Latest Odisha News

BREAKING NEWS

କଣ ପାଇଁ ତହସିଲଦାରଙ୍କ ଗୋଡ ଧରିଲେ ଜିଲ୍ଲା ପରିଷଦ ସଦସ୍ୟ ?

ସୋନପୁର: ସାରା ରାଜ୍ୟରେ ବନ୍ୟାର ବିଭୀଷିକା ପାଇଁ  ଅନେକ ଧନ ଜୀବନ ନଷ୍ଟ ହୋଇଛି  । ମଣିଷ ହୁଅନ୍ତୁ କି ପଶୁ ମୁଣ୍ଡ ଗୁଞ୍ଜିବା ପାଇଁ ଅନେକ ଅସୁବିଧାରେ ପଡୁଛନ୍ତି  । ସୋନପୁର ଜିଲ୍ଲାର  ଖମ୍ବେଶ୍ବରୀପାଲି ଗାଁର ଗରିବ ଲୋକ ମାନେ ବନ୍ୟାରେ ଧନ ଜୀବନ ନଷ୍ଟ ହେବା ପରେ ପାଲ  ଖଣ୍ଡିଏ ପାଇଁ ତହସିଲ ଅଫିସ ଆସିଥିଲେ  । ଗାଁର ଗରିବ ଲୋକଙ୍କ  ସାଙ୍ଗରେ ଥିଲେ ବିରମହାରାଜପୁର ୧ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟ ଲବ ସାହୁ  । ସେହି ପାଲ  ଖଣ୍ଡିଏ ପାଇଁ  ଆଜି ତହସିଲଦାରଙ୍କ ଗୋଡ ଧରିଲେ ଜିଲ୍ଲା ପରିଷଦ ସଦସ୍ୟ । ଏଭଳି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ତହସିଲ କାର୍ଯ୍ୟାଳୟରେ । ସୁଚନା ଅନୁସାରେ ଚଳିତ ବନ୍ୟାରେ ବିରମହାରାଜପୁର ତହସିଲ ଅଞ୍ଚଳରେ ବହୁ ଲୋକଙ୍କ ଘର ଦ୍ବାର ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି । ତେବେ ଗରିବ ଲୋକ ତହସିଲ ଅଫିସକୁ ଆସି ଜରି ପାଲ ଖଣ୍ଡେ ନପାଇ ଫେରୁଛନ୍ତି । ଖମ୍ବେଶ୍ବରୀପାଲି ଗାଁରୁ କିଛି ଲୋକ ତହସିଲ ଅଫିସକୁ ଆସି ଥିବାବେଳେ ଜରି ପାଲ ପାଇ ନଥିଲେ । ଏନେଇ ବିରମହାରାଜପୁର ୧ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟ ଲବ ସାହୁଙ୍କୁ ( କଂଗ୍ରେସ ଦଳର) ସେମାନେ ଜଣାଇଥିଲେ । ତେବେ ଲବ ସାହୁ ତହସିଲ ଅଫିସକୁ ଯାଇ ଜରି ପାଲ ଖଣ୍ଡିଏ ଲେଖାଏଁ ଯୋଗାଇ ଦେବାକୁ ତହସିଲଦାରଙ୍କୁ ନେହୁରା ହୋଇଥିଲେ । ଏମିତିକି ସେ ଓ ତାଙ୍କ ସାଙ୍ଗରେ ଥିବା ସହଯୋଗୀ ମାନେ ତହସିଲଦାରଙ୍କ ଗୋଡ ତଳେ ପଡିଯାଇଥିବା ଦେଖିବାକୁ ମିଳିଛି । କେବଳ ତହସିଲଦାର ନୁହେଁ ଅତିରିକ୍ତ ତହସିଲଦାରଙ୍କ ଗୋଡ ଧରି ସେମାନେ ଜରି ପାଲ ଖଣ୍ଡିଏ ଯୋଗାଇ ଦେବାକୁ ଗୁହାରୀ କରିଥିଲେ । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେସ ଭାଇରାଲ ହେବାରେ ଲାଗିଛି ।

Leave A Reply

Your email address will not be published.