ମୁମ୍ବାଇ: ବିଜୟ ଦେବରକୋଣ୍ଡା ଓ ଅନନ୍ୟା ପାଣ୍ଡେ ଅଭିନୀତ ଲାଇଗର ୨୫ ଅଗଷ୍ଟରେ ସବୁ ସ୍ଥାନରେ ରିଲିଜ ହେବ । ତେବେ ସୋମବାର ଏହାର ହିନ୍ଦୀ ଭର୍ସନ ରିଲିଜ ନେଇ ତାଜା ଅପଡେଟ ଆସିଛି । ସେନ୍ସର ବୋର୍ଡରୁ ୟୁ/ଏ ସାର୍ଟିଫିକେଟ ପାଇବା ପରେ ମେକର୍ସ ୨୪ ଅଗଷ୍ଟରେ ହିନ୍ଦର ଭର୍ସନକୁ ରିଲିଜ କରିବା ପାଇଁ ନିଷ୍ପତି ନେଇଛନ୍ତି । ଏହାର ପରଦିନ ଅନ୍ୟ ସବୁ ସ୍ଥାନରେ ଏହା ଫିଲ୍ମ ହଲରେ ପଡିବ । ପୁରୀ ଜଗନ୍ନାଥଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ଫିଲ୍ମ ପ୍ରତି ଦର୍ଶକଙ୍କ ବେଶ ଉତ୍କଣ୍ଠା ରହିଛି । ଆଡଭାନ୍ସ ବୁକିଂ ଭଲ ଥିବାରୁ ଏହା ବକ୍ସ ଅଫିସରେ ଝଡ ସୃଷ୍ଟି କରିବ ବୋଲି ଆଶା କରାଯାଉଛି । ତେବେ ହିନ୍ଦର ଭର୍ସନରେ ଲାଇଗରକୁ ବୟକଟ କରିବା ଟ୍ରେଣ୍ଡ ଧରିଛି । ହିନ୍ଦୀରେ ମଧ୍ୟ ଏହାର ଆଡଭାନ୍ସ ବୁକିଂ ସେତେଟା ଉତ୍ସାହଜନକ ରହି ନାହିଁ । ଦେବରକୋଣ୍ଡାଙ୍କ ଏହା ପ୍ରଥମ ପ୍ୟାନ ଇଣ୍ଡିଆ ଫିଲ୍ମ ହେବ । ସେ ମଧ୍ୟ ଫିଲ୍ମର ସଫଳତା ନେଇ ଦୃଢ଼ ଆଶାୟୀ ଅଛନ୍ତି । ଉଭୟ ବିଜୟ ଏବଂ ଅନନ୍ୟା ଫିଲ୍ମର ପ୍ରମୋଶନରେ ଜୋରସୋରରେ ଲାଗି ପଡିଛନ୍ତି ।
BREAKING NEWS
- ରାଜନୈତିକ ହିଂସାକାଣ୍ଡ! ବାଙ୍କୀ ଡମପଡ଼ା ବ୍ଲକ ପରିସରରେ BNSS ୧୬୩
- ଫେସ୍ବୁକ୍ ମାର୍କେଟ୍ ପ୍ଲେସ୍ରେ ଠକେଇ: ଗ୍ରାହକଙ୍କୁ ଗାଡି ବିକିବା ନାଁରେ ୩ ଲକ୍ଷ ୮୦ ହଜାର ଟଙ୍କାର ଚୂନା
- ବଢିଲା ଚାମେଲିଙ୍କ ଅଡୁଆ: ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ
- ଦୁଷ୍କର୍ମ ଅଭିଯୋଗରେ ଆଇପିଏଲ୍ କ୍ରିକେଟର ଅଭିଷେକ ପୋରେଲ ଗିରଫ
- ସିରିୟାର ପୂର୍ବତନ ରାଷ୍ଟ୍ରପତିଙ୍କୁ ମୃତ୍ୟୁ ଦଣ୍ଡାଦେଶ, ଯୁଦ୍ଧ ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ
- ସୁରକ୍ଷାକର୍ମୀଙ୍କ ବଡ଼ ସଫଳତା, ଆତ୍ମସମର୍ପଣ କଲେ ୪ ମାଓବାଦୀ
- ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ! ମେଡିକାଲରେ ଉତ୍ତେଜନା
- ମୋଡିଫାଏଡ୍ ସାଇଲେନ୍ସର ଲାଗାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ…
- ଏଣିକି ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ!
- Netaji’s ashes: ୮୧ ବର୍ଷ ପରେ ଜାପାନରୁ ଭାରତ ଆସିବ ନେତାଜୀଙ୍କ ଅସ୍ଥି? ସୁପ୍ରିମକୋର୍ଟରେ ପହଞ୍ଚିଲେ ସୁଭାଷ ଚନ୍ଦ୍ର ବୋଷଙ୍କ ଝିଅ

Comments are closed.