Latest Odisha News

BREAKING NEWS

ମୁକ୍ତ ଚିନ୍ତନ ମଞ୍ଚ ପକ୍ଷରୁ ୧୮୧ ତମ ଆଲୋଚନା ଚକ୍ର ଆୟୋଜିତ

ଭୁବନେଶ୍ୱର : ମୁକ୍ତ ଚିନ୍ତନ ମଞ୍ଚ ଓ ଭାରତୀୟ ବିଦ୍ୟା ଭବନ ଆନୁକୂଲ୍ୟରେ ସମ୍ପ୍ରତି ଓଡ଼ିଆ ସାହିତ୍ୟର ବଡ଼ ସମସ୍ୟା ‘ଲେଖକ ବନ୍ୟା ଓ ପାଠକ ମରୁଡି’ ଶୀର୍ଷକରେ ୧୮୧ତମ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।

ସୋଆ ବିଶ୍ବବିଦ୍ୟାଳୟର କୁଳପତି ଅଶୋକ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ‘ସମ୍ବାଦ’ର ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଏବଂ ବରିଷ୍ଠ ଲେଖକ ଅଚ୍ୟୁତାନନ୍ଦ ପତି ମୁଖ୍ୟବକ୍ତା ଭାବରେ ଯୋଗଦେଇଥିଲେ ।

ଏହି ଆଲୋଚନା ଚକ୍ରରେ ପ୍ରକାଶ ଚନ୍ଦ୍ର ଦାଶ, ପ୍ରତାପ କୁମାର ନାୟକ, ତନ୍ଦ୍ରାଳସା ଦାସ ଏବଂ ସୁପ୍ରିୟା ପଣ୍ଡା ପ୍ରମୁଖ ନିମନ୍ତ୍ରିତ ପାଠକ ଭାବରେ ଯୋଗଦେଇ ବର୍ତ୍ତମାନ ସମୟରେ ପାଠକର ଆବଶ୍ୟକତା ଏବଂ ଲେଖକର ଦାୟିତ୍ୱ ବିଷୟରେ ଆଲୋଚନା କରିଥିଲେ । ପ୍ରକାଶକ ଏବଂ ସମ୍ପାଦକ ଭାବରେ ଅସିତ ମହାନ୍ତି ଯୋଗଦେଇ ଗଳ୍ପ ଓ କବିତାକୁ ବାଦ ଦେଇ ସାହିତ୍ୟ ଅନ୍ୟଦିଗ ପ୍ରତି ପାଠକର ଦୃଷ୍ଟି କିପରି ଆକର୍ଷିତ କରାଯାଇପାରିବ ସେଥିପାଇଁ ଲେଖକମାନେ ତତ୍ପର ହେବା ଆବଶ୍ୟକ ବୋଲି ମତ ରଖିଥିଲେ ।

ସମଗ୍ର କାର୍ଯ୍ୟକ୍ରମକୁ ପୀତବାସ ରାଉତରାୟ ସଂଯୋଜନା କରିଥିବା ବେଳେ ରମାକାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସାହିତ୍ୟ ସଭାରେ ବହୁ ଲେଖକ , କବି , ବୁଦ୍ଧିଜୀବୀ ଏବଂ ସାହିତ୍ୟ ପ୍ରେମୀ ଯୋଗ ଦେଇଥିଲେ।

Leave A Reply

Your email address will not be published.