ମାଲକାନଗିରି: ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ୍ କୋଲା କୋଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଅଜଣା ରୋଗ ଭୟ । ତିନି ଦିନ ମଧ୍ୟରେ ଦୁଇ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ 22 ଜଣ ଛାତ୍ର ଛାତ୍ରୀ ଅସୁସ୍ଥ ହୋଇ ଚିକିତ୍ସିତ ହେଉଛନ୍ତି । ଏହାକୁ ନେଇ ଏବେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।
11 ଜଣ ଅସୁସ୍ଥ ଛାତ୍ର ଛାତ୍ରୀଙ୍କୁ ପଡିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଗୁରୁତ୍ୱର ଥିବା ଅନ୍ୟ 11 ଜଣଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଇଛି । କିଛି ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିଥିବା ଜଣାପଡିଛି ।
ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ପ୍ରତିଦିନ ମେଡ଼ିକାଲକୁ ଯାଇ ଅସୁସ୍ଥ ଛାତ୍ର ଛାତ୍ରୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ସମ୍ପର୍କରେ ଡାକ୍ତରଙ୍କ ସହ ଆଲୋଚନା କରୁଛନ୍ତି । ତେବେ କେଉଁ କାରଣରୁ ଏହି ଅଜଣା ରୋଗ ବ୍ୟାପିଲା ତାହାର କାରଣ ମଧ୍ୟ ଖୋଜା ଚାଲିଛି । କୋଲାକୋଣ୍ଡା ସେବାଶ୍ରମର ହଷ୍ଟେଲ ରେ ଥିବା ଛାତ୍ରଛାତ୍ରୀମାନେ ଅସୁସ୍ଥ ହେଲେ ତାହାର ଲକ୍ଷଣ ଜାଣିବା ଲାଗି ଗ୍ରାଉଣ୍ଡ ଜିରୋକୁ ମାଲକାନଗିରି ଜିଲ୍ଲା ହସ୍ପିଟାଲରୁ ଏକ ଡାକ୍ତରୀଦଳଙ୍କୁ ସେହି ସ୍କୁଲକୁ ପଠାଯାଇ ଖାଦ୍ୟ ଓ ପାନୀୟ ଜଳର ସାମ୍ପୁଲ ସଂଗ୍ରହ କରାଯାଇଛି ।
ଛାତ୍ରଛାତ୍ରୀଙ୍କ ରକ୍ତ ନମୁନାକୁ କୋରାପୁଟ ଓ ଭୁବନେଶ୍ୱର ଆର.ଏମ.ଆର.ସି କୁ ପଠାଯାଇଥିବା ନେଇ ମାଲକାନଗିରି ଜିଲ୍ଲା ଅତିରିକ୍ତ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି। ତେବେ ଏହାରି ମଧ୍ୟରେ ଭୁତ ଭୟ ସନ୍ଦେହ କରି 230 ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରାୟ 200 ଜଣ ଛାତ୍ରଛାତ୍ରୀଙ୍କୁ ଅଭିଭାବକ ମାନେ ନିଜ ନିଜ ଘରକୁ ନେଇଯାଇଥିବା ଜଣା ପଡ଼ିଛି।
Comments are closed.