ଭୁବନେଶ୍ୱର : ହାୱଡା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ୍ ଅଗ୍ନିକାଣ୍ଡ ଘଟଣାରେ ବୁଧବାର ଦିନ ରେଳବାଇ ପକ୍ଷରୁ କର୍ତ୍ତବ୍ୟରେ ଅବହେଳା ଦର୍ଶାଇ ପୁଣି ଜଣେ ରେଳ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି ।
ନିଲମ୍ବିତ କର୍ମଚାରୀ ଜଣକ ହେଲେ ସନ୍ତୋଷ କୁମାର ଏବଂ ସେ ହେଲପର ଭାବେ କାର୍ଯ୍ୟରତ ଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଏହି ଘଟଣାରେ ପୂର୍ବରୁ କେଉଟଗୁଡା ଓ ସିଙ୍ଗାପୁର ରୋଡର ୩ ଜଣ ଷ୍ଟେସନ୍ ମାଷ୍ଟରଙ୍କୁ ରେଳବାଇ ପକ୍ଷରୁ ନିଲମ୍ବିତ କରାଯାଇଥିଲା ।
Comments are closed.