ଭୁବନେଶ୍ୱର: ଦେଶ ସ୍ବାଧୀନତାର ୭୫ବର୍ଷ ଅବସରରେ ସର୍ବତ୍ର ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଉଛି। ଏହି ଅବସରରେ ସିପେଟ୍ ଦ୍ୱାରା ଦୁଇ ଦିନ ଧରି ଉଭୟ ସାଇେକେଲ ଏବଂ ମଟର ସାଇକେଲର ସଚେତନା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।
ପ୍ରଥମ ଦିନ ସିପେଟ ଦ୍ୱାରା ମଞ୍ଚୁଦେବ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଏହି ସାଇେକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ବୁଧବାର ଦିନ ଅପରାହ୍ନ ୩ଟାରେ ଶିଳ୍ପାଞ୍ଚଳ ସ୍ଥିତ ସିପେଟ୍ ପରିସରରୁ ଶତାଧିକ ଛାତ୍ରଛାତ୍ରୀ ବିଭିନ୍ନ ରଙ୍ଗର ପୋଷାକରେ ସଜ୍ଜ୍ଜିତ ହୋଇ ହାତରେ ତ୍ରିରଙ୍ଗା ଧାରଣ କରିଥିଲେ।
ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣ ସାଜିଥିଲେ ଗାନ୍ଧିଜୀ ଓ ତିନି ମାଙ୍କଡ,ସୁଭାଷ ଚନ୍ଦ୍ର ବୋଷ, ଭାରତ ମାତା, ରାଣୀଲକ୍ଷ୍ମୀ ବାଇଙ୍କ ରୂପରେ ସଜ୍ଜିତ ଛାତ୍ରଛାତ୍ରୀ।
ପଟିଆ ସ୍ଥିତ ସିପେଟର ପ୍ରମୁଖ ପିକେ ସାହୁ, ଆୟୋଜକ ମଞ୍ଚେଶ୍ୱର ସ୍ଥିତ ସିପେଟ୍ ସିଏସ..ଟିଏସର ମୁଖ୍ୟ ତଥା ନିର୍ଦ୍ଦେଶକ ବି.ପି ପାତ୍ର ଏବଂ ପ୍ରଶାସନିକ ଅଧିକାରୀ ଜୟନ୍ତ କୁମାର ଦାସ ଶାନ୍ତିର ପ୍ରତୀକ ଧଳା କୋପତକୁ ଏବଂ ପତାକା ଉଡାଇ ମଞ୍ଚେଶ୍ୱର ସିପେଟ ପ୍ରାଙ୍ଗଣରୁ ଶୋଭାଯାତ୍ରାର ଆରମ୍ଭ କରିଥିଲେ।
ପ୍ରଥମ ଦିନର ଏହି ସାଇକେଲ ଶୋଭାଯାତ୍ରାଟିକୁ ନିକଟସ୍ଥ ମଞ୍ଚୁଦେବ ଉଚ୍ଚ ବିଦ୍ୟାଳୟ ପରିସରରେ ସମାପ୍ତ କରାଯାଇଥିଲା।
ସେହିପରି ଶୋଭାଯାତ୍ରାର ଦ୍ୱିତୀୟ ଦିବସରେ, ନିର୍ଦ୍ଦେଶକ ବି.ପି ପାତ୍ରଙ୍କ ପ୍ରେରଣାରେ ସମସ୍ତ କର୍ମକର୍ତା ମଟରସାଇକେଲରେ ଜାତୀୟ ପତାକା ଲଗାଇ ଶୋଭାଯାତ୍ରାରେ ଭାଗ ନେଇଥିଲେ।
ପ୍ରଶାସନିକ ଅଧିକାରୀ ଜୟନ୍ତ କୁମାର ଦାସଙ୍କ ନେତୃତ୍ୱରେ ସିପେଟର ଏହି ଟିମ୍ ମଞ୍ଚେଶ୍ୱର ସିପେଟରୁ ବାହାରି ଆଗକୁ ଆସୁଥିବା ୭୫ତମ ସ୍ୱତନ୍ତ୍ରତା ଦିବସ ପାଳନ ଉପଲକ୍ଷେ ଏକ ଜାତୀୟ ପତାକା ସହ ପଟିଆ ସ୍ଥିତ ସିପେଟର ପହଞ୍ଚି ଶାଖାର ମୁଖ୍ୟ ପିକେ. ସାହୁଙ୍କୁ ପ୍ରଦାନ କରିଥିଲେ।
Comments are closed.