ପୁରୀ: ଆଜି ମହାପ୍ରଭୁଙ୍କ କାଳୀୟ ଦଳନ ବେଶ । ସଂଧ୍ୟା ଧୂପ ପୂର୍ବରୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଏହି ବେଶ ହେବ । ଭାଦ୍ରବ କୃଷ୍ଣ ଏକାଦଶୀରେ ଶ୍ରୀମନ୍ଦିରରେ କାଳୀୟ ଦଳନ ନୀତି ଓ ଧେନୁକାସୁର ବଧ ପ୍ରସ୍ତାବ ହେବାର ବିଧି ରହିଛି । ଏହି ଅବସରରେ ମହାପ୍ରଭୁ କାଳୀୟ ଦଳନ ବେଶରେ ଦର୍ଶନ ଦେବେ । କନାରେ ନିର୍ମିତ ବିରାଟକାୟ କଳା ନାଗ ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ଆବୃତ୍ତ କରି ରହିଥାଏ । ନାଗ ଫଣା ଉପରେ ମହାପ୍ରଭୁଙ୍କ ଶ୍ରୀପୟର ଦୁଇଟି ରହିବ । ନାଗ ଉପରେ ଶ୍ରୀଜଗନ୍ନାଥ ନୃତ୍ୟ କରୁଥିବା ଭଙ୍ଗୀରେ ଉଭା ହେବେ । ଶ୍ରୀକୃଷ୍ଣ କାଳିନ୍ଦୀ ହ୍ରଦର କାଳୀୟ ସର୍ପକୁ ଦମନ କରିଥିବାର ସ୍ମୃତିକୁ ଏହା ସ୍ମରଣ କରିଥାଏ ।
ଶ୍ରୀମନ୍ଦିରରେ କୃଷ୍ଣ ଲୀଳା ପରମ୍ପରା ଅନୁଯାୟୀ ଗତକାଲି କୋଳି ବିକା ନୀତି ଅନୁଷ୍ଠିତ ହୋଇଛି ।
ଶ୍ରୀମନ୍ଦିରରେ କୃଷ୍ଣ ଲୀଳା ପରମ୍ପରା ଅନୁଯାୟୀ ଆଜି କୋଳି ବିକା ନୀତି । pic.twitter.com/KF0b2607xw
— Shree Jagannatha Temple, Puri (@JagannathaDhaam) August 22, 2022
Comments are closed.