Latest Odisha News

BREAKING NEWS

ଲାଲ ସିଂ ଚଢ଼ା ଫିଲ୍ମ ବିପକ୍ଷରେ ରେସଲର ବୀର ମହାନଙ୍କ ବୟାନ ହେଲା ଭାଇରାଲ

ମୁମ୍ବାଇ: ପିକେ ଫିଲ୍ମ ମାଧ୍ୟମରେ ହିନ୍ଦୁ ଦେବ ଦେବୀଙ୍କୁ ଅପମାନିତ କରିଥିବା ଅମୀର ଖାଁ ଏବେ ତାଙ୍କ ନୂତନ ଫିଲ୍ମ ଲାଲ ସିଂ ଚଢ଼ା ନେଇ ଆସିଛନ୍ତି । ଏହି ଫିଲ୍ମ ତୀବ୍ର ବିରୋଧର ସମ୍ମୁଖୀନ ହେବାରେ ଲାଗିଛି । ଏପରିକି ଅମୀର ତାଙ୍କ ସ୍ୱର ନରମ କରି ଦର୍ଶକଙ୍କୁ ଫିଲ୍ମ ଦେଖିବା ପାଇଁ ଅନୁରୋଧ କରିଛନ୍ତି । ଡବ୍ଲ୍ୟୁଡବ୍ଲ୍ୟୁଇ ରେସଲର ବୀର ମହାନ ଏବେ ଏହି ଶ୍ରେଣୀରେ ସାମିଲ ହୋଇଛନ୍ତି । ସେ ଖୋଲାଖୋଲି ଭାବେ କହିଛନ୍ତି ଆମ ଧର୍ମ ଓ ଦେବ ଦେବୀଙ୍କୁ ଅପମାନିତ କରୁଥିବା ଫିଲ୍ମ ଏବଂ ୱେବସିରିଜକୁ ବର୍ଜନ କର । ଏମାନଙ୍କର ଆମ ସଂସ୍କୃତି, ଦେଶ, ଇତିହାସ ପ୍ରତି କିଛି ଗୁରୁତ୍ୱ ନାହିଁ । ସେମାନଙ୍କୁ କେବଳ ଟଙ୍କା ଦରକାର । ସୋସିଆଲ ସାଇଟରେ ବୀର ମହାନ ଓରଫ ରିଙ୍କୁ ସିଂଙ୍କ ଏହି ବୟାନ ଏବେ ଭାଇରାଲ ହୋଇଛି । ଯାହାକି ପରୋକ୍ଷରେ ଅମୀରଙ୍କୁ ଅସୁବିଧାରେ ପକାଇଛି । ଅବଶ୍ୟ ସେ କୌଣସି ଫିଲ୍ମ କିମ୍ବା ୱେବ ସିରିଜର ନାମ ନେଇ ନ ଥିଲେ । ଅପରପକ୍ଷରେ ଅମୀର ଦକ୍ଷିଣ ଭାରତ ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ସେଠାକାର ପ୍ରତିଷ୍ଠିତ କଳାକାରଙ୍କୁ ନେଇ ଏକ ସ୍କ୍ରିନିଂର ଆୟୋଜନ କରିଥିଲେ ।

Leave A Reply

Your email address will not be published.