Latest Odisha News

ଦ୍ୱିତୀୟ ଦିନିକିଆକୁ ୫ ୱିକେଟରେ ଜିତିଲା ଭାରତ: ୩ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଅଗ୍ରଣୀ

ହରାରେ: ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୫ ୱିକେଟରେ ଜିମ୍ବାୱେକୁ ପରାସ୍ତ କରିଛି । ଏଥିସହ ୩ ମ୍ୟାଚ ବିଶିଷ୍ଟ ମୁକାବିଲାରେ ୨-୦ରେ ଅଗ୍ରଣୀ ରହି ଭାରତ ଆଗୁଆ ସିରିଜ ଜିତି ନେଇଛି । ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ୩୮.୧ ଓଭରରେ ୧୬୧ ରନ କରି ଅଲଆଉଟ ହୋଇ ଯାଇଥିଲା । ସିନ ୱିଲିୟମ୍ସ ୪୨ ଓ ର‌୍ୟାନ ବର୍ଲ ୩୯ ରନ କରିଥିଲେ । ଭାରତ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ । ଜବାବରେ ୧୬୨ ରନର ବିଜୟ ଲକ୍ଷ୍ୟକୁ ଭାରତ ୨୫.୪ ଓଭରରେ ୫ ୱିକେଟ ହରାଇ ହାସଲ କରି ନେଇଥିଲେ । ଶିଖର ଧାୱନ ୩୩, ଶୁଭମନ ଗିଲ ୩୩ ଓ ସଞ୍ଜୁ ସାମସନ ୪୩(ନଟଆଉଟ) ରନ କରି ଦଳକୁ ବିଜୟୀ କରାଇଥିଲେ । ଜିମ୍ବାୱେର ଲ୍ୟୁକ ଜୋଙ୍ଗୱେ ୨ଟି ୱିକେଟ ହାସଲ କରିଥିଲେ ।

ଭାରତର ଏହା ଲଗାତାର ୪ର୍ଥ ସିରିଜ ବିଜୟ । ୧୯୯୭ ପରଠାରୁ ଜିମ୍ବାୱେ ବିପକ୍ଷରେ ଭାରତର ଏହା ୭ମ ସିରିଜ ବିଜୟ । ୧୯୯୭ରେ ଜିମ୍ବାୱେ ବିପକ୍ଷରେ ଭାରତ ସିରିଜ ପରାଜୟବରଣ କରିଥିଲା ।

Comments are closed.