Latest Odisha News

BREAKING NEWS

ହଂକଂରେ ନୀରବ ମୋଦିଙ୍କ ସମ୍ପତ୍ତି ଜବତ କଲା ଇଡି

ନୂଆଦିଲ୍ଲୀ: ନିଜେ ବିଛାଇଥିବା ଅପରାଧ ଜାଲରେ ଫସିଫସି ଯାଉଛନ୍ତି ନୀରବ ମୋଦି । ଶୁକ୍ରବାର ହଂଗକଂଗରୁ ନୀରବଙ୍କ ୨୫୩.୬୨ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି । ଏନେଇ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି । ନୀରବ ଏବେ ଲଣ୍ଡନ ଜେଲରେ ବନ୍ଦୀ ଅଛନ୍ତି । ଏବେ ତାଙ୍କର ଭାରତ ଫେରିବା ଆଶା ମଧ୍ୟ ନାହିଁ । ଲଣ୍ଡନ କୋର୍ଟ ତାଙ୍କ ପ୍ରତ୍ୟର୍ପଣ ପିଟିସନ ମଧ୍ୟ ଖାରଜ କରିଦେଇଛନ୍ତି ।

ହଂକଂରେ କିଛି କମ୍ପାନୀ ଗୁଡ଼ିକର ଜେମ୍, ଜ୍ବେଲାରୀ ଏବଂ ବ୍ୟାଙ୍କ ଡିପୋଜିଟ୍ ଇଡି ଜବତ କରିଛି । ଏହି କମ୍ପାନୀ ଗୁଡ଼ିକ ନୀରବଙ୍କ ସହ ଜଡ଼ିତ ବୋଲି ଇଡି କହିଛି । ଏମାନଙ୍କ ଠାରୁ ଜବତ ସମ୍ପତ୍ତିର ମୂଲ୍ୟ ୨୫୩.୬୨ କୋଟି ବୋଲି ଇଡି ଆକଳନ କରିଛି । ଏହାକୁ ମିଶାଇ ନୀରବଙ୍କ ମୋଟ୍ ୨୬୫୦.୦୭ କୋଟି ଟଙ୍କା ଇଡି ଜବତ କରିଛି ।

ପିଏନବି ଠକେଇ ମାମଲାରେ ଇଡି ନୀରବଙ୍କ ବିରୋଧରେ ତଦନ୍ତ ଚଳାଇଛି । ପିଏନବିରୁ ୬୪୯୮.୨୦ କୋଟି ଟଙ୍କାର ଠକେଇ କରି ବିଦେଶ ପଳାୟନ କରିଛନ୍ତି । ପିଏମଏଲଏ ୨୦୦୨ ଅନୁଯାୟୀ ମାମଲା ରୁଜୁ କରି ଇଡି ନୀରବଙ୍କ ସମ୍ପତ୍ତି ଜବତ କରିବାରେ ଲାଗିଛି । ପୂର୍ବରୁ ଇଡି ଭାରତରେ ନୀରବ ମୋଦିଙ୍କ ୨୩୯୬.୪୫ କୋଟି ଟଙ୍କା ଜବତ କରିଛି ।

Leave A Reply

Your email address will not be published.