ୍ତି ବୋଲି ବାର୍ତା ଦେଉଛନ୍ତି । ହେଲେ ଅନେକ ସ୍କୁଲରେ ଏବେ ବି ଗୋଟିଏ କଳାପଟାକୁ ଦୁଇ ଭାଗ କରି ଦୁଇଟି ଶ୍ରେଣୀର ପିଲା ପାଠ ପଢୁଥିବାର ନଜିର ରହିଛି । ଏପରି ଭିଡିଓ ଅନେକ ଗଣମାଧ୍ୟମ ପ୍ରତିନିଧି ଆଣି ସଂପୃକ୍ତ ସ୍କୁଲର ଉନ୍ନତୀ କରିବାକୁ ଗୋଟିଏ ପ୍ରକାର ଚାପ ମଧ୍ୟ ସୃଷ୍ଟି କରାଇଥାନ୍ତି । କିନ୍ତୁ ଏବେ ରାଜ୍ୟ ସରକାରଙ୍କ ଅଙ୍କୁଶ ଆଗାମୀ ଦିନରେ ଦୁର୍ବଳ ଶିକ୍ଷା ବ୍ୟବସ୍ଥାକୁ ଅନ୍ଧାର ଘର ଭିତରକୁ ଠେଲି ଦେବ ବୋଲି ଆଶଙ୍କା କରାଯାଉଛି ।
Comments are closed.