ମାଡ୍ରାସ: ଭାରତର ଚର୍ଚ୍ଚିତ ହୀରୋ ରାମଚରଣଙ୍କ ଉପରେ ଏବେ ହଲିଉଡର ନଜର ପଡିଛି । ମାର୍ଭଲ ସିନେମେଟିକ ୟୁନିଭର୍ସର ଏକ କ୍ରିଟେର ରାମଚରଣଙ୍କ ନାମ ଜେମ୍ସ ବଣ୍ଡ ଫିଲ୍ମ ପାଇଁ ଉଠାଇଛନ୍ତି । ଆରଆରଆରରେ ତାଙ୍କ ପ୍ରଦର୍ଶନ ଦେଖି ଲ୍ୟୁକ କେଜ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛନ୍ତି । ଆଗାମୀ ଜେମ୍ସ ବଣ୍ଡ ଫିଲ୍ମ ପାଇଁ ସେ କେତେଜଣ କଳାକାରଙ୍କ ନାମ ଘୋଷଣା କରିଛନ୍ତି । ଇଦ୍ରିସା ଏଲଭା, ସୋପ ଡିରିସୁ (ଗେମ୍ସ ଅଫ ଲଣ୍ଡନ), ମାଥ୍ୟୁ ଗୋଡେ (ଦି ଅଫର), ଡେମିସିନ ଇଦ୍ରିସ (ରନଫଲ) ଓ ରାମଚରଣ (ଆରଆରଆର) ଜେମ୍ସ ବଣ୍ଡ ଭୂମିକା ଉପଯୁକ୍ତ ବୋଲି ସେ ଟୁଇଟ କରିଛନ୍ତି । ହଲିଉଡର ଅନେକ ଅଭିନେତା ଓ ନିର୍ଦ୍ଦେଶକ ଆରଆରଆରରେ ରାମଚରଣଙ୍କ ଭୂମିକାଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି । ସୂଚନାଯୋଗ୍ୟ, ୦୦୭ ଜେମ୍ସ ବଣ୍ଡର ଆଗାମୀ ଫିଲ୍ମ ପାଇଁ କଳାକାର ଚୟନ କରାଯାଇ ନାହିଁ । ଯଦି ରାମଚରଣ ଏଥିପାଇଁ ମନୋନୀତ ହୁଅନ୍ତି ତାହାହେଲେ ଏହା ନିଶ୍ଚିତ ଭାବେ ତାଙ୍କ ପ୍ରଶଂସକଙ୍କ ପାଇଁ ଖୁସିର ଖବର ହେବ ।
BREAKING NEWS
- ସେନା ମେଡାଲ୍ ବିଜେତାଙ୍କୁ ଆଜୀବନ ଟ୍ରେନ୍ ଯାତ୍ରା ମାଗଣା
- Flight Scare: ଆକାଶରେ ହଠାତ୍ ଥରିଲା ଫ୍ଲାଇଟ୍, ଭୟରେ ‘ୱାହେଗୁରୁ’ ଜପିଲେ ଶେହନାଜ ଗିଲ୍…ତା’ ପରେ କିଛି ଏମିତି ହେଲା…
- UPI vs Cash: କେଉଁଟି ଅଧିକ ଟଙ୍କା ସଞ୍ଚୟ ହୁଏ?
- ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ିଗଲେ ୨ ଛାତ୍ର
- ମକ୍କାରେ ପ୍ରଥମ ଥର ପାଇଁ ଆଲର୍ଟ ଜାରି, ଆତଙ୍କରେ ସାଉଦି ଆରବ..
- ଫେସବୁକ୍-ଇନଷ୍ଟାଗ୍ରାମରେ ଚାଲିଛି ଶିଶୁ ଯୌନ ଶୋଷଣ ବିଜ୍ଞାପନ! କେନ୍ଦ୍ର ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ
- Weapons in Space: ଅନ୍ତରୀକ୍ଷରେ ଆମେରିକାର ଅସ୍ତ୍ର! ରୁଷ-ଚୀନକୁ ବଡ଼ ଚେତାବନୀ, ମହାକାଶରେ ଆରମ୍ଭ ହେବ କି ନୂଆ ଯୁଦ୍ଧ?
- ଚିନ୍ତାରେ ପାକ୍ ସରକାର : ପେଟ୍ରୋଲ ପାଇଁ “ଲକ୍ ଡାଉନ୍ “ଭଳି ଆଗକୁ ବ୍ୟବସ୍ଥା
- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ
- Powerful Bombs: ଆହୁରି ଭୟଙ୍କର ହୋଇପାରେ ଇରାନ ଯୁଦ୍ଧ? ଇସ୍ରାଏଲକୁ ୪୦ ହଜାର ବମ୍ ଦେବେ ଟ୍ରମ୍ପ!

Comments are closed.