ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ ଆଘାତ ସମସ୍ୟା ଯୋଗୁ ଆଗାମୀ ଏସିଆ କପରୁ ଓହରି ଯାଇଛନ୍ତି । ସେ ପିଠି ଆଘାତ ସମସ୍ୟାରେ ପଡିଛନ୍ତି ଏବଂ ଏହା ଭଲ ହେବାକୁ କିଛି ଦିନ ସମୟ ଲାଗିବ । ବିସିସିଆଇ ପକ୍ଷରୁ ବିଧିବଦ୍ଧ ଭାବେ ଓହରିବା କଥା ଘୋଷଣା କରାଯାଇ ନ ଥିଲେ ମଧ୍ୟ ଜଣେ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଟି୨୦ ବିଶ୍ୱକପରେ ଆମକୁ ବୁମରାହଙ୍କ ଆବଶ୍ୟକତା ରହିଛି । ସେଥିପାଇଁ କୌଣସି ପ୍ରକାରର ରିସ୍କ ଆମେ ନେବାକୁ ଚାହୁଁ ନାହୁଁ ବୋଲି ଅଧିକାରୀଜଣଙ୍କ କହିଛନ୍ତି । ଏସିଆ କପ ଏଥର ଟି୨୦ ଫର୍ମାଟରେ ଖେଳାଯିବ । ଜାତୀୟ କ୍ରିକେଟ ଏକାଡେମୀରେ ବୁମରାହ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେଇ ପରବର୍ତୀ ପଦକ୍ଷେପ ଗ୍ରହଣ କରିବେ । ବୁମରାହ ଏବେ ଆମେରିକାରେ ପରିବାରଙ୍କ ସହ ସମୟ କାଟୁଛନ୍ତ ।
BREAKING NEWS
- ୫ ଓଡ଼ିଆ ଶ୍ରମିକଙ୍କ ମୃତ୍ୟ, ଆସିଲା ବଡ଼ ଖବର
- ବଲିଉଡ୍ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ଭାଇଙ୍କୁ ମରଣାନ୍ତକ ଆକ୍ରମଣ
- ଯାହାକୁ ମେସୀ କୋଳରେ ବସାଇଥିଲେ, ସିଏ ଏବେ କଲେ ଗୋଲ
- ଭାରତୀୟ ରେଲୱେର ବଡ଼ ନିଷ୍ପତ୍ତି: ବିନା ଟିକେଟରେ ଟ୍ରେନରେ ଉଠିଲେ ଦି’ଗୁଣା ଫାଇନ, ଧୁମ୍ରପାନ କଲେ ଜରିମାନା
- ସଡ଼କ ଦୁର୍ଘଟଣାରେ ଆସିଲା ଚିନ୍ତାଜନକ ରିପୋର୍ଟ; ଗତ ୫ ବର୍ଷରେ ଯାଇଛି ୧.୮ ଲକ୍ଷ ପଦଚାରୀଙ୍କ ଜୀବନ
- ଜୁନ୍ ୩୦ ସୁଦ୍ଧା e-KYC ନକଲେ ବନ୍ଦ ହୋଇଯିବ ୩୦୦ ଟଙ୍କାର LPG ସବସିଡି
- ୧୭ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ମିଳିଲା ଟଙ୍କା
- ଗ୍ୟାସ ଲିକ୍ ଘଟଣା: ଚେନ୍ନାଇରେ ପହଞ୍ଚି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଓଡ଼ିଶା ସରକାରଙ୍କ ଟିମ୍
- ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଅଭିଯୋଗ ଆବେଦନକୁ ବାଚସ୍ପତି ସୁରମା ପାଢ଼ୀ ଖାରଜ କଲେ
- ଦାମୀ କାରରେ ଗଞ୍ଜେଇ ବେପାର: ମହିଳାଙ୍କ ସମେତ ୩ ଜଣଙ୍କୁ ବାନ୍ଧିଲା ପୋଲିସ

Comments are closed.