Latest Odisha News

BREAKING NEWS

ବାପାଙ୍କ ଶ୍ରାଦ୍ଧ ଦିନ ବିଚାରପତି ପୁଅଙ୍କ ଆତ୍ମହତ୍ୟା

ଯାଜପୁର (ହିମାଂଶୁ କୁମାର ପାଢ଼ୀ): କଟକ ପୋକସୋ ଅଦାଲତ ବିଚାରପତି ସୁବାସ କୁମାର ବିହାରୀ ଆତ୍ମହତ୍ୟା କରିଛନ୍ତି। କଟକ ସ୍ଥିତ ସରକାରୀ ବାସଭବନରେ ଆଜି ଅପରାହ୍ନରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। କିଛି ଦିନ ଧରି ସେ ଅବସାଦରେ ଥିଲେ। ତାଙ୍କ ଘର ଯାଜପୁର ସଦର ଥାନା ଭୁବନେଶ୍ୱର ପୁର ଗାଁରେ।

ଶ୍ରୀ ବିହାରୀଙ୍କ ଆତ୍ମହତ୍ୟା ଖବର ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଗାଁ ଲୋକେ ଓ ତାଙ୍କ ପରିବାରବର୍ଗ ତାଙ୍କ ବାପାଙ୍କ ଶ୍ରାଦ୍ଧ ଥିଲା ବୋଲି କହିଛନ୍ତି। ଏ ନେଇ ପରିବାର ଲୋକେ ଯେତେବେଳେ ତାଙ୍କ ବାପାଙ୍କୁ ମନେପକାଉଥିଲେ ଏହି ସମୟରେ ସୁବାସ ଆତ୍ମହତ୍ୟା କରିବା ଖବର ସମସ୍ତଙ୍କୁ ଚକିତ କରିଛି।

ତେବେ କେଉଁକାରଣ ପାଇଁ ସେ ଏପରି ଚରମ ନିଷ୍ପତ୍ତି ନେଇଛନ୍ତି ତାର ସୂଚନା ମିଳିପାରିନାହିଁ । ହେଲେ ଆତ୍ମହତ୍ୟା କରିବା ପୂର୍ବରୁ ଜଷ୍ଟିସ ବିହାରୀ ଶୁକ୍ରବାର ସକାଳ ୧୦ଟାରେ ପୁଣି ଛୁଟି ନେବେ ବୋଲି ତାଙ୍କ ଷ୍ଟେନୋଙ୍କ ସହ କଥା ହୋଇଥିଲେ ବୋଲି ସୂଚନା ରହିଛି।

ସେ ନିଜ ଗାଁ ଭୁବନେଶ୍ୱରପୁର ପଞ୍ଚାୟତର ଶେଷଦେଵ ବାସନ୍ତୀ ହାଇସ୍କୁଲରୁ ମାଟ୍ରିକ ପାସ କରିବା ପରେ ଯାଜପୁର ନରସିଂହ ଚୌଧୁରୀ କଲେଜରୁ ସ୍ନାତକ ଓ ବିରଜା ଆଇନ ମହାବିଦ୍ୟାଳୟରୁ ଏଲ ଏଲ ବି ପାସ କରିଥିଲେ। ଏହା ପରେ ଓଜେଏସ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇ ବାଲିଗୁଡା, ବରଗଡ଼,ବାଲେଶ୍ଵର,ଭୁବନେଶ୍ୱର ସମେତ ଅନେକ ଜିଲ୍ଲାର ବିଭିନ୍ନ କୋର୍ଟରେ ବିଚାରପତି ଭାବେ ଯୋଗ ଦେଇ ସୁଚାରୁରୂପେ କାର୍ଯ୍ୟକାରୀ ବରିଷ୍ଠ ବିଚାରପତିଙ୍କ ପ୍ରିୟ ଭାଜନ ହୋଇପାରିଥିଲେ।

Comments are closed.