ୱାଶିଂଟନ: ପୃଥିବୀକୁ ଘେରି ରହିଥିବା ସମୁଦ୍ର ରହସ୍ୟରେ ଭରପୂର । ଏବେ ବୈଜ୍ଞାନିକମାନେ ମେକ୍ସିକୋ ନିକଟବର୍ତୀ ସମୁଦ୍ରରୁ ଏକ ଅଦ୍ଭୁତ ଜୀବର ସନ୍ଧାନ ପାଇଛନ୍ତି । ଏହା କୌଣସି ଏକ ଏଲିୟନ ପ୍ରଜାତିର ଅଂଶବିଶେଷ ପରି ଜଣାପଡୁଛି । ବୈଜ୍ଞାନିକମାନେ ଏହି ପ୍ରାଣୀର ନାମ ଡାର୍ଥ ଭାର୍ଡନ ନାମ ଦେଇଛନ୍ତି । ଷ୍ଟାର ୱାରସ ଫିଲ୍ମର ଏକ ଭିଲେନ ପରି ଏହା ଦେଖା ଯାଉଥିବାରୁ ଏପରି ନାମକରଣ କରାଯାଇଛି । ଏହି ଜୀବର ଶରୀର ଛଅ ଖଣ୍ଡ ସଦୃଶ ଏବେ ଅନେକ ଆଖି ଏଥିରେ ରହିଛି । ଜୀବର ଆକାର ୯୫୦ରୁ ୧୨୬୦ ମିଟର ମଧ୍ୟରେ ରହିଥାଏ । ସମୁଦ୍ର ମଧ୍ୟରୁ ଏହା ମିଳିଥିବାରୁ ଏହାର ଆକାର ବଡ ରହିଛି । ଆଇସପଡ ପ୍ରଜାତିର ଏହି ଜୀବର ନାମ ପ୍ରକୃତରେ ବାଥିନୋମିୟସ ୟୁକାଟେଦୋସିନ । ବୈଜ୍ଞାନିକମାନେ ଏ ପର୍ଯ୍ୟନ୍ତ ୨୦ ପ୍ରଜାତିଙ୍କୁ ଖୋଜି ପାଇଛନ୍ତ । ଝିଙ୍ଗ ଓ କଙ୍କଡା ଶ୍ରେଣୀର ଏହି ଜୀବ ପ୍ରଥମେ ୧୮୭୯ରେ ମିଳିଥିଲା । ପ୍ରଶାନ୍ତ ମହାସାଗର ମଧ୍ୟରୁ ମଧ୍ୟ ଏହି ରହସ୍ୟମୟ ଜୀବର ସନ୍ଧାନ ମିଳିଥିଲା । ଏହାର ଶରୀର କଂଟାରେ ଭରପୂର ଏବଂ ଏହା ଏହାର ଏକ ଲାଞ୍ଜ ସମୁଦ୍ର ତଳେ ଝୁଲି ରହିଥିଲା ।
BREAKING NEWS
- ପୁଣି ସାମ୍ନାକୁ ଆସିଲା ପୋଷାକରେ ଥିବା ମହାପ୍ରଭୁଙ୍କର ପ୍ରତିଛବି…
- କାନାଡାରେ ଦୁଇ ଭାରତୀୟ ଯୁବକଙ୍କୁ ଗୁଳି ମାଡ
- ଭାରତର ୱାଟର ବେବୀ: ୨ ବର୍ଷ ହୋଇନି, ସନ୍ତରଣରେ କରୁଛନ୍ତି କମାଲ
- ବିପଦରେ ମେଘନାଦ ପାଚେରି, ଗଳୁଛି ପାଣି…
- Massive Ruckus In Kolkata: ମମତା ବାନାର୍ଜୀଙ୍କୁ ଗିରଫ କରାଯିବା ଉଚିତ: ହିମନ୍ତ ବିଶ୍ୱ ଶର୍ମା
- IndiGo:ବ୍ୟାପକ ବିମାନ ବାତିଲ ପରେ, ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ
- ଫାଷ୍ଟ ଆଣ୍ଡ ଫ୍ୟୁରିୟସର ଆଗାମୀ ଫିଲ୍ମରେ ଅଭିନୟ କରିପାରନ୍ତି କ୍ରିଷ୍ଟିଆନୋ ରୋନାଲ୍ଡୋ
- Fake weddings: ଅଜବ ବିବାହ, ଯେଉଁଠାରେ ଝିଅମାନେ ବିବାହ ପରେ ସେମାନଙ୍କ ବରକୁ ଛାଡି ଦିଅନ୍ତି
- ଗୋଆ ଅଗ୍ନିକାଣ୍ଡ ଘଟଣା ପରେ ରାଜଧାନୀର ବାର ଓ ରେଷ୍ଟୁରାଣ୍ଟରେ ରାତି ଅଧିଆ ଚଢ଼ାଉ
- kolkata salt lake stadium: ମମତାଙ୍କୁ ଟାର୍ଗେଟ କଲେ ପଶ୍ଚିମବଙ୍ଗ ରାଜ୍ୟପାଳ
Comments are closed.