Latest Odisha News

BREAKING NEWS

ଏନସେଫାଲିଟିସ୍ ସହ ଲିଚୁର ସମ୍ପର୍କ ନାହିଁ: ବିଶେଷଜ୍ଞ

ବିହାର: ବିହାରରେ ଦିନକୁ ଦିନ ଶିଶୁ ମୃତ୍ୟୁ ବଢୁଥିବା ବେଳେ ଏହି ଘଟଣା ଏବେ ନୂଆ ମୋଡ ନେଇଛି । ପିଲାଙ୍କର ଏହି ଅକାଳ ମୃତ୍ୟୁକୁ ନେଇ ଲିଚୁକୁ ଦାୟୀ କରାଯାଉଥିଲା ବେଳେ ଏହା ସହ ଲିଚୁର କୌଣସି ସମ୍ପର୍କ ନଥିବା ନ୍ୟାସନାଲ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ଡ. ବିଶାଳନାଥ ସ୍ପଷ୍ଟ କରିଛନ୍ତି ।

ଏନେଇ ଇଣ୍ଡିଆ ଟୁଡେ ଗଣମାଧ୍ୟମରେ ଏକ ରିର୍ପୋଟ ପ୍ରକାଶ ପାଇଛି ।

ବିହାରର କୃଷି ମନ୍ତ୍ରୀ ପ୍ରେମ କୁମାରଙ୍କ ନିର୍ଦ୍ଦେଶକ୍ରମେ ଲିଚୁ ନମୂନା ଯାଞ୍ଚ ପାଇଁ ପଠାଯାଇଥିଲା । ଯାଞ୍ଚ ପରେ ଶିଶୁ ମୃତ୍ୟୁର କାରଣ ମସ୍ତିଷ୍କ ଜ୍ୱର ହୋଇଥିବାବେଳେ ଲିଚୁର ଏହା ସହ କୌଣସି ସମ୍ପର୍କ ନଥିବା ଡ. ବିଶାଳନାଥ ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି ।

ଆହୁରି ମଧ୍ୟ ସେ କହିଛନ୍ତି ଯେ ଲିଚୁ ଏକ ଅମ୍ଳୀୟ ଫଳ ହୋଇଥିବାରୁ ଏସିଡିିଟି ହେବା ଭୟରେ ଖାଲିପେଟରେ ଏହାକୁ ଖାଇବାକୁ ବାରଣ କରାଯାଇଥାଏ ।

ଆନ୍ତର୍ଜାତିକ ବଜାରରେ ଲିଚୁ ରପ୍ତାନିରେ ଭାରତ ପ୍ରଥମ ସ୍ଥାନରେ ରହିଛି । ଭାରତରେ ଉତ୍ପାଦିତ ଲିଚୁର ୬୦ ପ୍ରତିଶତ ବିହାରରୁହିଁ ଅମଳ ହୋଇଥାଏ । ତେବେ ଲିଚୁ କାରବାରକୁ କ୍ଷତି ପହଞ୍ଚାଇବା ପାଇଁ ଏଭଳି ଗୁଜବ ସୃଷ୍ଟି କରାଯାଇଥିବା ଚର୍ଚ୍ଚା ଆରମ୍ଭ ହୋଇଛି ।

Leave A Reply

Your email address will not be published.