ଜୟପୁର: ରାଜସ୍ଥାନର ବରିଷ୍ଠ କଂଗ୍ରେସ ବିଧାୟକ ପାନାଚନ୍ଦ ମେଘୱାଲ ଦଳିତ ଯୁବକଙ୍କ ମୃତ୍ୟୁରେ ବ୍ୟଥୀତ ହୋଇ ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟଙ୍କ ନିକଟକୁ ପଠାଇଛନ୍ତି । ଦେଶ ସ୍ୱାଧୀନ ହେବା ୭୫ ବର୍ଷ ବିତି ଯାଇଥିଲେ ମଧ୍ୟ ଏବେ ବି ଦଳିତଙ୍କ ପ୍ରତି ଅତ୍ୟାଚାର କମୁ ନାହିଁ । ଏହା ମୋ ମନକୁ ଆଘାତ ଦେଇଛି । ସମାଜ ରକ୍ଷା ପାଇଁ ସେମାନଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଥିବା ଯୋଗୁ ମୋର ପଦରେ ରହିବା ଅଧିକାର ନାହିଁ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ସୁରାଣା ଗ୍ରାମର ଏକ ସ୍କୁଲରେ ଜଣେ ଦଳିତ ଛାତ୍ର ଇନ୍ଦ୍ର ମେଘୱାଲ ଏକ ପାଣି ମାଠିଆକୁ ଛୁଇଁ ଦେବା ଯୋଗୁ ତାଙ୍କୁ ଶିକ୍ଷକ ଛୈଲ ସିଂ ପ୍ରଚୁର ମାଡ ମାରିଥିଲେ । ଏଥିରେ ତାଙ୍କ କାନ ଫାଟିଯିବାରୁ ସେ ମୃତ୍ୟୁବରଣ କରିଥିଲେ । ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ରାଜସ୍ଥାନରେ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ଜାଲୌର ଜିଲାର ଏହି ଘଟଣା ସାରା ଦେଶକୁ ବ୍ୟଥୀତ କରିଛି । ସମ୍ପୃକ୍ତ ଜିଲାରେ ଏବେ ଆଇନ ବ୍ୟବସ୍ଥା କଡା କରାଯାଇଛି । ସୋମବାର ଭୀମ ଆର୍ମି ପକ୍ଷରୁ ଏଠାରେ ଆନ୍ଦୋଳନ କରାଯାଇଥିଲା ।
BREAKING NEWS
- ହିନ୍ଦୁ କିମ୍ବା ମୁସଲମାନ ନୁହେଁ ବରଂ ବିପଦରେ ଅଛନ୍ତି ଦେଶର ଯୁବପିଢ଼ୀ: ଛାତ୍ର ପ୍ରତିବାଦଙ୍କୁ ନେଇ କ୍ଷୁବ୍ଧ ବାବା ରାମଦେବ
- ଆଜିଠାରୁ ଆରମ୍ଭ ଜନଗଣନା: ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଲୋକଙ୍କୁ ପଚରାଯିବ ୪୦ ପ୍ରଶ୍ନ
- ଲଘୁଚାପ ପ୍ରଭାବରେ ଅଶାନ୍ତ ସମୁଦ୍ର: ମତ୍ସ୍ୟଜୀବୀଙ୍କ ପାଇଁ ଲାଗିଲା କଟକଣା
- ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଘରେ ଶୋଇଥିବାବେଳେ ଚାଲିଗଲା ଆଈ-ନାତିଙ୍କ ଜୀବନ
- ବାରିପଦାରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ: ଟ୍ରାକ୍ ଧସିବାରୁ ବାତିଲ ହେଲା ଏକାଧିକ ଟ୍ରେନ୍
- ଖୋଲିଲା ହୀରାକୁଦର ଆଉ ୫ଟି ଗେଟ୍
- ତାରାପୀଠରେ ଅଗ୍ନିକାଣ୍ଡ, ଜଳିଗଲେ ୭ ତୀର୍ଥଯାତ୍ରୀ
- ୟୁଜିସି-ନେଟ୍ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର: ତ୍ରୁଟି ଯୋଗୁଁ ୩ଟି ବିଷୟର ପୁନଃ ପରୀକ୍ଷା କରାଇବ ଏନ୍ଟିଏ
- ‘ବନ୍ଦେ ମାତରମ୍’ ବିବାଦ: ସୋନିଆ ଗାନ୍ଧୀଙ୍କୁ ଅମିତ ଶାହଙ୍କ କଡ଼ା ସମାଲୋଚନା, କହିଲେ ‘ଦେଶକୁ କ୍ଷମା ମାଗନ୍ତୁ’
- ମୋଦୀଙ୍କ ‘ଦିମାଗୀ ନକ୍ସଲ’ ବୟାନ ପରେ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରୁଛି ‘ଦିମାଗୀ ନକ୍ସଲ ଜନତା ପାର୍ଟି’

Comments are closed.