ଲକ୍ଷ୍ନୌ: ଉତରପ୍ରଦେଶରେ ଦୁଇ ବାହୁବଳୀଙ୍କ ପୁରୁଣା ସଂଘର୍ଷ ଏବେ ତାଜା ହୋଇଯାଇଛି । ମୁଖତାର ଅଁସାରୀର ଶତ୍ରୁ ବ୍ରିଜେଶ ସିଂ ୧୪ ବର୍ଷ ପରେ ଜେଲରୁ ମୁକୁଳିଛି । ଯାହାକି ମୁଖତାରଙ୍କ ନିଦ ହଜେଇ ଦେଇଛି । ଏପରିକି ସେ ଜେଲରେ ୨ ଦିନ ହେବ ଶାନ୍ତିରେ ନାଁ ଖାଇ ପାରୁଛନ୍ତି, ନାଁ ଶୋଇ ପାରୁଛନ୍ତି । ମୁଖତାର ଜେଲରେ ଏବେ ବନ୍ଦ ଥିବାରୁ ଭୟଭୀତ ହୋଇ ପଡିଛନ୍ତି । ପୂର୍ବରୁ ବ୍ରିଜେଶ ତାର ପରମ ଶତ୍ରୁ ଉପରେ ମରଣାତ୍ମକ ଆକ୍ରମଣ କରି ସାରିଛି । ୧୫ ଜୁଲାଇ ୨୦୦୧ରେ ମୁଖତାରଙ୍କ ଟିମ ଉପରେ ବ୍ରିଜେଶର ଲୋକମାନେ ଆକ୍ରମଣ କରିଥିଲେ । ଏଥିରେ ମୁଖତାରଙ୍କ ଗନର ସମେତ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିଲେ । ଅବଶ୍ୟ ଏହି ମାମଲାରେ ୨୦୦୯ରୁ ବ୍ରିଜେଶ ଜେଲରେ ବନ୍ଦ ଥିଲେ । ଉକ୍ତ ଆକ୍ରମଣରେ ମୁଖତାର ବଂଚି ଯାଇଥିଲେ ମଧ୍ୟ ତାର ସାମ୍ରାଜ୍ୟ ଏବଂ ଲୋକମାନଙ୍କ ଉପରେ ବ୍ରିଜେଶ ପଦକ୍ଷେପ କଣ ରହୁଛି ଏବେ ସେଥିପ୍ରତି ସମସ୍ତଙ୍କ ନଜର ରହିଛି । ଅନ୍ୟ ଅର୍ଥରେ ୟୁପିରେ ପୁନର୍ବାର ଗ୍ୟାଙ୍ଗୱାର ଆଶଙ୍କା ବୃଦ୍ଧି ପାଇଛି କହିଲେ ଭୁଲ ହେବନି ।
BREAKING NEWS
- ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି କେନ୍ଦୁଝର ଲୋକସଭା ପ୍ରାର୍ଥୀ ବିନୋଦ ବିହାରୀ ନାୟକ
- ରୋହିତ ଶର୍ମା ଆଘାତପ୍ରାପ୍ତ !
- ଓଡ଼ିଶା ଭଳି ରାଜ୍ୟର ନେତା, ତା ନିଜ ମାଟିର ପୁଅ ହୁଅନ୍ତୁ; ଜୟଶଙ୍କର
- ନାମାଙ୍କନ ଦାଖଲ କଲେ କଂଗ୍ରେସ ପାର୍ଥୀ ସୁଜିତ ମହାପାତ୍ର
- ନାମାଙ୍କନ ଭରିଲେ ଉପାସନା; କହିଲେ, ବ୍ରହ୍ମଗିରି ଲୋକଙ୍କ ସ୍ୱର ହେବି
- ରାଣୀଙ୍କ ଆଖିରେ ଲୁହ !
- ହାତ ଛାଡି ପଦ୍ମ ଧରିଲେ ପୂର୍ବତନ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଅରବିନ୍ଦର ସିଂ ଲଭଲୀ
- ‘ରାହୁଲ ଗାନ୍ଧୀ ପାକିସ୍ତାନରୁ ନିର୍ବାଚନ ଲଢିବା ଉଚିତ୍’
- ରାଜ୍ୟପାଳଙ୍କ ଉପରେ ଯୌନ ଉତ୍ପୀଡନ ଅଭିଯୋଗ; ରାଜଭବନର ସିସିଟିଭ ଫୁଟେଜ୍ ମାଗିଲେ କଲିକତା ପୋଲିସ୍
- ଆମ୍ରି ହସ୍ପିଟାଲ ପକ୍ଷରୁ ମାଗଣା ଯକୃତ ପରାମର୍ଶ ଶିବିର ଆୟୋଜିତ