Latest Odisha News

BREAKING NEWS

ରାତି ଅଧରେ ଆସି ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ, ଜଳିଗଲା ୧୦ ବଖରା

ପୁରୀ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ । ଦେଖୁ ଦେଖୁ ରାତି ଅଧରେ ଆଖି ଆଗରେ ଜଳିଗଲା ୧୦ ବଖରା ଘର । ପୁରୀ ଜିଲ୍ଲା ପିପିଲି ସରସ୍ୱତୀପୁର ଗାଁରେ ଅଗ୍ନିକାଣ୍ଡରେ ୧୦ ବଖରା ଘର ଜଳି ଯାଇଛି । ସୂଚନା ଅନୁସାରେ, ରାତି ପ୍ରାୟ ଗୋଟାଏ ବେଳେ କିଛି ଦୁର୍ବୃତ୍ତ ନକୁଳ ସ୍ୱାଇଁଙ୍କ ଘରେ ନିଆଁ ଲଗାଇ ଦେଇଥିଲେ । ନିଆଁ ନକୁଳଙ୍କ ଘରୁ ପଡ଼ିଶା ଘରକୁ ବ୍ୟାପି ଯାଇଥିଲା ।

ଅଗ୍ନିକାଣ୍ଡରେ ଘରର ଆସବାବପତ୍ର ସହିତ ଧାନ, ଚାଉଳ, ମୁଗ ବ୍ୟାପକ ଭାବେ ନଷ୍ଟ ହୋଇଛି । ବାଇକ୍ ମଧ୍ୟ ଜଳି ଯାଇଛି ଅଗ୍ନିକାଣ୍ଡରେ । ଘଟଣା ସ୍ଥଳରେ ପିପିଲି ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ପୂର୍ବ ଶତ୍ରୁତାକୁ ନେଇ ନିଆଁ ଲଗାଇ ଦେଇଥିବା ଅଗ୍ନି ବିପନ୍ନ ଅଭିଯୋଗ କରିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.