Latest Odisha News

BREAKING NEWS

ୱାଶିଂଟନଙ୍କ ସ୍ଥାନରେ ଟିମ ଇଣ୍ଡିଆରେ ସାମିଲ ହେଲେ ଶାହବାଜ

ନୂଆଦିଲ୍ଲୀ: ଜିମ୍ବାୱେ ବିପକ୍ଷ ଦିନିକିଆ କ୍ରିକେଟ ସିରିଜରେ ୱାଶିଂଟନ ସୁନ୍ଦରଙ୍କ ସ୍ଥାନରେ ଅଲରାଉଣ୍ଡର ଶାହବାଜ ଅହମ୍ମଦଙ୍କୁ ଚୂଡାନ୍ତ ଦଳରେ ସାମିଲ କରାଯାଇଛି । ଆଘାତ ସମସ୍ୟା ଯୋଗୁ ୱାଶିଂଟନ ଦଳରୁ ଓହରି ଯାଇଛନ୍ତି । ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଶାହାବାଜ ଚମତ୍କାର ପ୍ରଦର୍ଶନ କରି ଚୟନ କମିଟିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଭାରତ ଓ ଜିମ୍ବାୱେ ମଧ୍ୟରେ ଅଗଷ୍ଟ ୧୮, ୨୦ ଓ ୨୨ରେ ୩ଟି ଦିନିକିଆ ମ୍ୟାଚ ଖେଳାଯିବ । କେଏଲ ରାହୁଲଙ୍କୁ ଅଧିନାୟକ ଏବଂ ଶିଖର ଧାୱନଙ୍କୁ ଉପ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି । କ୍ରମାଗତ ଆଘାତ ସମସ୍ୟା ଯୋଗୁ ସୁନ୍ଦର ଆନ୍ତର୍ଜାତୀୟ ମ୍ୟାଚ ଖେଳିବା ସୁଯୋଗ ବାରମ୍ବାର ହାତଛଡା କରୁଛନ୍ତି । ଇଂଲଣ୍ଡରେ କାଂଉଟି ମ୍ୟାଚ ଖେଳିଥିବା ବେଳେ ସୁନ୍ଦର ଆଘାତପ୍ରାପ୍ତ ହୋଇଥିଲେ ।
ଭାରତୀୟ ଦଳ: କେଏଲ ରାହୁଲ (ଅଧିନାୟକ), ଶିଖର ଧାୱନ (ଉପ ଅଧିନାୟକ), ରିତୁରାଜ ଗାଏକ୍ୱାଡ, ଶୁଭମନ ଗିଲ, ଦୀପକ ହୁଦା, ରାହୁଲ ତ୍ରିପାଠୀ, ଈଶାନ କିଶାନ, ସଞ୍ଜୁ ସାମସନ, ଶାର୍ଦ୍ଦୁଳ ଠାକୁର, କୁଲଦୀପ ଯାଦବ, ଅକ୍ଷର ପଟେଲ, ଆୱେଶ ଖାଁ, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ, ଦୀପକ ଚହର ଓ ଶାହବାଜ ଅହମ୍ମଦ ।

BjdElectrycity
Leave A Reply

Your email address will not be published.