ମୁମ୍ବାଇ: ଆଗାମୀ ଜିମ୍ବାୱେ ଗସ୍ତରୁ ଓହରି ଯାଇଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି । ଏହି ଗସ୍ତ ପାଇଁ ଶିଖର ଧାୱନଙ୍କୁ ପୁନର୍ବାର ଅଧିନାୟକ ନିଯୁକ୍ତ କରାଯାଇଛି । ସେହିପରି ଆଇପିଏଲରେ ଜବରଦସ୍ତ ପ୍ରଦର୍ଶନ କରିଥିବା ରାହୁଲ ତ୍ରିପାଠୀଙ୍କୁ ଏହି ଗସ୍ତରେ ସୁଯୋଗ ମିଳିଛି । ରୋହିତ ଶର୍ମା ଓ ଯଶପ୍ରୀତ ବୁମରାହଙ୍କୁ ମଧ୍ୟ ଏହି ଗସ୍ତ ପାଇଁ ବିଶ୍ରାମ ଦିଆଯାଇଛି । ୧୮ ଅଗଷ୍ଟରୁ ୨୨ ପର୍ଯ୍ୟନ୍ତ ୩ଟି ଦିନିକିଆ ମ୍ୟାଚ ଖେଳାଯିବ । ଜିମ୍ବାୱେ ପାଇଁ ଏହି ସିରିଜ ଗୁରୁତ୍ୱପୂର୍ଣ୍ଣ ରହିଛି । ଆସନ୍ତା ବର୍ଷ ଦିନିକିଆ ବିଶ୍ୱକପ କ୍ୱାଲିଫିକେଶନ ପାଇଁ ଏହି ମ୍ୟାଚର ଫଳାଫଳକୁ ଗଣତି କରାଯିବ । ଏସିଆ କପରେ କୋହଲି ଦଳକୁ ଫେରି ପାରନ୍ତି ବୋଲି ଆଶା ବ୍ୟକ୍ତ କରାଯାଇଛି । ସେ ଏବେ ପରିବାର ସହ ଛୁଟି କାଟୁଛନ୍ତି । ଟି୨୦ ବିଶ୍ୱକପ ପୂର୍ବରୁ କୋହଲିଙ୍କ ଫର୍ମ ଦଳ ପାଇଁ ଚିନ୍ତାର କାରଣ ସାଜିଛି ।
ଭାରତୀୟ ଦଳ: ଶିଖର ଧାୱନ (ଅଧିନାୟକ), ରିତୁରାଜ ଗାଏକ୍ୱାଡ, ଶୁଭମନ ଗିଲ, ଦୀପକ ହୁଡ୍ଡା, ରାହୁଲ ତ୍ରିପାଠୀ, ଈଶାନ କିଶାନ, ସଞ୍ଜୁ ସାମସନ, ୱାଶିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, କୁଲଦୀପ ଯାଦବ, ଅକ୍ଷର ପଟେଲ, ଆଭେଶ ଖାଁ, ପ୍ରସିଦ୍ଧ କୃଷ୍ଣା, ମହମ୍ମଦ ସିରାଜ ଓ ଦୀପକ ଚାହର ।
BREAKING NEWS
- Delhi Summit: କି ପ୍ଲାନ୍ କରୁଛନ୍ତି ପିଏମ୍ ମୋଦି?, ଦିଲ୍ଲୀକୁ ଛୁଟିଛି ଇସଲାମିକ ରାଷ୍ଟ୍ରନେତାଙ୍କ ସୁଅ
- ବସକୁ ଧକ୍କା ଦେଇ ଫେରାର ହେଲା ଟ୍ରକ୍, ୨୮ ଯବାନ ଗୁରୁତର
- ED Summons Sand Mafia: ବାଲି ମାଫିଆଙ୍କୁ ଇଡି ସମନ, ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ
- Paddy Smuggle: ପଶ୍ଚିମବଙ୍ଗରୁ ଓଡିଶା ଭିତରକୁ ଧାନ ଚୋରା ଚାଲାଣ
- Tension In Kotia: ପୁଣି କୋଟିଆରେ ପଶି ଆନ୍ଧ୍ର ସରକାରୀ କର୍ମଚାରୀଙ୍କ ଦାଦାଗିରି
- PT Usha’s Husband Died: ଆଉ ନାହାଁନ୍ତି ଦୌଡ଼ରାଣୀ ପିଟି ଉଷାଙ୍କ ସ୍ୱାମୀ, ଆଇଓଏ ସଭାପତିଙ୍କ ସହ କଥା ହୋଇ ଗଭୀର ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି
- Gun Found: ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗ୍ରୁ ମିଳିଲା ବନ୍ଧୁକ
- Jaundice Outbreak: ରାୟଗଡ଼ାରେ ଜଣ୍ଡିସ୍ ଆତଙ୍କ, ଗୋଟିଏ ସପ୍ତାହରେ ୧୨ ଆକ୍ରାନ୍ତ
- Weather Update: ପୁଣି ଥରେ ଥରାଇବ ଶୀତ, କୁହୁଡ଼ି ନେଇ ୩ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ
- ବିରାଟ କୋହଲିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଗାଏବ, ଭାଙ୍ଗିଲା ୨୭୪ ମିଲିୟନ ଫଲୋଅର୍ସଙ୍କ ହୃଦୟ
Comments are closed.