ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କାପୁର ୪ ବର୍ଷ ପରେ ଶମଶେରା ଫିଲ୍ମ ମାଧ୍ୟମରେ ପୁନର୍ବାର ବଡ ପରଦାକୁ ପ୍ରତ୍ୟାବର୍ତନ କରୁଛନ୍ତି । ଏହି ଫିଲ୍ମର ରିଲିଜ ପରେ ସେ କିଛି ଦିନ ବ୍ରେକ ନେବେ । ରଣବୀର ଓ ଆଲିୟା ଭଟ୍ଟ ବାହାଘର ଚଳିତ ବର୍ଷ ୧୪ ଏପ୍ରିଲରେ ହୋଇଥିଲା । ଏହାର ୩ ମାସ ପରେ ଏବେ ଉଭୟ ହନୀମୁନ ପାଇଁ ଯିବେ । ବାହାଘରର ଠିକ ପରେ ପରେ ଆଲିୟା ହଲିଉଡ ଫିଲ୍ମ ହାର୍ଟ ଅଫ ଷ୍ଟୋନର ଶୁଟିଂ ପାଇଁ ଲଣ୍ଡନ ଯାଇଥିଲେ । ସେ ଫେରିବା ବେଳକୁ ରଣବୀର ଶମଶେରା ଶୁଟିଂରେ ବ୍ୟସ୍ତ ହୋଇ ପଡିଥିଲେ । ସୂଚନାଯୋଗ୍ୟ, ବଲିଉଡର ଏହି ଚର୍ଚ୍ଚିତ ଯୋଡି ବିବାହ ପୂର୍ବରୁ ୫ ବର୍ଷ ଧରି ରିଲେଶନଶିପରେ ରହିଥିଲେ । ରଣବୀର ବ୍ରେକ ପରେ ଶ୍ରଦ୍ଧା କାପୁରଙ୍କ ସହ ଲଭ ରଂଜନଙ୍କ ଏକ ରୋମାଂଟିକ କମେଡି ଫିଲ୍ମ କରିବେ । ରିଲିଜ ହେବାକୁ ଥିବା ଶମଶେରା ଫିଲ୍ମ ନେଇ ରଣବୀର ବେଶ ଉତ୍ସାହିତ ଅଛନ୍ତି । କରନ ମାଲାହୋତ୍ରା ନିର୍ଦ୍ଦେଶିତ ଏହି ଫିଲ୍ମରେ ବାଣୀ କାପୁର ଓ ସଞ୍ଜୟ ଦତ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେବେ । ଏହା ବ୍ୟତୀତ ସେ ରଶ୍ମିକା ମାନ୍ଦନାଙ୍କ ସହ ଆନିମଲରେ ମଧ୍ୟ ଅଭିନୟ କରିବେ ।
BREAKING NEWS
- ଦୋହା ଡାଇମଣ୍ଡ ଲିଗରେ ନୀରଜଙ୍କୁ ୪ର୍ଥ ସ୍ଥାନ, ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ହାସଲ କଲେ ଯୋଗ୍ୟତା
- ଯଶସ୍ୱୀଙ୍କ ଶତକ ଆଗରେ ଫିକା ପଡିଲା ଶାହୀଦଙ୍କ ଇନିଂସ: ଭାରତର କ୍ଲିନ ସୁଇପ
- ଟିଏମ୍ସିରେ ମହାଭାରତ: ଫ୍ରିଜ୍ ହେଲା ଦଳର ୩ଟି ବ୍ୟାଙ୍କ ଆକାଉଣ୍ଟ
- ଖାଇବର ପାଖତୁନଖ୍ୱାରେ ବଡ଼ ଧରଣର ବୋମା ବିସ୍ଫୋରଣ; ୭ ମୃତ, ଅନେକ ଆହତ
- ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ ମାହୋଲ: ପୁଣି ହର୍ମୁଜ ବନ୍ଦ କଲା ଇରାନ, ଆମେରିକା ସହ ଚୁକ୍ତି ଭାଙ୍ଗିବା ନେଇ ଦେଲା ଚେତାବନୀ
- ପର୍ଯ୍ୟଟକଙ୍କ ପାଇଁ ବିହାର ସରକାରଙ୍କ ବଡ଼ ଅଫର: ଲଦାଖ ବୁଲିବା ଖର୍ଚ୍ଚରୁ ୫୦ ପ୍ରତିଶତ ବହନ କରିବେ ସରକାର, ଜାଣନ୍ତୁ କେମିତି ମିଳିବ ସୁବିଧା
- Amit Shah Vows To Expel Infiltrators: “ଏହା କୌଣସି ଧର୍ମଶାଳା ନୁହେଁ; ଏଠାରେ ଜନ୍ମଗ୍ରହଣ କରିଥିବା ଲୋକମାନେ ହିଁ ଏହି ଦେଶରେ ରହିବେ”
- ‘ପଶ୍ଚିମବଙ୍ଗରେ ପରିବର୍ତ୍ତନର ନୂଆ ପବନ ବହୁଛି’, ବିଭିନ୍ନ ପ୍ରକଳ୍ପର ଭେଟି ଦେଇ ମମତାଙ୍କୁ ଘେରିଲେ ପ୍ରଧାନମନ୍ତ୍ରୀ ମୋଦି
- ଏଆଇଏଫଏଫର ନାମ ବଦଳି ହେବ କି ଏଫଏଫବି
- ପିଲା ଚୋର ଗୁଜବରୁ ଭୟାବହ ଭିଡ଼ ହିଂସା: ରାୟଗଡ଼ାରେ ଏନ୍ଜିଓ କର୍ମୀଙ୍କୁ ଅମାନୁଷିକ ଆକ୍ରମଣ, ଓଡ଼ିଶା ରାଜନୀତିରେ ନିଆଁ

Comments are closed.