ମୁମ୍ବାଇ: ଭାରତୀୟ କ୍ରିକେଟର ଲୋକପ୍ରିୟ ଅଲରାଉଣ୍ଡର କୃଣାଳ ପାଣ୍ଡ୍ୟା ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । କୃଣାଳଙ୍କ ପତ୍ନୀ ପଙ୍ଖୁରୀ ଶର୍ମା ଏକ ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି । ଟିମ ଇଣ୍ଡିଆରୁ ବାଦ ପଡିଥିବା କୃଣାଳ ଇନଷ୍ଟାଗ୍ରାମରେ ଏହି ସୂଚନା ଦେଇଛନ୍ତି । ସେ ତାଙ୍କ ପତ୍ନୀ ଏବଂ ଶିଶୁ ପୁତ୍ର ସହ ଫଟୋ ମଧ୍ୟ ଶେୟାର କରିଛନ୍ତି । ସେ ଶିଶୁ ପୁତ୍ରକୁ ସ୍ନେହରେ ଚୁମ୍ବନ ଦେଉଥିବା ଫଟୋକୁ ଦର୍ଶକମାନେ ବେଶ ପସନ୍ଦ କରୁଛନ୍ତି । କୃଣାଳ ତାଙ୍କ ପୁତ୍ରର ନାମ କବୀର କୃଣାଳ ପାଣ୍ଡ୍ୟା ରଖିଛନ୍ତି । ୨୦୧୭ରେ କୃଣାଳ ଏବଂ ପଙ୍ଖୁରୀ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଏବ କାଂଉଟି କ୍ରିକେଟ ଖେଳି ଫର୍ମକୁ ଫେରିବା ଲକ୍ଷ୍ୟରେ ଏହି ଅଲରାଉଣ୍ଡରଜଣକ ରହିଛନ୍ତି । ଭାରତୀୟ କ୍ରିକେଟର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ସମେତ ଭାଇ ହାର୍ଦ୍ଦିକ ପାଣ୍ଡ୍ୟା, କେଏଲ ରାହୁଲ ଏବଂ ଅନ୍ୟମାନେ ଅଭିନନ୍ଦନ ଜଣାଇଛନ୍ତି ।
BREAKING NEWS
- ଦରଦାମ ବୃଦ୍ଧିରେ ଓଡ଼ିଶା ଦେଶରେ ଏକ ନମ୍ବର
- କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ପାଣ୍ଡିଆନଙ୍କ ଟାର୍ଗେଟ୍; ‘୧୦ ବର୍ଷରେ ଚିଲିକାରେ ସେତୁ ହେଲା କି?’
- ଆସିଲା ଦ୍ବିତୀୟ ପର୍ଯ୍ୟାୟ ଏଡିଆର ରିପୋର୍ଟ; ୩୩% ବିଧାୟକ ପ୍ରାର୍ଥୀ କୋଟିପତି
- ଆଜିଠୁ ଆରମ୍ଭ ସିପିଇଟି-୨୪ ପରୀକ୍ଷା ପାଇଁ ଆବେଦନ
- ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ: ଆଜି ଶେଷ ହେବ ପ୍ରଚାର, ସରିଲାଣି ସମସ୍ତ ପ୍ରସ୍ତୁତି
- କ୍ରିକେଟର ମୀନା ବଜାରରେ ରୋହିତଙ୍କୁ ହରାଇଲା କି ମୁମ୍ବାଇ ଇଣ୍ଡିଆନ୍ସ
- ପୁଣି ଓଡ଼ିଶା ଆସୁଛନ୍ତି ମୋଦି,ପୁରୀରେ କରିବେ ମେଗା ରୋଡ୍ ଶୋ
- ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ; ଗଞ୍ଜାମ ଜଗିବେ ୨୦ କମ୍ପାନୀ ସିଏପିଏଫ
- ‘ଆପ୍ ର ବିଶ୍ୱସନୀୟତା ଶୂନ ନୁହେଁ ବରଂ ମାଇନସ୍ ଅଟେ’
- ଗାଡ଼ି ଚେକିଂ ବେଳେ ରାଗିଗଲେ ମନ୍ତ୍ରୀ,ସୋସିଆଲ ମିଡିଆରେ ଭିଡିଓ ଭାଇରାଲ