Latest Odisha News

BREAKING NEWS

ଭୁବନେଶ୍ବରରେ ପହଁଚିଲେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ

ହାତ ହଲାଇ ଅଭିବାଦନ ଗ୍ରହଣ କରିଥିଲେ ଶାହ

ଭୁବନେଶ୍ବର:  କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶାରେ ଆସି ପହଁଚିଛନ୍ତି । ବିଳମ୍ବିତ ରାତିରେ  ବିମାନ ବନ୍ଦରରେ ପହଁଚିଥିଲେ ଅମିତ ଶାହ । ଶାହଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆସି ପହଁଚିଛନ୍ତି ।

 

ଭୁବନେଶ୍ୱର ବିମାନବନ୍ଦରରେ କେନ୍ଦ୍ର ଅମିତ ଶାହଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିବା ଦେଖିବାକୁ ମିଳିଥିଲା ।  ଶାହଙ୍କ ଆଗମନରେ ଉତ୍ସବମୁଖର ହୋଇଥିଲା ଭୁବନେଶ୍ୱର ବିମାନବନ୍ଦର ।  ତ୍ରିରଙ୍ଗା, ପାରମ୍ପରିକ ପୋଷାକ, କଳା, ନୃତ୍ୟ ଓ ବାଦ୍ୟ ଯନ୍ତ୍ର ବଜାଇ ସ୍ୱାଗତ ଜଣାଇଥିଲେ କାର୍ଯ୍ୟକର୍ତ୍ତା ଓ ହଜାର ହଜାର ଜନସାଧାରଣ ।  ହାତ ହଲାଇ ଅଭିବାଦନ ଗ୍ରହଣ କରିଥିଲେ ଶାହ ।

 

ଅମିତ ଶାହ ରବିବାର ବିଳମ୍ବିତ ରାତ୍ରୀରେ ନୂଆଦିଲ୍ଲୀରୁ ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିିଥିଲେ । ତାଙ୍କ ସାଥୀରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସିଥିଲେ । ବିମାନବନ୍ଦର ପରିସରରେ ଶ୍ରୀ ଶାହଙ୍କୁ ବିଜେପିର ବରିଷ୍ଠ ନେତା, କାର୍ଯ୍ୟକର୍ତ୍ତା ଏବଂ ଜନସାଧାରଣ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

ଶ୍ରୀ ଶାହଙ୍କ ଆଗମନରେ ଭୁବନେଶ୍ୱର ବିମାନବନ୍ଦର ଉତ୍ସବମୁଖର ହୋଇଉଠିଥିଲା । ଦଳୀୟ କାର୍ଯ୍ୟକର୍ତ୍ତା ଓ ହଜାର ହଜାର ଜନସାଧାରଣ, ପ୍ରଶଂସକମାନେ ହାତରେ ତ୍ରିରଙ୍ଗା ଧରିବା ସହ, ପାରମ୍ପରିକ ପୋଷାକ, ଲୋକକଳା, ଗୀତ ନୃତ୍ୟ ସହ ବାଦ୍ୟ ଯନ୍ତ୍ର ବଜାଇ ତାଙ୍କୁ ସ୍ୱାଗତ ଜଣାଇଥିଲେ। ଶ୍ରୀ ଶାହ ହାତ ହଲାଇ ସମସ୍ତଙ୍କ ଅଭିବାଦନ ଗ୍ରହଣ କରିଥିଲେ ।

ଆସନ୍ତାକାଲି ଶ୍ରୀ ଶାହ ଶ୍ରାବଣ ମାସର ଶେଷ ସୋମବାରରେ ପ୍ରଥମେ ଲିଙ୍ଗରାଜ ମନ୍ଦିରକୁ ଯାଇ ଦର୍ଶନ କରିବେ । ପରେ କଟକ ଗସ୍ତ କରି ଓଡ଼ିଆ ବଜାର ସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବା ସହ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି କରିବେ । କଟକ ଇନଡ଼ୋର୍ ଷ୍ଟାଡ଼ିୟମରେ ପ୍ରଜାତନ୍ତ୍ରର 75ତମ ବାର୍ଷିକ ଉତ୍ସବରେ ଯୋଗଦେବେ । ଅପରାହ୍ଣରେ ଭୁବନେଶ୍ୱର ସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ପ୍ରମୁଖ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତାଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିବେ । ପରବର୍ତ୍ତୀ ପର୍ଯ୍ୟାୟରେ ଭୁବନେଶ୍ୱର ମେ’ଫେୟାର ଠାରେ “ମୋଦି @ 20 : ଡ୍ରିମ୍ସ ମିଟ୍ ଡେଲିଭରି” ପୁସ୍ତକର ପଠନ କାର୍ଯ୍ୟକ୍ରମରେ ଯୋଗଦେବା ପରେ ସେ ନୂଆଦିଲ୍ଲୀକୁ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ସମସ୍ତ କାର୍ଯ୍ୟକ୍ରମରେ ଶ୍ରୀ ଶାହଙ୍କ ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉପସ୍ଥିତ ରହିବେ ।

ଅମିତ ଶାହ  ଦୈନିକ ଖବରକାଗଜ ‘ପ୍ରଜାତନ୍ତ୍ର’ର ୭୫ତମ ପ୍ରତିଷ୍ଠା ଦିବସ ତଥା ‘ଆଜାଦି କା ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ତାଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପଦ୍ମଭୂଷଣ ଡକ୍ଟର ପ୍ରତିଭା ରାୟ ମଧ୍ୟ ସମାରୋହରେ ଉପସ୍ଥିତ ରହିବେ ବୋଲି କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.