Latest Odisha News

BREAKING NEWS

ମିଥୁନଙ୍କ ବୟାନ ପରେ ପଶ୍ଚିମବଙ୍ଗ ରାଜନୀତି ସରଗରମ, ପୁଣି ଖେଲା ହୋବେ କି ?

କୋଲକାତା: ବିଜେପି ନେତା ତଥା ଅଭିନେତା ମିଥୁନ ଚକ୍ରବର୍ତିଙ୍କ ବୟାନ ପଶ୍ଚିମବଙ୍ଗ ରାଜନୀତିକୁ ସରଗରମ କରିଦେଇଛି । ସେ କହିଛନ୍ତି ଏବ ତୃଣମୂଳ କଂଗ୍ରେସର ୩୮ ବିଧାୟକ ଆମ ସମ୍ପର୍କରେ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୨୧ ସିଧାସଳଖ ବିଜେପି ସହିତ ଯୋଗାଯୋଗରେ ଅଛନ୍ତି । କୋଲକାତାରେ ଏଥର ବିଜେପି ଖେଳ କରିବ ବୋଲି ଆଲୋଚନା ଜୋର ଧରିଛି । ମିଥୁନ କହିଛନ୍ତି ୨୦୨୧ ବିଧାନସଭା ନିର୍ବାଚନ ଟିଏମସି ଜୋର ଜବରଦସ୍ତ ଜିତିଥିଲା । ଯଦି ଲୋକମାନେ ଟିଏମସି ଓ ମମତା ବାନାର୍ଜୀଙ୍କୁ ଭଲ ପାଇ ଭୋଟ ଦେଉଥିଲେ ତାହାହେଲେ ସେମାନଙ୍କ ଗୁଣ୍ଡା କାହିଁକି ଧମକ ଦେଉଥିଲେ । ପିଏମ ନରେନ୍ଦ୍ର ମୋଦି କିମ୍ବା ବିଜେପି ସପକ୍ଷରେ ଭୋଟ ଦେଲେ ବେକ, ହାତ କାଟିଦେବୁ ବୋଲି କାହିଁକି କହୁଥିଲେ? ପ୍ରେମର ଶକ୍ତି ତ ପରମାଣୁ ବୋମାଠାରୁ ଅଧିକ ତାହାହେଲେ ଏତେ ଡର କଣ ପାଇଁ ? ଯଦି ରାଜ୍ୟରେ ନିଷ୍ପକ୍ଷ ନିର୍ବାଚନ କରାଯିବ ତାହାହେଲେ ଦିଦିଙ୍କ ସରକାର ଚାଲିଯିବ । ଆଉ ଆପଣମାନେ ଭଲ କରି ଜାଣିଛନ୍ତି ଏହା ହେବା ମାନେ ବିଜେପି କ୍ଷମତାକୁ ଆସିବ । ଅପରପକ୍ଷରେ ଟିଏମସି ମିଥୁନଙ୍କ ବୟାନକୁ ପାଗଳାମି ବୋଲି ଆଖ୍ୟା ଦେଇଛି । ଏବେ ତ ଫିଲ୍ମର ସଙ୍ଗୀତ କେବଳ ରିଲିଜ ହୋଇଛି, ଆଗକୁ ଫିଲ୍ମର ରିଲିଜ ହେବ ବୋଲି ମିଥୁନ କହିଛନ୍ତି ।

Comments are closed.