ନୂଆଦିଲ୍ଲୀ: ବୁଲଗେରିଆର ସୋଫିଆରେ ଅନୁଷ୍ଠିତ ଜୁନିୟର ୱାର୍ଲ୍ଡ ରେସଲିଂ ଚାମ୍ପିୟନଶିପରେ ଅନ୍ତିମ ଫଙ୍ଗଲ ପ୍ରଥମ ଭାରତୀୟ ମହିଳା ଭାବେ ସ୍ୱର୍ଣ୍ଣ ଜିତି ଇତିହାସ ରଚିଛନ୍ତି । ୫୩ କିଗ୍ରା ବିଭାଗରେ ସେ କାଜକସ୍ତାନର ଆଲଟନ ଶାଗାୟେଭାଙ୍କୁ ୮-୦ରେ ପରାସ୍ତ କରି ୩୪ ବର୍ଷ ଇତିହାସରେ ପ୍ରଥମ ଭାରତୀୟ ଭାବେ ଏହି ଚାମ୍ପିୟନଶିପରେ ସ୍ୱର୍ଣ୍ଣ ଜିତିଥିଲେ । ସେହିପରି କ୍ୱାର୍ଟରରେ ଜର୍ମାନୀ ଏବଂ ସେମିଫାଇନାଲରେ ଜାପାନୀ ରେସଲରଙ୍କୁ ହରାଇ ସେ ଫାଇନାଲରେ ପ୍ରବେଶ କରିଥିଲେ । ଭାରତୀୟ ଜୁନିୟର ଟିମ ୧୬୦ ପଂଏଟ ସହ ରନର୍ସଅପ ଟ୍ରଫି ହାସଲ କରିଛି । ଜାପାନ ୨୩୦ ପଂଏଟ ଏବଂ ଆମେରିକା ୧୨୪ ପଂଏଟ ସହ ଯଥାକ୍ରମେ ପ୍ରଥମ ଏବଂ ତୃତୀୟ ସ୍ଥାନରେ ରହିଥିଲେ । ଭାରତ ପକ୍ଷରୁ ଅନ୍ତିମଙ୍କ ବ୍ୟତୀତ ୬୨ କିଗ୍ରାରେ ସୋନମ ରୌପ୍ୟ, ୬୫ କିଗ୍ରାରେ ପ୍ରିୟଙ୍କା ରୌପ୍ୟ, ୫୭ କିଗ୍ରାରେ ସିଟୋ ବ୍ରୋଞ୍ଜ, ୭୨ କିଗ୍ରାରେ ରିତିକା ବ୍ରୋଞ୍ଜ ପଦକ ହାସଲ କରି ଭାରତକୁ ଗୌରବାନ୍ୱିତ କରିଥିଲେ । ବିଭିନ୍ନ ମହଲରୁ ଅନ୍ତିମଙ୍କ ପ୍ରତି ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।
BREAKING NEWS
- ସୁଭଦ୍ରା ହିତାଧିକାରୀଙ୍କ ସ୍କିଲ ମ୍ୟାପିଂ; ୬୦ ବର୍ଷ ହେଲେ ଆପେ ଯିବେ ଭତ୍ତା ପୋର୍ଟାଲକୁ
- ରାଜସୱ ନିରୀକ୍ଷକ ଚାକିରି ଆଶା ଦେଖାଇ ଯୁବକଙ୍କ ଠାରୁ ସାଢେ ୫ ଲକ୍ଷ ଟଙ୍କା ଠକେଇ, ଅଭିଯୁକ୍ତ ଗିରଫ
- ରାଜ୍ୟରେ ମଞ୍ଜୁର ହେଲା ୩,୭୯୩ କୋଟିର ୨୪ ପ୍ରକଳ୍ପ, ସୃଷ୍ଟି ହେବ ପ୍ରାୟ ୨୦ ହଜାର ନିଯୁକ୍ତି
- Sambalpur Football Academy: ସମ୍ବଲପୁରରେ ନିର୍ମାଣ ହେବ ଫିଫା ମାନର ଆଧୁନିକ ଫୁଟବଲ ପଡ଼ିଆ
- ଟେନିସ ଜଗତକୁ ମିଳିଲା ନୂଆ ମହିଳା ସୁପରଷ୍ଟାର
- ଫିଲ୍ମ ‘ବାରାଣସୀ’କୁ ନେଇ ବଡ ଖୁଲାସା, ଭଗବାନ ରାମଙ୍କ ଭୂମିକାରେ ଅଭିନୟ କରିବେ ମହେଶ ବାବୁ
- ଲାକ୍ଷାଦ୍ୱୀପରେ ମଦ ଉପରୁ ହଟିଲା ନିଷେଧ, ଏବେ ଲାଇସେନ୍ସ ସହିତ ମିଳିବ ମଞ୍ଜୁରୀ
- ସଚିନଙ୍କ ପରେ ବୈଭବଙ୍କୁ ନେଇ ବଡ ଅନୁମତି ଦେଲା ବିସିସିଆଇ
- ୧୮ ବର୍ଷରୁ କମ୍ ପୁରୁଷ ଏସିଆ କପରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ… ମହିଳାଙ୍କୁ ବ୍ରୋଞ୍ଚ,ପ୍ରଧାନମନ୍ତ୍ରୀ ଜଣାଇଲେ ଅଭିନନ୍ଦନ
- କୋଟି କୋଟି ସମ୍ପତ୍ତିର ମାଲିକ ବୈଭବ ସୂର୍ଯ୍ୟବଂଶୀ…
Comments are closed.