Latest Odisha News

BREAKING NEWS

ସାତଲହଡି ମଠରେ ଆୟୋଜିତ ହେଲା ଅତିବଡୀ ଜଗନ୍ନାଥ ଦାସଙ୍କ ଜୟନ୍ତୀ ସମାରୋହ

ପୁରୀ: ଓଡିଆ ଭାଷା ଓ ସଂସ୍କୃତି ବିଭାଗ ଓଡିଶା ସରକାରଙ୍କ ଆନୁକୂଲ୍ୟରେ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଅତିବଡୀ ଜଗନ୍ନାଥ ଦାସଙ୍କ ଜୟନ୍ତୀ ସମାରୋହ ସ୍ଥାନୀୟ ସାତଲହଡି ମଠରେ ଆୟୋଜିତ ହୋଇଛି । ଏହି ଜୟନ୍ତୀ ସମାରୋହରେ ଓଡିଶା ସାହିତ୍ୟ ଏକାଡେମୀ ସଭାପତି ହୃଷିକେଶ ମଲ୍ଲିକ ସଭାମୁଖ୍ୟ ଓ ପୂର୍ବତନ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଓଡିଶା ସରକାର ଭଗବତକୁ ଡିଜିଟାଲ କରି କିପରି ସମସ୍ତଙ୍କ ପାଇଁ ଉପଲବ୍ଧ କରାଇ ପାରିବ ସେ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସଞ୍ଜୟ କହିଥିଲେ । ଓଡିଆ ଭାଷା ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶକ କୈଳାସ ଚନ୍ଦ୍ର ଟିକାୟତରାୟ, ଶଙ୍କର୍ଷଣ ମଙ୍ଗରାଜ, ଦୁର୍ଗାମାଧବ ନନ୍ଦ ଓ ଦିଲ୍ଲୀପ କୁମାର ସ୍ୱାଇଁ ପ୍ରମୁଖ ଏଥିରେ ଯୋଗଦାନ କରି ଓଡିଆ ଭାଗବତ ଏବଂ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଚେତନାର ବାର୍ତାବହ କିପରି ହୋଇପାରିବ ସେ ନେଇ ବକ୍ତବ୍ୟ ରଖିଥିଲେ ।

କବି ବିପୀନ ବିହାରୀ ଦଳେଇ ଏଥିରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନେକ ଛାତ୍ର ଛାତ୍ରୀ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ । ଭକ୍ତ ଜଗନ୍ନାଥ ଦାସ ଏବଂ ଭଗବାନ ମଧ୍ୟରେ ପ୍ରତିବନ୍ଧକ ନ ହେବା ପାଇଁ କିପରି ସମୁଦ୍ର ୭ ଲହଡି ପଛକୁ ଘୁଂଚି ଯାଇଥିଲା ତାହା ଏଥିରେ ବର୍ଣ୍ଣନା କରାଯାଇଥିଲା । କଳ୍ପନା ମିଶ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.