Latest Odisha News

BREAKING NEWS

ଅନୁଗୁଳ: ରାସ୍ତା ତଳକୁ ଓଲଟି ପଡିଲା ବସ୍, ୨୦ ଆହତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ନିକଟରେ ଶୁକ୍ରବାର ଦିନ ଏକ ଯାତ୍ରୀବାହୀ ବସ ରାସ୍ତା ତଳକୁ ଓଲଟି ପଡିବା ଫଳରେ ୨୦ ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ସୂଚନାନୁଯାୟୀ ‘ଦିଲଖୁସ’ ନାମକ ଏହି ଯାତ୍ରୀବାହୀ ବସ ଝାରସୁଗୁଡ଼ାରୁ କଟକ ଅଭିମୁଖେ ଯାଉଥିବାବେଳେ ବଅଁରପାଳ ଓଭରବ୍ରିଜ ପୂର୍ବରୁ ବସଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ରାସ୍ତା ତଳକୁ ଖସି ପଡ଼ିଥିଲା ।

ଏହି ଦୁର୍ଘଟଣାରେ ବସରେ ଥିବା ୨୦ ରୁ ଅଧିକ ଯାତ୍ରୀ ଆହତ ହୋଇଥିବାବେଳେ ୫ ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି । ଅପରପକ୍ଷରେ ସମସ୍ତ ଆହତମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

ତେବେ ଖବର ପାଇ ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

Leave A Reply

Your email address will not be published.