କୋଲକାତା: ମୁଖତାର ଅବାସ ନକଭି ବେଙ୍ଗଲର ନୂତନ ରାଜ୍ୟପାଳ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନ ଥିଲେ ମଧ୍ୟ ବିଜେପି ଏମପି ହଂସରାଜ ହଂସ ବେଙ୍ଗଲର ରାଜ୍ୟପାଳ ହେବା ନେଇ ନକଭିଙ୍କୁ ଟୁଇଟରରେ ଅଭିନନ୍ଦନ ଜଣାଇଥିଲେ । ଅବଶ୍ୟ ଏହାର କିଛି ସମୟ ପରେ ସେ ଏହି ଟୁଇଟ ଡିଲିଟ କରି ଦେଇଥିଲେ । ଏହାକୁ ନେଇ ସେ ରାଜ୍ୟପାଳ ହେବାକୁ ଯାଉଛନ୍ତି ବୋଲି ପୂର୍ବାନୁମାନ କରାଯାଉଛି । ସୂଚନାଯୋଗ୍ୟ, ବେଙ୍ଗଲର ପୂର୍ବ ରାଜ୍ୟପାଳ ଜଗଦୀପ ଧନଖଡ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି । ତାଙ୍କ ସ୍ଥାନରେ ନକଭିଙ୍କୁ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରାଯିବା ନେଇ ସମ୍ଭାବନା ବ୍ୟକ୍ତ କରାଯାଇଛି । ନକଭିଙ୍କୁ ମଧ୍ୟ କିଛି ଦିନ କ୍ୟାବିନେଟ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ କୁହା ଯାଇଥିଲା । ଏବେ ମଣିପୁରର ରାଜ୍ୟପାଳ ଲା ଗଣେଶନଙ୍କୁ ବେଙ୍ଗଲ ଦାୟିତ୍ୱ ସାମୟିକ ଭାବେ ପ୍ରଦାନ କରାଯାଇଛି । ବିଜେପି ଯଦି ନକଭିଙ୍କୁ ବେଙ୍ଗଲ ରାଜ୍ୟପାଳ କରେ ତାହାହେଲେ ଏହା ଆଉ ଏକ ମାଷ୍ଟର ଷ୍ଟ୍ରୋକ ହେବ ବୋଲି କୁହାଯାଉଛି ।
BREAKING NEWS
- Puri Temple Closed: ଶ୍ରୀବିଗ୍ରହଙ୍କ ବନକଲାଗି ନୀତି: ୫ ଘଣ୍ଟା ପାଇଁ ଶ୍ରୀମନ୍ଦିରରେ ବନ୍ଦ ରହିବ ସାଧାରଣ ଦର୍ଶନ
- ଆଜିଠୁ ନବମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ନାମ ପଞ୍ଜୀକରଣ: ଅନଲାଇନ କରିବେ ନା ଅଫଲାଇନ ଜାଣନ୍ତୁ…
- ୩୯ ପରିବାରକୁ ୨ ଲକ୍ଷ ଟଙ୍କା ଘୋଷଣା… ବଙ୍ଗଳାରେ SIR ଯୋଗୁଁ କେତେ ଲୋକଙ୍କ ମୃତ୍ୟୁ ହୋଇଛି, କେତେ BLO ପ୍ରଭାବିତ ହୋଇଛନ୍ତି?
- ସରକାରୀ ଟଙ୍କାରେ ବାବରୀ ମସଜିଦ ନିର୍ମାଣ କରିବାକୁ ଚାହୁଁଥିଲେ ନେହେରୁ, କିନ୍ତୁ ଏହି ନେତା ବାଧା ଦେଇଥିଲେ
- ଟିଏସ୍ଏମ୍ ପକ୍ଷରୁ ଏନ୍ଏଚ୍-୫୫ର କଣ୍ଟାବଣିଆଠାରେ ଆଲୋକୀକରଣ ବ୍ୟବସ୍ଥାର ଲୋକାର୍ପଣ
- ଲଘୁ ଖଣିଜରୁ ସଂଗୃହୀତ DMF ପାଣ୍ଠିକୁ ସେହି ଜିଲ୍ଲାରେ ଖର୍ଚ୍ଚ କରାଯିବ: ମୁଖ୍ୟମନ୍ତ୍ରୀ
- ଫାଇରିଂ କରିଦେବି କହି ଅଡୁଆରେ ବିଜେଡି ନେତା ପ୍ରଦୀପ ମାଝୀ…ଥାନାରେ ଏତଲା
- Illegal Bangladeshi: ବିଳମ୍ବିତ ରାତିରେ ବାଂଲାଦେଶୀ ସନ୍ଦେହରେ ପୋଲିସର ଚଢ଼ାଉ;୨୧ ସନ୍ଦିଗ୍ଧ ଅଟକ
- ଆସନ୍ତାକାଲି ଘୋଷଣା ହେବ +୨ ପରୀକ୍ଷା ତାରିଖ
- ଭାରତର ଏହି ଗାଁରେ ସାପଙ୍କ ସହ ଖେଳନ୍ତି ଛୋଟ ପିଲା, ସବୁ ଘରେ ଥାଏ କୋବ୍ରା
Comments are closed.