Latest Odisha News

BREAKING NEWS

ଜାଣନ୍ତୁ; ଭୁବନେଶ୍ୱରରେ କେଉଁ ହସପିଟାଲରେ ମିଳିବ ବୁଷ୍ଟର ଡୋଜ୍

ଭୁବନେଶ୍ବର: ଆସନ୍ତାକାଲି ଶୁକ୍ରବାର ଠାରୁ ୧୮ରୁ ୫୯ ବର୍ଗର ଲୋକଙ୍କୁ ମାଗଣା ପ୍ରିକସନାରୀ ଡୋଜ୍ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ । ଭୁବନେଶ୍ବରରେ କ୍ୟାପିଟାଲ ହସପିଟାଲ, ବିଏମସି ହସପିଟାଲ, ୟୁନିଟ 4 ୟୁପିଏଚସି , ପଟିଆ ୟୁସିଏଚସି, ଡୁମଡୁମା ୟୁଚିଏଚସି, ୟୁନିଟ୍ 8 ୟୁପିଏଚସି, ଆଇଆରସି ଭିଲେଜ ୟୁପିଏଚସି, ଘାଟିକିଆ ୟୁପିଏଚସି, ଭୁବନେଶ୍ବର ଏମସ୍, ସହିଦନଗର ୟୁପିଏଚସି, ସାମନ୍ତରାପୁର ୟୁପିଏଚସି, କଳ୍ପନା ୟୁପିଏଚସିରେ ମାଗଣା ଟିକା ନେଇପାରିବେ ।

ସେହିପରି ବ୍ରହ୍ମପୁର ସହରରେ ଶୁକ୍ରବାର ଠାରୁ କରୋନା ଟୀକାର ବୁଷ୍ଟର୍‌ ଡୋଜ୍‌ ୧୮ରୁ ୫୯ ବର୍ଷ ବୟସ୍କଙ୍କୁ ପ୍ରଦାନ କରାଯିବ । ଏନେଇ ବ୍ରହ୍ମପୁର ମହାନଗର ନିଗମ ତରଫରୁ ଘୋଷଣା କରାଯାଇଛି । ସହରରେ ଥିବା ସମସ୍ତ ୮ଟି ସହରାଞ୍ଚଳ ପ୍ରାଥମିକ ସ୍ଥ୍ୟକେନ୍ଦ୍ର(ୟୁପିଏଚ୍‌ସି)ରେ ସହରବାସୀ ବୁଷ୍ଟର ଡୋଜ୍‌ ନେଇପାରିବେ । ଅନଲାଇନ ଏବଂ ଅଫଲାଇନରେ ବୁକିଂ ହୋଇପାରିବ । ତେବେ ଶୁକ୍ରବାର ସକାଳ ୯ଟା ବେଳେ ଅନଲାଇନରେ ସ୍ଳଟ୍‌ ବୁକିଂ ଆରମ୍ଭ ହେବ । ମହାନଗର ନିଗମ ତରଫରୁ ସୁରୁଖୁରୁରେ ଟିକାକରଣ ଅଭିଯାନ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ।

Leave A Reply

Your email address will not be published.