Latest Odisha News

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧) ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ପଞ୍ଚମ ପଦକ ମିଳିଛି । ମୀରାବାଇ ଚାନୁଙ୍କ ପରେ ଜେରେମି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଭାରତ୍ତୋଳକ ଜେରେମି ଲାଲରିନୁଙ୍ଗା ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୭୬ କେଜି ପୁରଷ ବର୍ଗରେ ସେ ଏହି ପଦକ ଜିତିଛନ୍ତି । ସ୍ନାଚ କ୍ୟାଟେଗୋରୀରେ ସେ ୧୪୦ କେଜି ଓଜନ ଉଠାଇଥିଲେ । ସେହିପରି କ୍ଲିନ ଆଣ୍ଡ ଜର୍କରେ ୧୬୦ କେଜି ଓଜନ ଉଠାଇଥିଲେ । ମୋଟ ୩୦୦ କେଜି ଓଜନ ଉଠାଇ ସେ ପ୍ରଥମ ସ୍ଥାନ ଅଧିକାର କରିବା ସହ ସ୍ୱର୍ଣ୍ଣ ପଦକ ଜିତଛନ୍ତି । ଏଥିସହ ଭାରତର ମୋଟ ମେଡାଲ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ୫ଟି ଯାକ ପଦକ ଭାରତକୁ ଭାରୋତ୍ତଳନରେ ହିଁ ମିଳିଛି ।

୨) ଲୋକପ୍ରିୟ ବଙ୍ଗୀୟ ତଥା ଓଡିଆ କଣ୍ଠଶିଳ୍ପୀ ନିର୍ମଳା ମିଶ୍ରଙ୍କ ୮୧ ବର୍ଷ ବୟସରେ ପରଲୋକ ଘଟିଛି  । ହୃଦଘାତରେ ସେ ପ୍ରାଣ ହରାଇଛନ୍ତି  । ଦୀର୍ଘଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ ନିର୍ମଳା  । ଆଜି ଦକ୍ଷିଣ କୋଲକାତାର ଚେତଲା ଅଞ୍ଚଳରେ ଥିବା ନିଜ ବାସଭବନରେ ତାଙ୍କ ମୃତ୍ୟୁ ଘଟିଛି  । ବାଲକୃଷ୍ଣ ଦାସ ସମ୍ମାନରେ ସମ୍ମାନିତ ହୋଇଥିଲେ ନିର୍ମଳା  । ର୍ଘଦିନ ଧରି ରୋଗଶଯ୍ୟାରେ ଥିବା ନିର୍ମଳା ଘରେ ହିଁ ଚିକିତ୍ସିତ ହେଉଥିଲେ  ।

୩) ସ୍କୁଲ ପିଲା ପଢ଼ିବେ ବିପର୍ଯ୍ୟୟ ପରିଚାଳନା ପାଠ । ବନ୍ୟା, ବାତ୍ୟା ଆଦିରୁ କିଭଳି ସୁରକ୍ଷା ପାଇବେ ସେସବୁ ଉପରେ ସେମାନେ ଶିକ୍ଷା ଗ୍ରହଣ କରିବେ । ଏଥିପାଇଁ ଆସନ୍ତା ଶିକ୍ଷା ବର୍ଷ ଅର୍ଥାତ୍‌ ୨୦୨୩ ରୁ ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ ବିପର୍ଯ୍ୟୟ ପରିଚାଳନା ପାଠ୍ୟକ୍ରମ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପାଠ୍ୟକ୍ରମ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ନବମ ଓ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ନୂଆ ବିଷୟ ରହିବ । ବିପର୍ଯ୍ୟୟ ପରିଚାଳନା ଉପରେ ସ୍ୱତନ୍ତ୍ର ପାଠ୍ୟକ୍ରମ ସ୍ଥାନ ପାଇବ । ନଵମ ଓ ଦଶମରେ ଚଳିତ ଵର୍ଷ ପଢା ହେଵ ଦୁଇ ନୂଆ ଵିଷୟ ।

୪) ବିଶ୍ୱରେ ଦିନକୁ ଦିନ ମଙ୍କିପକ୍ସ ଆତଙ୍କ ବଢିବାରେ ଲାଗିଛି । ଶୁକ୍ରବାର ସ୍ପେନରେ ମଙ୍କିପକ୍ସରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶନିବାର ଆଉ ଜଣଙ୍କ ଜୀବନ ଯାଇଛି । ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସ୍ପେନ୍ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆକ୍ରାନ୍ତ ଜଣଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ କିଭଳି ହେଲା ସେନେଇ ମନ୍ତ୍ରାଳୟ ପକ୍ଷରୁ ଅଧିକ ତଥ୍ୟ ଦିଆଯାଇ ନାହିଁ ।

୫) ଏବେସୁଦ୍ଧା ବିଶ୍ୱରେ ପ୍ରାୟ ୮୦ ଦେଶରେ ମଙ୍କିପକ୍ସ ଆତଙ୍କ ଖେଳାଇଛି । ୨୧ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଥିବା ବେଳେ ଆଫ୍ରିକାରେ ଏଥିରେ ସର୍ବାଧିକ ୭୫ ଜଣ ପ୍ରାଣ ହରାଇଛନ୍ତି । ଅଧିକାଂଶ ନାଇଜେରିଆ ଓ କଙ୍ଗୋର ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ବ୍ରାଜିଲରେ ମଧ୍ୟ ମଙ୍କିପକ୍ସରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

୬) ମଙ୍କିପକ୍ସ କାୟା ମେଲାଉ ଥିବା ବେଳେ ସତର୍କ ହୋଇଛନ୍ତି ରାଜ୍ୟ ସରକାର । ଭୁବନେଶ୍ୱର ଆରଏମଆରସିରେ ହେବ ମଙ୍କିପକ୍ସ ନମୁନା ପରୀକ୍ଷା । ଏନେଇ ସୂଚନା ଦେଇଛନ୍ତି ଆରଏମଆରସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି । ଆରଏମଆରସିରେ ନମୁନା ପରୀକ୍ଷା ପାଇଁ ସମସ୍ତ ପ୍ରକାରର ଭିତ୍ତିଭୂମି ପ୍ରସ୍ତୁତ ରହିଛି । ଏନଆଇଭି ପୁନେରୁ କେବଳ କିଟ୍‌ ଅଣାଯାଇ ପରୀକ୍ଷା କରାଯିବ । ନମୁନା ପରୀକ୍ଷା ଅନୁମତି ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଚିଠି ଲେଖାଯାଇଛି। ଅଗଷ୍ଟ ମାସ ସୁଦ୍ଧା ଭୁବନେଶ୍ୱରରେ ମଙ୍କିପକ୍ସ ଟେଷ୍ଟିଂ ଆରମ୍ଭ ହୋଇପାରେ ବୋଲି ଡାକ୍ତର ସଂଘମିତ୍ରା ପତି କହିଛନ୍ତି ।

୭) ଗଜପତି ଜିଲ୍ଲା ମୋହନା ବ୍ଲକ ଗୋବିନ୍ଦପୁରରେ ଝାଡ଼ାବାନ୍ତି ଥମିବାର ନାଁ ନେଉନି । ଝାଡ଼ାବାନ୍ତିରେ ଜଣେ ନାବାଳିକାର ମୃତ୍ୟୁ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୨୩ରେ ପହଞ୍ଚିଛି । ପାଣି ନମୁନାରୁ କୋଲିଫର୍ମ ବ୍ୟାକ୍ଟେରିଆ ଚିହ୍ନଟ ଗାଁକୁ ପାଣି ଯୋଗାଣ ହେଉଥିବା କୂଅକୁ ସିଲ୍ କରିଛି ପ୍ରଶାସନ । ଗତ ୨୭ ତାରିଖରୁ ଝାଡ଼ାବାନ୍ତି ବ୍ୟାପିଥିବା ବେଳେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା କରାଯାଉଥିବା ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।

୮) ରାଜ୍ୟରେ ପୁଣି ଉପର ମୁହାଁ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୨୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୦୨ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୪୨୭ ଜଣ ସ୍ଥାନୀୟ ସଂକ୍ରମିତ । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୭୫ ଜଣ ସଂକ୍ରମିତ ରହିଛନ୍ତି । ଖୋର୍ଦ୍ଧା ତୁଳନାରେ ସୁନ୍ଦରଗଡ଼ ଜିଲ୍ଲାରେ ଦୈନିକ ସଂକ୍ରମଣ ମାମଲା ଅଧିକ ରହିଛି ।

୯) ବାରବାଟୀ-କଟକ ବିଧାନସଭା ନିର୍ବାଚନ ମାମଲାରେ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ବିରୋଧରେ ବିଭିନ୍ନ କୋର୍ଟ ଏବଂ ଥାନାରେ ଥିବା ମାମଲାର ପେଡ଼ି ଖୋଲିବାକୁ ଯାଉଛି । ବିଭିନ୍ନ କୋର୍ଟ ଏବଂ ଥାନାରୁ ମୋକିମଙ୍କ ବିରୋଧରେ ଗଡ଼ି ଆସୁଥିବା ବିଭିନ୍ନ ମାମଲାର ସାର୍ଟିଫାଏଡ୍‌ ରେକର୍ଡ ତଲବ କରିଛନ୍ତି ହାଇକୋର୍ଟ । ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ପକ୍ଷରୁ ଆଗତ ମିସ୍‌କେସ୍‌ ଉପରେ ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ସଙ୍ଗମ କୁମାର ସାହୁ ଏହି ଆଦେଶ ଦେଇଛନ୍ତି ।

୧୦) ଶିବସେନା ଏମପି ସଞ୍ଜୟ ରାଉତଙ୍କୁ ହେପାଜତକୁ ନେଲା ଇଡି । ପତ୍ରା ଚୌଲ ସ୍କାମରେ ଆଜି ସକାଳୁ ସଞ୍ଜୟଙ୍କ ଘରେ ପହଞ୍ଚିଥିଲା ଇଡିର ୧୨ ଜଣିଆ ଟିମ୍ । ଚଢ଼ାଉ ସହ ସଞ୍ଜୟଙ୍କୁ ପଚରାଉଚରା କରିଥିଲା । ପଚରାଉଚରା ପରେ ସଞ୍ଜୟଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଟକ ରଖିଛି । ଏକ ହଜାର ୩୪ କୋଟି ପାତ୍ର ଚୌଲ୍ ଲ୍ୟାଣ୍ଡ ସ୍କାମରେ ସଞ୍ଜୟ ରାଉତଙ୍କ ନାଁ ଆସିବା ପରେ ତାଙ୍କୁ ସମନ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୂର୍ବରୁ ଇଡି ଅଫିସରେ ସଞ୍ଜୟ ରାଉତଙ୍କୁ ଜେରା କରିଥିଲା ।

୧୧) ଆଜି ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ଦିନ  । ଏଥର ରିଟର୍ଣ୍ଣ ଦାଖଲର ସମୟ ସୀମା ବୃଦ୍ଧି କରାଯାଇ ନାହିଁ । ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ଆୟକର ରିଟର୍ଣ୍ଣ ଦାଖଲ ଅବଧି ବଢ଼ିନାହିଁ  । ଆଜି ଶେଷ ଦିନରେ ୧ କୋଟି ରିଟର୍ଣ୍ଣ ଦାଖଲ ହେବା ନେଇ ଆଶା କରାଯାଉଛି  । ଗତବର୍ଷ ଶେଷ ତାରିଖରେ ୫୦ଲକ୍ଷ ରିଟର୍ଣ୍ଣ ଦାଖଲ ହୋଇଥିଲା  । ୨୦ ଜୁଲାଇ ସୁଦ୍ଧା ୨ କୋଟି ପର୍ଯ୍ୟନ୍ତ ଆଇଟି ରିଟର୍ଣ୍ଣ ଫାଇଲ ହୋଇଥିଲା  ।

୧୨) ଦେଶର ୬ ରାଜ୍ୟର ୧୩ଟି ଭିନ୍ନ ଭିନ୍ନ ସ୍ଥାନରେ ଚଢଉ କରିଛି ରାଷ୍ଟ୍ରୀୟ ତଦନ୍ତକାରୀ ଏଜେନ୍ସି । ଆଇଏସଆଇଏସ ସହ ଜଡିତ ସନ୍ଦିଗ୍ଧ ଗତିବିଧିକୁ ନେଇ ବିଭିନ୍ନ ସ୍ଥାନରେ ଚଢଉ କରାଯାଇଥିଲା । ଏନଆଇଏ ମଧ୍ୟପ୍ରଦେଶ, ଗୁଜରାଟ, ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ଆଦି ରାଜ୍ୟରେ ରେଡ୍ କରିଛି । ଦୀର୍ଘ ଘଣ୍ଟାର ରେଡ୍ ପରେ ଅନେକ ଲୋକଙ୍କୁ ହେପାଜତକୁ ନେଇଛି NIA । ଅନେକ ଆପତ୍ତିଜନକ ଦସ୍ତାବିଜ ଜବତ କରାଯାଇଥିବା ସୂଚନା ମିଳିଛି ।

୧୩) ଟ୍ୱିଟର ବିରୋଧରେ ଜୋର୍ ଧରିଲା ଏଲନ ମସ୍କଙ୍କ ନାୟିକ ଲଢେଇ । ଏଲନ ଶୁକ୍ରବାର ଟ୍ୱିଟର ବିରୋଧୀ ଲଢେଇକୁ ଜୋରଦାର କରିଛନ୍ତି । ସେ ପୂର୍ବରୁ ୪୪ ବିଲିୟନ ଡଲାରରେ ଟ୍ୱିଟରକୁ କିଣିବା ପ୍ରସଙ୍ଗରେ ସୋସିଆଲ ମିଡିଆ କମ୍ପାନୀ କୋର୍ଟ ଯାଇଥିଲେ । ଏବେ ମସ୍କ ମଧ୍ୟ କୋର୍ଟରେ ମାମଲା ଦାଖଲ କରିଛନ୍ତି । ସେ ଅତି ଗୋପନୀୟ ଭାବେ ମାମଲା ଦାଖଲ କରିଥିବା ରୟଟର ପକ୍ଷରୁ କୁହାଯାଇଛି ।

୧୪) ମୌସୁମୀ ଦୁର୍ବଳ ପରେ ରାଜ୍ୟରେ ବଢ଼ୁଛି ତାତି । ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ତାତିରୁ ମିଳିବନି ତ୍ରାହି । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଦୁର୍ବଳ ମୌସୁମୀ ପ୍ରଭାବରେ ଦିନ ତାପମାତ୍ରାରେ ବୃଦ୍ଧି ସହ ରାଜ୍ୟରେ ଅସହ୍ୟ ଗୁଳୁଗୁଳି ଜାରି ରହିଛି । ସେପଟେ ବାୟୁମଣ୍ଡଳରେ ଉଚ୍ଚ ଆର୍ଦ୍ରତା ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ଆଶଙ୍କା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡଘଡି ବିଜୁଳି ସହ ବଜ୍ରପାତ ଜନିତ ବର୍ଷା ପାଇଁ ୨୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

୧୫) ବଲିଉଡର ବ୍ଲାକ୍‌ ବିଉଟି ତଥା ଦକ୍ଷ ଅଭିନେତ୍ରୀ କାଜୋଲ ସିନେମାରେ ତିନି ଦଶନ୍ଧି ପୂରଣ କରିଛନ୍ତି। ୧୯୯୨ରେ ଡେବ୍ୟୁ କରିବା ପରଠାରୁ କାଜୋଲ ଏକରୁ ଅଧିକ ଫିଲ୍ମରେ ଅଭିନୟ ଦେଇଛନ୍ତି ଏବଂ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଏନେଇ ଅଭିନେତା ତଥା ତାଙ୍କ ସ୍ଵାମୀ ଅଜୟ ଦେବଗନ୍ ତାଙ୍କୁ ସିନେମାରେ ୩୦ ବର୍ଷ ପୂରଣ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି । ଏହା ବ୍ୟତୀତ ଏକ ଅଜୟ ଦେବଗନ୍ ଏକ ସୁନ୍ଦର ପୋଷ୍ଟ ସେୟାର କରିଛନ୍ତି ।

Leave A Reply

Your email address will not be published.