Latest Odisha News

BREAKING NEWS

୧୦ମ ଶ୍ରେଣୀ ଛାତ୍ରୀ ୫ ଦୁର୍ବୃତ୍ତଙ୍କ ଦ୍ୱାରା ଗଣଦୁଷ୍କର୍ମର ଶୀକାର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ ଏକ ପଡିଆ ନିକଟରେ ସୋମବାର ସନ୍ଧ୍ୟାରେ ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ୫ଜଣ ଯୁବକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ସ୍ଥାନୀୟ ବାସିନ୍ଦା ଉକ୍ତ ଝିଅଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଟିସ୍କୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ଉକ୍ତ ଛାତ୍ରୀଙ୍କୁ ପାଖାପାଖି ୨ଟା ବେଳେ ଅଭିଯୁକ୍ତମାନେ ଅପହରଣ କରିଥିଲେ । ପରେ ନିକଟସ୍ଥ ଖେଳ ପଡିଆରେ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି ।

ଅନ୍ୟପକ୍ଷରେ ଏନେଇ ପିଡିତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି ।

Comments are closed.