ୱାଶିଂଟନ: ପୃଥିବୀକୁ ଘେରି ରହିଥିବା ସମୁଦ୍ର ରହସ୍ୟରେ ଭରପୂର । ଏବେ ବୈଜ୍ଞାନିକମାନେ ମେକ୍ସିକୋ ନିକଟବର୍ତୀ ସମୁଦ୍ରରୁ ଏକ ଅଦ୍ଭୁତ ଜୀବର ସନ୍ଧାନ ପାଇଛନ୍ତି । ଏହା କୌଣସି ଏକ ଏଲିୟନ ପ୍ରଜାତିର ଅଂଶବିଶେଷ ପରି ଜଣାପଡୁଛି । ବୈଜ୍ଞାନିକମାନେ ଏହି ପ୍ରାଣୀର ନାମ ଡାର୍ଥ ଭାର୍ଡନ ନାମ ଦେଇଛନ୍ତି । ଷ୍ଟାର ୱାରସ ଫିଲ୍ମର ଏକ ଭିଲେନ ପରି ଏହା ଦେଖା ଯାଉଥିବାରୁ ଏପରି ନାମକରଣ କରାଯାଇଛି । ଏହି ଜୀବର ଶରୀର ଛଅ ଖଣ୍ଡ ସଦୃଶ ଏବେ ଅନେକ ଆଖି ଏଥିରେ ରହିଛି । ଜୀବର ଆକାର ୯୫୦ରୁ ୧୨୬୦ ମିଟର ମଧ୍ୟରେ ରହିଥାଏ । ସମୁଦ୍ର ମଧ୍ୟରୁ ଏହା ମିଳିଥିବାରୁ ଏହାର ଆକାର ବଡ ରହିଛି । ଆଇସପଡ ପ୍ରଜାତିର ଏହି ଜୀବର ନାମ ପ୍ରକୃତରେ ବାଥିନୋମିୟସ ୟୁକାଟେଦୋସିନ । ବୈଜ୍ଞାନିକମାନେ ଏ ପର୍ଯ୍ୟନ୍ତ ୨୦ ପ୍ରଜାତିଙ୍କୁ ଖୋଜି ପାଇଛନ୍ତ । ଝିଙ୍ଗ ଓ କଙ୍କଡା ଶ୍ରେଣୀର ଏହି ଜୀବ ପ୍ରଥମେ ୧୮୭୯ରେ ମିଳିଥିଲା । ପ୍ରଶାନ୍ତ ମହାସାଗର ମଧ୍ୟରୁ ମଧ୍ୟ ଏହି ରହସ୍ୟମୟ ଜୀବର ସନ୍ଧାନ ମିଳିଥିଲା । ଏହାର ଶରୀର କଂଟାରେ ଭରପୂର ଏବଂ ଏହା ଏହାର ଏକ ଲାଞ୍ଜ ସମୁଦ୍ର ତଳେ ଝୁଲି ରହିଥିଲା ।
BREAKING NEWS
- ବଜ୍ରାଘାତରେ ଚାଷୀ ମୃତ, ୩ ଗୁରୁତର
- ଯାଜପୁରରେ ଆତଙ୍କ ଖେଳାଇଲା AI ବାଘ, ବନ୍ଧାହେଲେ ଯୁବକ
- ଦେବଗଡ଼ରୁ ହାତୀର କଙ୍କାଳ ଉଦ୍ଧାର
- ୧୩ତମ କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍ ଛାୟା ଜାତିସଂଘ ଉଦ୍ଘାଟିତ
- Strait of Hormuz: ଇରାନ କହିଲା କେମିତି ଖୋଲିବ ହର୍ମୁଜ୍…ଆମେରିକା ଆଗରେ ରଖିଲା କଠୋର ସର୍ତ୍ତ
- Women’s Reservation Bill: ମହିଳା ସଂରକ୍ଷଣକୁ ବିରୋଧୀଙ୍କ ସମର୍ଥନ! ଜାଣନ୍ତୁ କେଉଁ ଦଳ ଦେଲା ମୋଦୀ ସରକାରଙ୍କ ସାଥ୍?
- Rain Alert: ଓଡ଼ିଶା ଉପରେ ପୁଣି ବର୍ଷା ବିପଦ! ବଙ୍ଗୋପସାଗରରେ ଲଘୁଚାପ, ୫ ଦିନ ଭିଜିବ ରାଜ୍ୟ
- Modi-Vance Talks: ରୁଷୀୟ ତୈଳ ନେଇ ୧୦୦% ଟାରିଫ୍! କଥା ହେଲେ ଜେଡି ଭାନ୍ସ ଓ ପିଏମ୍ ମୋଦି
- ‘Krida O Kridabit’: ପୁସ୍ତକର ପ୍ରତି ପୃଷ୍ଠାରେ ବଞ୍ଚିରହିବ ଅଶୋକ ମହାନ୍ତିଙ୍କ କ୍ରୀଡ଼ା ପ୍ରେମ, ‘କ୍ରୀଡ଼ା ଓ କ୍ରୀଡ଼ାବିତ୍’ ଲୋକାର୍ପିତ
- Dharmendra Pradhan Resignation: କାହିଁକି ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ? ପ୍ରଥମ ଥର ପାଇଁ ସବୁ ଖୋଲିକି କହିଲେ…

Comments are closed.