ଜୟପୁର: ରାଜସ୍ଥାନର ବରିଷ୍ଠ କଂଗ୍ରେସ ବିଧାୟକ ପାନାଚନ୍ଦ ମେଘୱାଲ ଦଳିତ ଯୁବକଙ୍କ ମୃତ୍ୟୁରେ ବ୍ୟଥୀତ ହୋଇ ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟଙ୍କ ନିକଟକୁ ପଠାଇଛନ୍ତି । ଦେଶ ସ୍ୱାଧୀନ ହେବା ୭୫ ବର୍ଷ ବିତି ଯାଇଥିଲେ ମଧ୍ୟ ଏବେ ବି ଦଳିତଙ୍କ ପ୍ରତି ଅତ୍ୟାଚାର କମୁ ନାହିଁ । ଏହା ମୋ ମନକୁ ଆଘାତ ଦେଇଛି । ସମାଜ ରକ୍ଷା ପାଇଁ ସେମାନଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଥିବା ଯୋଗୁ ମୋର ପଦରେ ରହିବା ଅଧିକାର ନାହିଁ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ସୁରାଣା ଗ୍ରାମର ଏକ ସ୍କୁଲରେ ଜଣେ ଦଳିତ ଛାତ୍ର ଇନ୍ଦ୍ର ମେଘୱାଲ ଏକ ପାଣି ମାଠିଆକୁ ଛୁଇଁ ଦେବା ଯୋଗୁ ତାଙ୍କୁ ଶିକ୍ଷକ ଛୈଲ ସିଂ ପ୍ରଚୁର ମାଡ ମାରିଥିଲେ । ଏଥିରେ ତାଙ୍କ କାନ ଫାଟିଯିବାରୁ ସେ ମୃତ୍ୟୁବରଣ କରିଥିଲେ । ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ରାଜସ୍ଥାନରେ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ଜାଲୌର ଜିଲାର ଏହି ଘଟଣା ସାରା ଦେଶକୁ ବ୍ୟଥୀତ କରିଛି । ସମ୍ପୃକ୍ତ ଜିଲାରେ ଏବେ ଆଇନ ବ୍ୟବସ୍ଥା କଡା କରାଯାଇଛି । ସୋମବାର ଭୀମ ଆର୍ମି ପକ୍ଷରୁ ଏଠାରେ ଆନ୍ଦୋଳନ କରାଯାଇଥିଲା ।
BREAKING NEWS
- କେମିତି କରବେ E-Fasting …?
- ୩୭ତମ ସବ ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ୍; ବାଳିକା ସିଙ୍ଗଲ ୧୫ ଓ ୧୭ ବର୍ଷରୁ କମ୍ ବର୍ଗ ସେମିଫାଇନାଲରେ ଓଡ଼ିଆ ଖେଳାଳୀ
- ଲଣ୍ଡନରେ ଶାହରୁଖ ଓ କାଜୋଲଙ୍କ ବ୍ରୋଞ୍ଜ ପ୍ରତିମା ଉନ୍ମୋଚନ
- ବାଲ୍ୟବିବାହ ମୁକ୍ତ ଭାରତ ପାଇଁ ସଚେତନତା ଅଭିଯାନ ଆରମ୍ଭ
- ପୁରୁଣା ଆପାର୍ଟମେଣ୍ଟ ବିକ୍ରି ନିୟମକୁ ସହଜ କଲେ ଓଡ଼ିଶା ସରକାର
- ପୁଟିନଙ୍କ ବିମାନ ଉପରେ ସାରା ବିଶ୍ୱର ନଜର, ଜାଣନ୍ତୁ କେତେ ଜଣ କଲେ ଲାଇଭ୍ ଟ୍ରାକ୍..
- ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ: କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା
- ହେଡେନଙ୍କୁ ଉଲଗ୍ନ ହେବାରେ ବଂଚାଇ ଦେଲେ ରୁଟ
- ପୁଟିନଙ୍କ ପାଇଁ ପ୍ରୋଟୋକଲ ଭାଙ୍ଗିଲେ ମୋଦି…
- କଳିଙ୍ଗା ଘାଟିର ଦୁର୍ଘଟଣା ପ୍ରବଣ ଚିହ୍ନଟ ସ୍ଥାନରେ ଲାଗିଲା ଭେଇକଲ ସେନ୍ସର୍ ଆଲର୍ଟ ଯନ୍ତ୍ର
Comments are closed.