ନୂଆଦିଲ୍ଲୀ: ଭାରତରେ ଅଶାନ୍ତି ସୃଷ୍ଟି କରିବା ପାଇଁ ପାକିସ୍ତାନ ସର୍ବଦା ଷଡଯନ୍ତ୍ର ରଚୁଛି । ଏବେ ଏ ଭଳି ଆଉ ଏକ ଘଟଣାର ପର୍ଦ୍ଦାଫାଶ ହୋଇଛି । ପାକିସ୍ତାନରୁ ଆସି ଭାରତରେ ରହୁଥିବା ହିନ୍ଦୁ ଶରଣାର୍ଥୀ ଭାଗଚାନ୍ଦଙ୍କୁ ଗିରଫ କରାଯିବା ପରେ ଏହି ତଥ୍ୟ ସମ୍ମୁଖକୁ ଆସିଛି । ଏହି ୪୪ ବର୍ଷୀୟ ବ୍ୟକ୍ତିଜଣଙ୍କ ଦିଲ୍ଲୀର ବିଭିନ୍ନ ସ୍ଥାନର ଫଟୋ ଉଠାଇ ପାକିସ୍ତାନକୁ ପଠାଉଥିଲା । ଏଥିପାଇଁ ପାକିସ୍ତାନରୁ ତାଙ୍କୁ ପ୍ରଚୁର ଟଙ୍କା ଦିଆ ଯାଉଥିଲା । ଅଗଷ୍ଟ ୧୪ରେ ଭିଲୱାରାରେ ନାରାୟଣ ଲାଲ ଗାଡରି ନାମକ ଜଣେ ଗୁପ୍ତଚରକୁ ଗିରଫ କରାଯିବା ପରେ ଭାଗଚାନ୍ଦ ସହ ତାର ଯୋଗାଯୋଗ ଥିବା ଜଣା ପଡିଥିଲା । ୧୯୯୮ରେ ଭାଗଚାନ୍ଦ ଭାରତରେ ଆସି ରହିବା ପରେ ୩ ବର୍ଷ ପୂର୍ବେ ତାଙ୍କୁ ନାଗରିକତା ମିଳିଥିଲା । ଏହାର ଫାଇଦା ଉଠାଇ ସେ ଗୁପ୍ତଚରୀ କାର୍ଯ୍ୟରେ ଲିପ୍ତ ରହିଥିଲା । ପୋଲିସ ଏବେ ତାଙ୍କୁ ପଚରାଉଚରା ଜାରୀ ରଖିଛି । ତେବେ ଜଣେ ହିନ୍ଦୁ ହୋଇ ଏ ଭଳି କାର୍ଯ୍ୟ କରିଥିବାରୁ ବିଭିନ୍ନ ମହଲରେ ଆଲୋଚନା ଜୋର ଧରିଛି ।
BREAKING NEWS
- ରାସନ ସାମଗ୍ରୀ ଆଣିବାକୁ ଯାଇ ଭାସିଗଲେ ବୃଦ୍ଧ
- Women Mountaineers: ୨୦,୧୦୦ ଫୁଟ ଉଚ୍ଚରେ ତ୍ରିରଙ୍ଗା, ମାଉଣ୍ଟ ୟୁନାମ ଚଢ଼ି ଇତିହାସ ରଚିଲେ ଓଡ଼ିଶାର ୧୧ ଯୁବତୀ
- Saura Art: ସଉରା କଳାକୁ ଆଧୁନିକ ରୂପ, ଝାରସୁଗୁଡ଼ାର ୬୦ରୁ ଅଧିକ ମହିଳା କାରିଗରଙ୍କୁ ପ୍ରଶିକ୍ଷଣ
- ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର
- Strait of Hormuz: ବଢିଲା ଇରାନ ସହ ଟଣାଓଟରା, ମ୍ୟାପ୍ ଜାରି କରି ହର୍ମୁଜ୍କୁ ‘ଆମେରିକାର ନୂଆ ଅଞ୍ଚଳ’ କହିଲେ ଟ୍ରମ୍ପ୍
- MMDR Controversy: ଖଣି ଅଧିକାରକୁ ନେଇ ତାତିଲା ଓଡ଼ିଶା ରାଜନୀତି; ‘ଡାର୍କ ଆକ୍ଟ’ କହିଲା କଂଗ୍ରେସ, ଜାଣନ୍ତୁ କ’ଣ କହିଲେ ବାଚସ୍ପତି?
- Odisha Rain Alert: ପୁଣି ମାଡି ଆସୁଛି ଆଉ ଏକ ଲଘୁଚାପ…ଆଜିଠୁ ପ୍ରବଳ ବର୍ଷିବ! ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ…
- Japan Earthquake: ଟୋକିଓକୁ ଜୋରଦାର ଝଟକା, ୫.୯ ତୀବ୍ରତାର ଭୂକମ୍ପ, ୫ ଆହତ
- BJP’s New Team: ନିତିନ ନବୀନଙ୍କ ନୂଆ ଟିମକୁ ଭେଟିଲେ ପିଏମ୍ ମୋଦୀ, ଜାଣନ୍ତୁ କ’ଣ ଦେଲେ ମୂଳମନ୍ତ୍ର?
- Odisha Parab: ବାରଣାସୀରେ ‘ଓଡ଼ିଶା ପରବ’: ପାରମ୍ପରିକ ଲୋକକଳା, ହସ୍ତଶିଳ୍ପ ଓ ଓଡିଆ ସ୍ୱାଦରେ ଝଲସୁଛି ଓଡିଶା ସଂସ୍କୃତି

Comments are closed.