Latest Odisha News

BREAKING NEWS

ଉତ୍ତମ ମହାନ୍ତିଙ୍କ ଦେହ ଖରାପ; ଘର ଆଗରେ ଭିଡ଼ ନକରିବାକୁ ମିଡିଆକୁ ଅନୁରୋଧ କଲେ ଅପରାଜିତା

ଭୁବନେଶ୍ୱର: ବାବୁସାନ-ପ୍ରକୃତି-ତୃପ୍ତି କଳିର ଟିକିନିକି ଖବର ଦେଖାଇବାକୁ ଓଡ଼ିଶାର ବିଭିନ୍ନ ଗଣମାଧ୍ୟମ ସଂସ୍ଥା ବାବୁସାନଙ୍କ ଘର ଆଗରେ ଦିନ ରାତି ଡେରା ପକାଇ ବସୁଛନ୍ତି । ବାଲୋକୀନ, ଘର ଅଗଣା, ଛାତ ଉପରେ ଆଦି ବାହାରୁ ଦେଖାଯାଉଥିବା କେଉଁ ବି କୋଣ ମିଡିଆ କ୍ୟାମେରାରୁ ବାଦ୍ ପଡୁନି । କେତେବେଳେ ହସିଲେ, କାନ୍ଦିଲେ, ଛିଙ୍କିଲେ । ଦିନ ଭିତରେ ଯାହା ବି କଲେ ତାହା ଖବର ବନିଯାଉଛି ।

ଏମିତି ଗୋଟିଏ ପରିସ୍ଥିତିରେ ଲୋକେ ଗଣମାଧ୍ୟମକୁ ସମାଲୋଚନା କରିବା ଆରମ୍ଭ କରିଦେଇଛନ୍ତି । ବିଭିନ୍ନ ସର୍ବସାଧାରଣ ମାଧ୍ୟମ ଗୁଡ଼ିକ ତଥା ସୋସିଆଲ ମିଡିଆରେ ବହେ ଗାଳି କରୁଛନ୍ତି । କିଛି ଗଣମାଧ୍ୟମରେ ଏହାକୁ ନେଇ ଟିଭି ବିତର୍କ ହୋଇଛି ।

ସେପଟେ ରବିବାର ଅପରାହ୍ନରେ ବାବୁସାନଙ୍କ ମା’ ତଥା ବରିଷ୍ଠ ଅଭିନେତ୍ରୀ ମିଡିଆକୁ ତାଙ୍କ ଘର ଆଗରୁ ଚାଲିଯିବାକୁ ଆକୁଳ ନିବେଦନ କରିଛନ୍ତି । ଅପରାଜିତା ଏହା ପଛରେ ବିଭିନ୍ନ କାରଣ ବତାଇଛନ୍ତି । ସ୍ୱାମୀ ଉତ୍ତମ ମହାନ୍ତିଙ୍କ ଦେହ ଖରାପ ଥିବା କଥା କହିଛନ୍ତି । କେତେବେଳେ ଆମ୍ବୁଲାନ୍ସର ଆବଶ୍ୟକ ହେବ । ଘର ଆଗରେ ଭିଡ଼ ଜମୁଥିବାରୁ ଭାରି ଅସୁବିଧା ହେଉଛି ।

“କେତେବେଳେ ଆମ୍ବୁଲାନ୍ସ ଆବଶ୍ୟକ ପଡିପାରେ ଅବା କେତେବେଳେ ଆମେ ବାହାରକୁ ଯାଇପାରୁ । ଏଭଳି ସମୟରେ ଦୀର୍ଘ ୭ ଦିନ ଧରି ଘର ବାହାରେ ଭିଡ ଜମୁଛି । ଯାହାଫଳରେ ଅନେକ ସମସ୍ୟା ହେଉଛି । ତେଣୁ ଆମକୁ ଏକୁଟିଆ ଛାଡନ୍ତୁ ବୋଲି ଅନୁରୋଧ କରିଛନ୍ତି ଅପରାଜିତା ମହାନ୍ତି ।”

ତାଙ୍କ ପାଇଁ ସେଇ ବାଟ ଦେଇ ଯାଉଥିବା ସାଧାରଣ ଲୋକ ହଇରାଣ ହେଉଛନ୍ତି । ତେଣୁ କରି ମିଡିଆ ବନ୍ଧୁ ଘର ଆଗରେ ଆଉ ଗହଳି ନ କରି ଫେରିଯିବାକୁ ଅନୁରୋଧ କରିଛନ୍ତି ଅପରାଜିତା । ସେମାନଙ୍କ ପାଇଁ ତାଙ୍କ ଘର କବାଟ ଝରକା ବି ସେ ଖୋଲିପାରୁନାହାନ୍ତି । ତାଙ୍କର ବ୍ୟକ୍ତିଗତ ସମୟ ବୋଲି ଆଉ କିଛି ନାହିଁ । ଅତ୍ୟନ୍ତ କୋହ ଭରା କଣ୍ଠରେ ଅପରାଜିତା ମିଡିଆକୁ ଏହି ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.