Latest Odisha News

BREAKING NEWS

ଭାରତର ରୟାଲ ଏନଫିଲ୍ଡରକୁ ଟକ୍କର ଦେବ ଆମେରିକାର ହାର୍ଲି-ଡେଭିଡସନ

ଭୁବନେଶ୍ୱର: ଆମେରିକାର ପ୍ରଖ୍ୟାତ ମୋଟରସାଇକେଲ କମ୍ପାନୀ ହାର୍ଲି-ଡେଭିଡସନ୍ ନିକଟରେ ଏକ ବଡ ଘୋଷଣା କରିଛି । କମ୍ପାନୀ ବଜାରକୁ ଛୋଟ ଓ କମ୍ ମୁଲ୍ୟର ୩୩୮ ସିସି ମୋଟରସାଇକେଲ ଆଣିବା ନେଇ ସୂଚନା ଦେଇଛି ।

ଏନେଇ ଚିନ୍ ର ଏକ ମୋଟରସାଇକେଲ ନିର୍ମାତା ସଂସ୍ଥା ସହ ମିଶି ହାର୍ଲି-ଡେଭିଡସନ୍ କାର୍ଯ୍ୟ ମଧ୍ୟ ଆରମ୍ଭ କରିଛି । ଏହି ବାଇକ ୨୦୨୦ ସୁଦ୍ଧା ଚିନ୍ ସମେତ ଏସୀୟ ଦେଶ ଗୁଡିକର ବଜାରରେ ବିକ୍ରି କରିବା ନେଇ ଆଶା ରଖିଛି କମ୍ପାନୀ ।

ହାର୍ଲି-ହେଭିଡସନ୍ ର ଏହି ବାଇକ୍ ରୟାଲ ଏନଫିଲ୍ଡର ୩୫୦ ସିସି ବାଇକକୁ ଟକ୍କର ଦେବ ବୋଲି କୁହାଯାଉଛି । ତେବେ ଏହାର ବଜାର ମୂଲ୍ୟ କେତେ ରହିବ ସେନେଇ କମ୍ପାନୀ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।

Leave A Reply

Your email address will not be published.