ନୂଆଦିଲ୍ଲୀ: ଭାରତର ଅନୁରୋଧ ସତ୍ୱେ ଶେଷରେ ଶ୍ରୀଲଙ୍କା ତାର ହାମ୍ବନଟୋଟା ବନ୍ଦରରେ ଚୀନର ଗୁପ୍ତଚର ଜାହାଜ ୟୁଆନ ୱାଙ୍ଗ ୫କୁ ଆସିବା ପାଇଁ ଅନୁମତି ଦେଇଛି । ପୂର୍ବରୁ ଭାରତର କଥା ରଖି ଶ୍ରୀଲଙ୍କା ଏହି ଜାହାଜ ନ ପଠାଇବା ପାଇଁ ଅନୁରୋଧ କରିଥିଲା । ମାତ୍ର ଏବେ ଏହି ନିଷ୍ପତିରେ ପରିବର୍ତନ କରିଛି । ଚୀନ ଜାହଜ ଅଗଷ୍ଟ ୧୬ରୁ ୨୨ ପର୍ଯ୍ୟନ୍ତ ହାମ୍ବନଟୋଟାରେ ରହିବ । ସୁରକ୍ଷା ଦୃଷ୍ଟିକୋଣରୁ ଭାରତ ପାଇଁ ଏହି ଜାହାଜ ବିପଦ ସୃଷ୍ଟି କରିପାରେ । ଏହି ଜାହାଜରେ ସ୍ପେଶ ଏବଂ ସାଟେଲାଇଟ ଟ୍ରାକିଂ ସହ ଇଂଟରକଂଟିନେଟାଂଲ ବାଲେଷ୍ଟିକ ମିସାଇଲ ଲଂଚର ମଧ୍ୟ ସନ୍ଧାନ ମିଳିପାରିବ । ଏଥିରେ ଏପରି ଆଂଟିନା ଲାଗିଛି ଯେ, ଏହା ଅତି ଦୂରରୁ ଶବ୍ଦ ଏବଂ ଦୃଶ୍ୟକୁ ଟ୍ରାକ କରିପାରିବ । ଚୀନ ଏହା ମାଧ୍ୟମରେ ଭାରତର ମୂଖ୍ୟ ନୌସେନା ବେସ ଓ ପରମାଣୁ ଗବେଷଣା କେନ୍ଦ୍ର ତଥା ଇସ୍ରୋରୁ ତଥ୍ୟ ଚୋରୀ କରିବା ଆଶଙ୍କା ରହିଛି । ଆମେରିକା ମଧ୍ୟ ଏଥିନେଇ ଉଦବେଗ ପ୍ରକାଶ କରିଛି । ସୂଚନାଯୋଗ୍ୟ, ଚୀନ ୯୯ ବର୍ଷ ଲିଜରେ ଶ୍ରୀଲଙ୍କାର ହାମ୍ବନଟୋଟା ବନ୍ଦରକୁ ନେଇଛି ।
BREAKING NEWS
- Ukraine targets Moscow: ୟୁକ୍ରେନ୍ର ଋଷ ଉପରେ ବଡ଼ ଧରଣର ଏୟାରଷ୍ଟ୍ରାଇକ;୬ ଜଣଙ୍କ ମୃତ୍ୟୁ, ମସ୍କୋର ଜୋରଦାର ପ୍ରତି-ଆକ୍ରମଣ
- NH-53 collapses:ଲଗାଣ ବର୍ଷାରେ ଜାତୀୟ ରାଜପଥ NH 53 ଦବିଲା, ଓଲଟିଲା ଟ୍ରକ୍;ନିମ୍ନମାନର ରାସ୍ତା କାମ ଅଭିଯୋଗ
- ଆକାଶମାର୍ଗରୁ ଆସନ୍ତାକାଲି ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ
- ରାଜ୍ୟରେ ଅତି ପ୍ରବଳ ବର୍ଷା ଆଶଙ୍କା;ଆସନ୍ତାକାଲି ଉତ୍କଳ ବିଶ୍ବବିଦ୍ୟାଳୟର ପରୀକ୍ଷା ବାତିଲ, ମୟୂରଭଞ୍ଜ ସହ ଏହି ଜିଲ୍ଲାରେ ଶିକ୍ଷାନୁଷ୍ଠାନ ବନ୍ଦ
- ନିଜର ନାମ, ପରିଚୟ ବଦଳାଇଥିବା ବିଶ୍ୱର ୫ ଜଣ ପ୍ରସିଦ୍ଧ କ୍ରିକେଟର
- DGP Yogesh Khurania Retires:ସରିଲା ଡିଜିପି ୱାଇ.ବି. ଖୁରାନିଆଙ୍କ କାର୍ଯ୍ୟକାଳ;ବିଦାୟୀ ଅଭିଭାଷଣ କହିଲେ ନକ୍ସଲମୁକ୍ତ ହୋଇଛି ଓଡ଼ିଶା
- ମହିଳା ହକି ବିଶ୍ୱକପ୍: ଚୀନ୍ ବିପକ୍ଷ ପ୍ରଥମ ମ୍ୟାଚ୍କୁ ୨-୨ରେ ଡ୍ର ରଖିଲା ଭାରତ
- ଭାରତ-ଶ୍ରୀଲଙ୍କା ଗାଲେ ଟେଷ୍ଟ: ଦ୍ୱିତୀୟ ଦିନ ସୁଦ୍ଧା ଭାରତ ସ୍ଥିତି ମଜବୁତ
- ଆସନ୍ତାକାଲି ୪ ଘଣ୍ଟା ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ
- Heavy Rainfall: ଏହି ଜିଲ୍ଲାକୁ ରେଡ୍ ଆଲର୍ଟ;ଆସନ୍ତାକାଲି ସମସ୍ତ ସ୍କୁଲ୍,କଲେଜ, ଅଙ୍ଗନବାଡ଼ି ବନ୍ଦ

Comments are closed.