ଲାହୋର: ଏସିଆ କପ କ୍ରିକେଟ ପୂର୍ବରୁ ପାକିସ୍ତାନକୁ ଶକ୍ତ ଧକ୍କା ଲାଗିଛି । ଦଳର ଷ୍ଟାର ବୋଲର ଶାହୀନ ଆଫ୍ରିଦୀ ଆଘାତ ସମସ୍ୟା ଯୋଗୁ ଟୁର୍ଣ୍ଣାମେଂଟରୁ ଓହରି ଯାଇଛନ୍ତି । ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହା ପରୋକ୍ଷରେ ଟିମ ଇଣ୍ଡିଆ ପାଇଁ ଖୁସିର ଖବର କହିଲେ ଭୁଲ ହେବନି । ଟି୨୦ ବିଶ୍ୱକପରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଆଫ୍ରିଦୀ ହଇରାଣ କରିଥିଲେ । ତାଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ବଳରେ ଭାରତ ଏହି ମ୍ୟାଚରେ ପରାଜିତ ହୋଇଥିଲା । ଡାକ୍ତର ଆଫ୍ରିଦୀଙ୍କୁ ୬ ସପ୍ତାହ ପର୍ଯ୍ୟନ୍ତ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି । ଫଳରେ ସେ ନ୍ୟୁଜିଲାଣ୍ଡର ଟି୨୦ ତ୍ରିରାଷ୍ଟ୍ରୀୟ ସିରିଜ ପର୍ଯ୍ୟନ୍ତ କୌଣସି ମ୍ୟାଚ ଖେଳିପାରିବେ ନାହିଁ । ଶ୍ରୀଲଙ୍କା ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ସେ ଡାହାଣ ଗୋଡରେ ଆଘାତ ପାଇଥିଲେ । ଅଗଷ୍ଟ ୨୭ରୁ ଏସିଆ କପ ଆରମ୍ଭ ହେବ । ଦୀର୍ଘ ଦିନ ପରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଥିବାରୁ କ୍ରିକେଟପ୍ରେମୀଙ୍କ ଉତ୍ସାହ ଦିନକୁ ଦିନ ବଢ଼ିବାରେ ଲାଗିଛି ।
BREAKING NEWS
- Hylo Open 2026:ଭାରତ ପାଇଁ ଦ୍ୱିଗୁଣ ଖୁସି: ପି.ଭି. ସିନ୍ଧୁଙ୍କ ପରେ ଲକ୍ଷ୍ୟ ସେନ୍ ଜିତିଲେ ହାଇଲୋ ଓପନ୍ ଟାଇଟଲ୍
- ବାତ୍ୟା ‘ଅର୍ଣ୍ଣବ’: ୬ ଜିଲ୍ଲାକୁ କ୍ଷୟକ୍ଷତିର ପ୍ରାଥମିକ ଆକଳନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ
- Cyclone Threat: ମାଲକାନଗିରିରେ ତିନି ଦିନ ପାଇଁ ବନ୍ଦ ରହିବ ଶିକ୍ଷାନୁଷ୍ଠାନ
- ୭୦ ବର୍ଷ ପୁରଣା ରହସ୍ୟ! ଏହି ସହରରେ ମରିବା ସମ୍ପୂର୍ଣ୍ଣ ମନା
- ଦବିଲା ସାଲୁଙ୍କି ପୋଲ:ବିକଳ୍ପ ରାସ୍ତା ବ୍ୟବସ୍ଥା କରିବାକୁ ବିଶେଷଜ୍ଞ ଦଳ ଜିଲ୍ଲା ପ୍ରଶାସନକୁ କଲେ ଅବଗତ
- ଅର୍ଣ୍ଣବ କ୍ଷତିଗ୍ରସ୍ତଙ୍କ ପାଇଁ ସହାୟତା ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
- ବର୍ଷକ ମଧ୍ୟରେ ୪୦୦ ଛକା ମାରି ଇତିହାସ ରଚିଲା ଭାରତ
- କଇଁ ଫୁଲ ତୋଳିବାକୁ ଯାଇ ବୁଡ଼ିଗଲେ ୩ ଶିଶୁ
- ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧି, ପୁଣି ଖୋଲିଲା ୩ଟି ଗେଟ୍
- ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଖୋଲିଲା ବାଲିମେଳା ଜଳଭଣ୍ଡାରର ୩ ଗେଟ
Comments are closed.