Latest Odisha News

BREAKING NEWS

ସଂସଦରେ ମହିଳାଙ୍କ ୩୩ ପ୍ରତିଶତ ସଂରକ୍ଷିତ ମହିଳା ଆସନ ପାଇଁ ରାଜ୍ୟସଭାରେ ଦାବି କଲେ ସସ୍ମିତ ପାତ୍ର

ଭୁବନେଶ୍ୱର: ରାଜ୍ୟସଭାରେ ବିଜେଡି ସାଂସଦ ସସ୍ମିତ ପାତ୍ର ସଂସଦରେ ମହିଳାଙ୍କ ସଂରକ୍ଷଣ ବିଲ୍ ପାଇଁ ଦାବି ଉପସ୍ଥାପନ କରିଛନ୍ତି । ସଂସଦରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ବିଲ୍ ପାଇଁ ସସ୍ମିତ ରାଜ୍ୟସଭାରେ ଦାବି ଉପସ୍ଥାପନ କରିଛନ୍ତି ।

ସସ୍ମିତ ଦାବି ରଖିଥିଲେ ଯେ, ଉଭୟ ବିଧାନସଭା ଏବଂ ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାଇଁ ଓଡ଼ିଶା ବିଧାନସଭା ଏକ ପ୍ରସ୍ତାବ ପାରିତ କରିଛି । ଓଡ଼ିଶାରେ ଶାସକ ବିଜେଡି ୨୦୧୯ ଲୋକସଭା ନିର୍ବାଚନରେ ୩୩% ମହିଳା ପ୍ରାର୍ଥୀ ଦେଇଥିଲା ।

ଏହି ବିଲ୍ ବିଷୟରେ ଅଧିକ ଆଲୋଚନା ଏବଂ ତଥ୍ୟ ସଂଗ୍ରହ ପାଇଁ ୨୨ ଜଣ ବିଜେଡି ପ୍ରତିନିଧି ୨୨ଟି ଜାତୀୟ ଏବଂ ରାଜନୈତିକ ଦଳକୁ ଭେଟି ଆଲୋଚନା କରିବାକୁ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଠାଇଥିଲେ ।

Leave A Reply

Your email address will not be published.