ସୋନପୁର: ସାରା ରାଜ୍ୟରେ ବନ୍ୟାର ବିଭୀଷିକା ପାଇଁ ଅନେକ ଧନ ଜୀବନ ନଷ୍ଟ ହୋଇଛି । ମଣିଷ ହୁଅନ୍ତୁ କି ପଶୁ ମୁଣ୍ଡ ଗୁଞ୍ଜିବା ପାଇଁ ଅନେକ ଅସୁବିଧାରେ ପଡୁଛନ୍ତି । ସୋନପୁର ଜିଲ୍ଲାର ଖମ୍ବେଶ୍ବରୀପାଲି ଗାଁର ଗରିବ ଲୋକ ମାନେ ବନ୍ୟାରେ ଧନ ଜୀବନ ନଷ୍ଟ ହେବା ପରେ ପାଲ ଖଣ୍ଡିଏ ପାଇଁ ତହସିଲ ଅଫିସ ଆସିଥିଲେ । ଗାଁର ଗରିବ ଲୋକଙ୍କ ସାଙ୍ଗରେ ଥିଲେ ବିରମହାରାଜପୁର ୧ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟ ଲବ ସାହୁ । ସେହି ପାଲ ଖଣ୍ଡିଏ ପାଇଁ ଆଜି ତହସିଲଦାରଙ୍କ ଗୋଡ ଧରିଲେ ଜିଲ୍ଲା ପରିଷଦ ସଦସ୍ୟ । ଏଭଳି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ତହସିଲ କାର୍ଯ୍ୟାଳୟରେ । ସୁଚନା ଅନୁସାରେ ଚଳିତ ବନ୍ୟାରେ ବିରମହାରାଜପୁର ତହସିଲ ଅଞ୍ଚଳରେ ବହୁ ଲୋକଙ୍କ ଘର ଦ୍ବାର ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି । ତେବେ ଗରିବ ଲୋକ ତହସିଲ ଅଫିସକୁ ଆସି ଜରି ପାଲ ଖଣ୍ଡେ ନପାଇ ଫେରୁଛନ୍ତି । ଖମ୍ବେଶ୍ବରୀପାଲି ଗାଁରୁ କିଛି ଲୋକ ତହସିଲ ଅଫିସକୁ ଆସି ଥିବାବେଳେ ଜରି ପାଲ ପାଇ ନଥିଲେ । ଏନେଇ ବିରମହାରାଜପୁର ୧ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟ ଲବ ସାହୁଙ୍କୁ ( କଂଗ୍ରେସ ଦଳର) ସେମାନେ ଜଣାଇଥିଲେ । ତେବେ ଲବ ସାହୁ ତହସିଲ ଅଫିସକୁ ଯାଇ ଜରି ପାଲ ଖଣ୍ଡିଏ ଲେଖାଏଁ ଯୋଗାଇ ଦେବାକୁ ତହସିଲଦାରଙ୍କୁ ନେହୁରା ହୋଇଥିଲେ । ଏମିତିକି ସେ ଓ ତାଙ୍କ ସାଙ୍ଗରେ ଥିବା ସହଯୋଗୀ ମାନେ ତହସିଲଦାରଙ୍କ ଗୋଡ ତଳେ ପଡିଯାଇଥିବା ଦେଖିବାକୁ ମିଳିଛି । କେବଳ ତହସିଲଦାର ନୁହେଁ ଅତିରିକ୍ତ ତହସିଲଦାରଙ୍କ ଗୋଡ ଧରି ସେମାନେ ଜରି ପାଲ ଖଣ୍ଡିଏ ଯୋଗାଇ ଦେବାକୁ ଗୁହାରୀ କରିଥିଲେ । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେସ ଭାଇରାଲ ହେବାରେ ଲାଗିଛି ।
BREAKING NEWS
- BrahMos Contract For Navy:ନୌସେନାର ଶକ୍ତି ବୃଦ୍ଧି କରିବ ବ୍ରହ୍ମୋସ୍; ୬୬୧ କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷରିତ
- ଓଡ଼ିଶା ବନ୍ଦ; ଆସନ୍ତାକାଲି ବନ୍ଦ ରହିବ ଅଟୋ ସେବା
- ୧୫ରେ ପରଦାକୁ ଆସିବ ‘ଜେଲର୍-୨’; ଟ୍ରେଲରରେ ରଜନୀକାନ୍ତଙ୍କ ଦମଦାର ଝଲକ୍
- ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଚୌଦ୍ୱାର ଜେଲ୍ର ନିଲମ୍ବିତ ବରିଷ୍ଠ ଅଧୀକ୍ଷକ
- Kiara Advani Pregnancy: ସରାୟା ହେବେ ବଡ଼ ଭଉଣୀ! କିଆରା-ସିଦ୍ଧାର୍ଥଙ୍କ ଘରେ ପୁଣି ଶୁଭିବ କୁଆଁ କୁଆଁ ଡାକ, ନିଆରା ଢଙ୍ଗରେ ଦେଲେ ଖୁସିଖବର
- IAS ସ୍ତରରେ ଅଦଳବଦଳ; ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାପାଳ ବଦଳିଲେ…
- ଜନ୍ମଦିନରେ ଜଳିଲା ଯବାନଙ୍କ ଜୁଇ; ଭି. ତେଜାଙ୍କ ପାଇଁ କାନ୍ଦୁଛି ଜନ୍ମମାଟି…
- ଗଞ୍ଜାମରେ ଅବକାରୀ ଅଧିକାରୀଙ୍କୁ ଆକ୍ରମଣ; ୨ ଆହତ
- Repo Rate Hike: ୪ ବର୍ଷ ପରେ RBIର ବଡ଼ ଝଟକା! ବଢ଼ିଲା ରେପୋ ରେଟ୍, ମହଙ୍ଗା ହେବ ଲୋନ୍… ବଢ଼ିବ EMI
- Modi’s 25-Year: ଶାସନରେ ମୋଦିଙ୍କ ୨୫ ବର୍ଷ: ଏମିତି ଥିଲା ଗୁଜରାଟରୁ ଦିଲ୍ଲୀ ଯାତ୍ରା…ଆଜି ସାରା ଦେଶରେ ମେଗା ସେଲିବ୍ରେସନ୍!

Comments are closed.