Latest Odisha News

ନିର୍ମାଣ କାର୍ଯ୍ୟର ତଦାରଖ କରିଛନ୍ତି କଟକ ମେୟର ଓ କମିଶନର

କଟକ: ଆଜି ଅପରାହ୍ନରେ ଓଡ଼ିଶାର ସର୍ବ ବୃହତମ ଶିଶୁ ଚିକତ୍ସା କେନ୍ଦ୍ର ଶିଶୁ ଭବନର ନିର୍ମାଣ କାର୍ଯ୍ୟ ତଦାରଖ କଲେ ମେୟର ସୁବାସ  ସିଂହ  ଏବଂ କଟକ ମହାନଗର ନିଗମ କମିଶନର ନିଖିଳ ପବନ କଲ୍ୟାଣ  । ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ୧୧୬ କୋଟି ଟଙ୍କା ବିନିମୟରେ ବ୍ରିଜ ଏବଂ ରୂଫ  କମ୍ପାନୀ ଜରିଆରେ ୬୦୦ ବେଡ଼ର  ଡାକ୍ତରଖାନା , ୧୨୪ ବେଡ଼  ବିଶିଷ୍ଟ ପୋଷ୍ଟ ଗ୍ରାଜୁଏଟ  ଛାତ୍ରଙ୍କ ପାଇଁ ଉଦିଷ୍ଟ ହଷ୍ଟେଲ , ପୋଖରୀର ନବୀକରଣ , ପରିପାର୍ଶ୍ଵିକ ବିକାଶ , ରିଙ୍ଗ ରୋଡକୁ ସଂଯୋଗ କରି ଏକ ମୁଖ୍ୟ ଫାଟକ ନିର୍ମାଣ କରାଯାଉଅଛି  ।

ଶିଶୁ ଭବନ ଅଧକ୍ଷ ପ୍ରଫେସର ଡ ଜ୍ଞାନ ରଞ୍ଜନ ବେହେରା , ଡେପୁଟି ସୁପେରିଦେଣ୍ଡେଣ୍ଟ  ପ୍ରଫେସର ଡ ବବଲିନା  ମହାନ୍ତି , ପ୍ରଶାସନିକ ଅଧିକାରୀ ସୁନିତା ସିଂ,ପୂର୍ତ ବିଭାଗ ସୁପେରିଟେଣ୍ଡ  ଶ୍ରୀ ପ୍ରବାସ  ମାଝୀ , ଦେବବ୍ରତ  ମହାନ୍ତି , ଡେପୁଟି କମିସନରେଟ  ଅଜୟ ମହାନ୍ତି , ସୁବା ରାଓ , ଡ ସତ୍ୟବ୍ରତ ମହାପାତ୍ର , ପ୍ରମୁଖଙ୍କ ଉପସ୍ଥିତିରେ ନିର୍ମାଣ କାର୍ଯ୍ୟ ର ଅଗ୍ରଗତି ସମ୍ପର୍କରେ ମେୟର ଓ କମିସନର ପୁଙ୍ଖନୁପୁଙ୍ଖ ଭାବରେ ପଚାରି ବୁଝିଥିଲେ  ।  ଏବଂ ଖୁବ ଶୀଘ୍ର ଏହି କାର୍ଯ୍ୟ ସମାପ୍ତ କରିବାକୁ ମଧ୍ୟ  ତାଗିଦ କରାଯାଇଥିଲା  । ଡାକ୍ତର ମାନଂକ ପାଇଁ ସ୍ୱତନ୍ତ୍ର ବାସଗୃହ ର ସୁବିଧା , ନର୍ସିଙ୍ଗ ଛାତ୍ରୀ ମାନଂକ ପାଇଁ ସ୍ୱତନ୍ତ୍ର ବାସଗୃହର ସୁବିଧା ଏବଂ ରୋଗୀ ମାନଙ୍କ ସମ୍ପର୍କୀୟ ମାନେ ରହିବା ପାଇଁ ସ୍ୱତନ୍ତ୍ର ଘର ପ୍ରଭୃତି କରାଯାଉଛି  । ତିନୋଟି ନୂଆ ବିଲଡିଂ  ନିର୍ମାଣ ପାଇଁ ମେୟର ଓ କମିଶନର ପ୍ରସ୍ତାବ ଦେବା ସହିତ ଖୁବ ଶୀଘ୍ର ଉକ୍ତ ବିଭାଗ ଜରିଆରେ ଏହାର ନକ୍ସା ପ୍ରସ୍ତୁତ କରିବା ପାଇଁ କୁହାଯାଇଛି  ।ହସ୍ପିଟାଲ ଭିତରେ ସ୍ୱତନ୍ତ୍ର ଡ୍ରେନ ନିର୍ମାଣ , ଜଳ ଯୋଗାଣ ଉପରେ ଅଗ୍ରାଧିକାର ଦିଆଯିବ  । ବର୍ଜ୍ୟ ବସ୍ତୁ ପରିଚାଳନା ପାଇଁ  ତୁରନ୍ତ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ କୁହାଯାଇଛି  । ନୂତନ ନିର୍ମାଣ ଗୃହ , ପୁରୁଣା ହସ୍ପିଟାଲ , ବର୍ଜ୍ୟ ବସ୍ତୁ ପଡିଥିବା ସ୍ଥାନ , କାଜୁଆଲଟି  ପ୍ରଭୃତି ସ୍ଥାନରେ ମେୟର ଙ୍କ ସହିତ ସମସ୍ତ ଅଧିକାରୀ ବୁଲି ଦେଖିଥିଲେ  । ଆଜିର ଏହି କାର୍ଯ୍ୟ କ୍ରମରେ କର୍ପୋରେଟର ଆରତୀ ସାହୁ , ବିଜୟ ବେହେରା , ରାଜୀବ ମହାନ୍ତି , ଜଗନ୍ନାଥ ସ୍ୱାଇଁ , ଦେବେନ୍ଦ୍ର ପାଣିଗ୍ରାହୀ , କାଳିଚରଣ  ପାଣିଗ୍ରାହୀ , , ଆଶିଷ ବିଶ୍ୱାଳ , ପ୍ରମୁଖ ଉପସ୍ଥିତ ଥିଲେ  ।

Leave A Reply

Your email address will not be published.