Latest Odisha News

BREAKING NEWS

ବିଶ୍ୱ ରେକର୍ଡ ପାଇଁ ଯୁବଶିଳ୍ପୀଙ୍କ ଉଦ୍ୟମ, ନିର୍ମାଣ କଲେ ୩.୫ ଇଞ୍ଚର ନନ୍ଦିଘୋଷ ରଥ

ଅନୁଗୁଳ : ମାତ୍ର ୨୦ ବର୍ଷ ବୟସରେ ଲିମକା ବୁକ୍ ଅଫ ରେକର୍ଡସରେ ସ୍ଥାନ ପାଇବାକୁ ପ୍ରୟାସ କରିଛନ୍ତି ଅନୁଗୁଳ ଜିଲ୍ଲାର ଜଣେ ଯୁବ ଶିଳ୍ପୀ ।

ଏହି ଯୁବ ଶିଳ୍ପୀ ଜଣକ ହେଉଛନ୍ତି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କୁରୁମଟାପ ଗ୍ରାମର ରୁବେଲାଲ ପ୍ରଧାନ । ସେ ଜଣେ ବାଲୁକା ଶିଳ୍ପୀ ଭାବରେ ସ୍ଥାନୀୟ ଅଞ୍ଚଳ ତଥା ଜିଲ୍ଲାରେ ପରିଚିତି ପାରିଛନ୍ତି ।

ମାତ୍ର ୨୦ ବର୍ଷ ବୟସର ଏହି ବାଲୁକା ଶିଳ୍ପୀ ଲିମକା ବୁକ୍ ଅଫ ରେକର୍ଡସରେ ସ୍ଥାନ ପାଇବାକୁ ନିଜ ପ୍ରୟାସ ଜାରି ରଖିଛନ୍ତି । ତେବେ କୌଣସି ବାଲୁକା କଳାକୁ ନେଇ ନୁହଁ, ସେ କାଠରେ ତିଆରି କରିଛନ୍ତି ପ୍ରାୟ ୩.୫ ଇଞ୍ଚ ଉଚ୍ଚତାର ନନ୍ଦିଘୋଷ ରଥ। ଅବିକଳ ନନ୍ଦିଘୋଷ ରଥର ନକଲ ନିର୍ମାଣ କରିବା ପାଇଁ ତାଙ୍କୁ ପାଖାପାଖି ୧୬ ଘଣ୍ଟାର ପରିଶ୍ରମ କରିବାକୁ ପଡିଥିଲା ବୋଲି କୁହନ୍ତି ରୁବେଲାଲ ।


ଉଲ୍ଲେଖଯୋଗ୍ୟ, ପୂର୍ବରୁ ବିଶ୍ୱର ସବୁଠାରୁ ଛୋଟ ରଥ ଭାବେ ୪.୫ ଇଞ୍ଚ ଉଚ୍ଚତା ବିଶିଷ୍ଟ ରଥ ରେକର୍ଡ ରହିଛି । ତେବେ ରୁବେଲାଲ ତିଆରି କରିଥିବା ରଥର ଉଚ୍ଚତା ୩.୫ ଇଞ୍ଚ ହୋଇଥିବାରୁ ତାଙ୍କ ରଥ ଲିମକା ବୁକ ଅଫ ରେକର୍ଡରେ ସ୍ଥାନ ପାଇବ ବୋଲି ସେ ଆଶା ରଖିଛନ୍ତି ।

ସେ କିଛି ଅଦରକାରୀ କାଠ, କପଡା, ଅଠା ଓ ରଙ୍ଗ ବ୍ୟବହାର କରି ଏହି ରଥ ନିର୍ମାଣ କରିଥିବା ନେଇ କୁହନ୍ତି ରୁବେଲାଲ୍ । ତାଙ୍କ ନିର୍ମିତ ଏହି ରଥରେ .୯୮ (ପଏଣ୍ଟ ଆଠାନବେ) ଇଞ୍ଚ ଉଚ୍ଚତାର ଜଗନ୍ନାଥଙ୍କ ମୂର୍ତ୍ତି ମଧ୍ୟ ବିରାଜମାନ କରିଛନ୍ତି । ହୋ ସହ ଘୋଡା , ସାରଥୀ ଓ ୧୬ ଟି ଚକ ମଧ୍ୟ ରହିଛି ।

ତେବେ ସେ ଏନେଇ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏହି ରଥ ଦେଖାଇବା ସହ ଆଗାମୀ ରଥଯାତ୍ରାରେ ଅନୁଗୁଳରେ ଏହାକୁ ପ୍ରଦର୍ଶିତ କରିବେ ବୋଲି ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.