Latest Odisha News

BREAKING NEWS

ବାରମ୍ବାର ପ୍ରେମରେ

ବାରମ୍ବାର ପ୍ରେମରେ

ନୀହାରିକା ମଲ୍ଲିକ

ତୁମେ କୁହ ପ୍ରେମରେ ପଡିବା ସହଜ
କ୍ଷଣଟିଏ ଲୋଡା, ଆଖିରେ ଆଖି ମିଶିବାକୁ
ମନ ସହ ମନ ମିଶିବାକୁ
ଆଉ ତାପରେ ବାସ୍ ହୋଇଯାଏ ପ୍ରେମ ।

ପରଖି ନିରେଖି ପ୍ରେମ କରିହୁଏନି ,
ଆଖିବୁଜି ବିଶ୍ଵାସର ସହ ପିଇଯାଅ
ଆଉ ତା’ପରେ ଦେଖ
ସବୁ ପ୍ରେମମୟ, ଅମୃତମୟ…

ସେବେଠୁ ମୁଁ ପିଇ ଚାଲିଛି
କେବେ ଦେଖିବାକୁ ଇଚ୍ଛା ବି କରିନି ।

ଆଜି କହୁଛ ଭୁଲିବା ସହଜ..
ବାସ୍, ଖାଲି କାରଣଟେ ଲୋଡ଼ା
ଆରୋପ ପ୍ରତ୍ୟାରୋପର ଦଲିଲ୍ ରଖିବାକୁ
ଆଉ ତା’ପରେ ଭୁଲିହେଇଯାଏ ।

ହେଲେ ମୁଁ ଏମିତି ପିଇଚାଲୁଥାଏ
ଭଲପାଇବାର ପୀୟୂଷ
ଅଭିଯୋଗ ଓ ଅଭିମାନର ଫର୍ଦ୍ଦକୁ
ସାଇତି ରଖୁଥାଏ ଯତ୍ନରେ
ପଡୁଥାଏ, ସମ୍ଭାଳୁଥାଏ
ଜୀଉଁଥାଏ, ମରୁଥାଏ…
ବାରମ୍ବାର ତୁମ ପ୍ରେମରେ
ସବୁଜନ୍ମରେ ସବୁଥର ତୁମ ପ୍ରେମରେ ।

Leave A Reply

Your email address will not be published.