ମୁମ୍ବାଇ: ପିକେ ଫିଲ୍ମ ମାଧ୍ୟମରେ ହିନ୍ଦୁ ଦେବ ଦେବୀଙ୍କୁ ଅପମାନିତ କରିଥିବା ଅମୀର ଖାଁ ଏବେ ତାଙ୍କ ନୂତନ ଫିଲ୍ମ ଲାଲ ସିଂ ଚଢ଼ା ନେଇ ଆସିଛନ୍ତି । ଏହି ଫିଲ୍ମ ତୀବ୍ର ବିରୋଧର ସମ୍ମୁଖୀନ ହେବାରେ ଲାଗିଛି । ଏପରିକି ଅମୀର ତାଙ୍କ ସ୍ୱର ନରମ କରି ଦର୍ଶକଙ୍କୁ ଫିଲ୍ମ ଦେଖିବା ପାଇଁ ଅନୁରୋଧ କରିଛନ୍ତି । ଡବ୍ଲ୍ୟୁଡବ୍ଲ୍ୟୁଇ ରେସଲର ବୀର ମହାନ ଏବେ ଏହି ଶ୍ରେଣୀରେ ସାମିଲ ହୋଇଛନ୍ତି । ସେ ଖୋଲାଖୋଲି ଭାବେ କହିଛନ୍ତି ଆମ ଧର୍ମ ଓ ଦେବ ଦେବୀଙ୍କୁ ଅପମାନିତ କରୁଥିବା ଫିଲ୍ମ ଏବଂ ୱେବସିରିଜକୁ ବର୍ଜନ କର । ଏମାନଙ୍କର ଆମ ସଂସ୍କୃତି, ଦେଶ, ଇତିହାସ ପ୍ରତି କିଛି ଗୁରୁତ୍ୱ ନାହିଁ । ସେମାନଙ୍କୁ କେବଳ ଟଙ୍କା ଦରକାର । ସୋସିଆଲ ସାଇଟରେ ବୀର ମହାନ ଓରଫ ରିଙ୍କୁ ସିଂଙ୍କ ଏହି ବୟାନ ଏବେ ଭାଇରାଲ ହୋଇଛି । ଯାହାକି ପରୋକ୍ଷରେ ଅମୀରଙ୍କୁ ଅସୁବିଧାରେ ପକାଇଛି । ଅବଶ୍ୟ ସେ କୌଣସି ଫିଲ୍ମ କିମ୍ବା ୱେବ ସିରିଜର ନାମ ନେଇ ନ ଥିଲେ । ଅପରପକ୍ଷରେ ଅମୀର ଦକ୍ଷିଣ ଭାରତ ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ସେଠାକାର ପ୍ରତିଷ୍ଠିତ କଳାକାରଙ୍କୁ ନେଇ ଏକ ସ୍କ୍ରିନିଂର ଆୟୋଜନ କରିଥିଲେ ।
BREAKING NEWS
- Bank unions defer 3-day:ବ୍ୟାଙ୍କ ଧର୍ମଘଟ ପ୍ରତ୍ୟାହାର ; IBA ଏବଂ UFBU ମଧ୍ୟରେ ବୈଠକ ପରେ ନିଷ୍ପତ୍ତି
- ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ମାରି ଜାଳିଦେଲେ!
- ମହାନଦୀରେ ବଢୁଛି ବନ୍ୟା ଭୟ: ବଡ଼ମ୍ବା ଭଟ୍ଟାରିକା ପୀଠରେ ୧୬୩ ଧାରା ଲାଗୁ, ମନ୍ଦିର ଛୁଇଁଲା ବନ୍ୟାଜଳ
- ଅତିଭୌତିକ ଗଳ୍ପ‘ଇନ୍ଦ୍ରଜାଲ’ ପୁସ୍ତକ ଉନ୍ମୋଚନ
- ବିବାହର ୪ ବର୍ଷ ପରେ ଜାସ୍ମିନ ମାଝୀଙ୍କ ସନ୍ଦେହଜନକ ମୃତ୍ୟୁ: ସ୍ୱାମୀଙ୍କ ସହ ଝଗଡ଼ା ପରେ ବିଷ ପିଇଥିବା ସନ୍ଦେହ
- CM Majhi targets Congress:SIR ଅଭିଯୋଗକୁ ନେଇ କଂଗ୍ରେସକୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ; କହିଲେ- ପ୍ରସ୍ତୁତ ହୋଇଥିବା ଭୋଟର ତାଲିକାରେ ତ୍ରୁଟି ନାହିଁ
- MMDR Amendment Act:ଏମଏମଡିଆର ସଂଶୋଧନ ଆଇନ ପ୍ରତ୍ୟାହାର ଦାବି ପ୍ରସଙ୍ଗ;ବିକ୍ଷୋଭରେ ଜନସାଧାରଣଙ୍କୁ ସାମିଲ ହେବାକୁ ବିଜେଡିର ନିବେଦନ
- ନିର୍ଭୟରେ କରନ୍ତୁ ଭଗବଦ୍ ଗୀତା ପାଠ, ବଙ୍ଗଳାରେ ବଦଳିଛି ସ୍ଥିତି: ହିନ୍ଦୁ ବିରୋଧୀଙ୍କୁ ଶୁଭେନ୍ଦୁଙ୍କ ଟାର୍ଗେଟ
- ଦିଲ୍ଲୀରେ ଖରାପ ରାସ୍ତାକୁ ନେଇ ବବାଲ: ଭିଡିଓ କରୁଥିବା ଯୁବକଙ୍କୁ ଥାପ୍ପଡ଼ ମାରିଲେ ମନ୍ତ୍ରୀ ପ୍ରବେଶ ବର୍ମା
- କୋହଲି,ଗିଲ୍ଙ୍କ ଶତକ: ପ୍ରଥମ ଏକଦିବସୀୟରେ ୱେଷ୍ଟଇଣ୍ଡିଜ୍କୁ ୮ ୱିକେଟ୍ରେ ହରାଇଲା ଭାରତ

Comments are closed.