ଗୁରୁ ବ୍ରହ୍ମା,ଗୁରୁ ବିଷ୍ଣୁ, ଗୁରୁ ଦେବ ମହେଶ୍ୱର
ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମୈଶ୍ରୀ ଗୁରବେ ନମଃ।
ଆଜି ଗୁରୁ ଦିବସ । ଗୁରୁଙ୍କୁ ମନେ ପକାଇବାର ଦିନଟିଏ । ସବୁ ଶିକ୍ଷା ମୂଳରେ ଗୁରୁଙ୍କ ଆଦର୍ଶ ଓ ଅବଦାନ ଯଥେଷ୍ଟ ରହିଥାଏ । ଶିକ୍ଷା ମଣିଷର ଖାଲି ସ୍ବଭାବ ବଦଳାଇନଥାଏ ଭାବମୂର୍ତ୍ତି ବି ବଦଳାଇଦେଇଥାଏ, ମଣିଷକୁ ସୁମାର୍ଗରେ ପରିଣତ କରିଥାଏ । ଠିକ ରାସ୍ତାରେ ଯିବା ପାଇଁ ପ୍ରବର୍ତ୍ତାଇଥାଏ । ଗୁରୁ ଶବ୍ଦର ଅର୍ଥ ହେଉଛି ‘ଗୁ’ ଅର୍ଥ ଅନ୍ଧକାର, ‘ରୁ’ ଅର୍ଥ ଆଲୋକ ଅର୍ଥାତ ଯିଏ ଅନ୍ଧକାରରୁ ଜ୍ଞାନରୂପୀ ଆଲୋକକୁ ଆହରଣ କରିବାକୁ ବାଟ ଦେଖାନ୍ତି, ସେ ହିଁ ପ୍ରକୃତରେ ଗୁରୁ ପଦବାଚ୍ୟ । ଗୁରୁ ଚିରକାଳ ନମସ୍ୟ ଓ ପୂଜ୍ୟ । ଗୁରୁ ଅଜ୍ଞାନ ଅନ୍ଧକାର ଦୂର କରି ଶିଷ୍ୟକୁ ଜ୍ଞାନ ପ୍ରଦାନ କରିଥାନ୍ତି ।
ଆମ ଦେଶର ଦ୍ବିତୀୟ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ମନେ ପକାଇବା ପାଇଁ ତାଙ୍କର ଜନ୍ମଦିନକୁ ୧୯୬୨ ପରଠାରୁ ଗୁରୁ ଦିବସ ଭାବେ ପାଳନ କରାଯାଉଛି । ଡଃ. ସର୍ବପଲ୍ଲୀ ର।ଧ।କ୍ରିଷ୍ଣନ୍ଙ୍କ ଜନ୍ମ ୧୮୮୮ ମସିହ। ସେପ୍ଟେମ୍ବର ମ।ସ ୫ ତ।ରିଖରେ ମ।ନ୍ଦ୍ର।ଜର ତିରୁତ।ନୀ ଗ୍ର।ମରେ ହୋଇଥିଲେ ।
ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଜଣେ ବିଶିଷ୍ଟ ଦ।ର୍ଶନିକ ଥିଲେ । ସେ ଥିଲେ ପ୍ରଭୁ ଭେଙ୍କେଟଶ୍ୱରଙ୍କ ପରମ ଭକ୍ତ। ମାନ୍ଦ୍ରାଜର ଖ୍ରୀଷ୍ଟିୟାନ କଲେଜରୁ ଦର୍ଶନ ଶାସ୍ତ୍ରରେ ପ୍ରଥମ ଶ୍ରେଣୀର ପ୍ରଥମ ହୋଇ ବି.ଏ ପାସ୍ କରିଥିଲେ । ପରେ ମାନ୍ଦ୍ରଜର ପ୍ରେସିଡେନସି କଲେଜରେ ଅଧ୍ୟାପକ ରୂପେ ଚାକିରି ଜୀବନ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ମହୀଶୂର ବିଶ୍ୱବିଦ୍ୟାଳୟରେ ଦର୍ଶନ ବିଭାଗରେ ମୁଖ୍ୟ ଅଧ୍ୟାପକ ରୂପେ କାର୍ଯ୍ୟ କରିଥିଲେ । ୧୯୩୧ ମସିହାରେ ସେ ଆନ୍ଧ୍ର ବିଶ୍ୱବିଦ୍ୟାଳୟର କୁଳପତି ରୂପେ ଯୋଗ ଦେଇଥିଲେ । ବାରଣାସୀର ହିନ୍ଦୁ ବିଶ୍ୱ ବିଦ୍ୟାଳୟରେ ରାଧାକ୍ରିଷ୍ଣନ୍ କୁଳପତି ରୂପେ ଯୋଗ ଦେଇଥିଲେ। ସେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଦର୍ଶନ ବିଭାଗର ଅଧ୍ୟାପକ ରୂପେ କାର୍ଯ୍ୟ କରିଥିଲେ । ୧୯୫୨ ମସିହାରେ ସେ ଭାରତର ଉପରାଷ୍ଟ୍ରପତି ହୋଇଥିଲେ ।
ବିଦ୍ୟାର୍ଥୀମାନଙ୍କ ପାଇଁ ଗୁରୁ ହେଉଛନ୍ତି ବନ୍ଧୁ, ଦାର୍ଶନିକ ଏବଂ ପଥ ପ୍ରଦର୍ଶକ। ଜଗନ୍ନାଥ ଦାସଙ୍କ ଭାଗବତରେ ଅଛିଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ୱର। ଗୁରୁଦିବସ ବା ଶିକ୍ଷକ ଦିବସ ଶିକ୍ଷକମାନଙ୍କୁ ସମ୍ମାନ ଦେବା ପାଇଁ ଏକ ବିଶେଷ ଦିବସ । ଆମ ଜୀବନରେ ବିଶେଷ ଅବଦାନ ନିମନ୍ତେ ସମ୍ମାନ ଦେବା ପାଇଁ ଏହି ଉତ୍ସବ ପାଳନ କରିବା ନିହାତି ଆବଶ୍ୟକ ।
BREAKING NEWS
- Bank unions defer 3-day:ବ୍ୟାଙ୍କ ଧର୍ମଘଟ ପ୍ରତ୍ୟାହାର ; IBA ଏବଂ UFBU ମଧ୍ୟରେ ବୈଠକ ପରେ ନିଷ୍ପତ୍ତି
- ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ମାରି ଜାଳିଦେଲେ!
- ମହାନଦୀରେ ବଢୁଛି ବନ୍ୟା ଭୟ: ବଡ଼ମ୍ବା ଭଟ୍ଟାରିକା ପୀଠରେ ୧୬୩ ଧାରା ଲାଗୁ, ମନ୍ଦିର ଛୁଇଁଲା ବନ୍ୟାଜଳ
- ଅତିଭୌତିକ ଗଳ୍ପ‘ଇନ୍ଦ୍ରଜାଲ’ ପୁସ୍ତକ ଉନ୍ମୋଚନ
- ବିବାହର ୪ ବର୍ଷ ପରେ ଜାସ୍ମିନ ମାଝୀଙ୍କ ସନ୍ଦେହଜନକ ମୃତ୍ୟୁ: ସ୍ୱାମୀଙ୍କ ସହ ଝଗଡ଼ା ପରେ ବିଷ ପିଇଥିବା ସନ୍ଦେହ
- CM Majhi targets Congress:SIR ଅଭିଯୋଗକୁ ନେଇ କଂଗ୍ରେସକୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ; କହିଲେ- ପ୍ରସ୍ତୁତ ହୋଇଥିବା ଭୋଟର ତାଲିକାରେ ତ୍ରୁଟି ନାହିଁ
- MMDR Amendment Act:ଏମଏମଡିଆର ସଂଶୋଧନ ଆଇନ ପ୍ରତ୍ୟାହାର ଦାବି ପ୍ରସଙ୍ଗ;ବିକ୍ଷୋଭରେ ଜନସାଧାରଣଙ୍କୁ ସାମିଲ ହେବାକୁ ବିଜେଡିର ନିବେଦନ
- ନିର୍ଭୟରେ କରନ୍ତୁ ଭଗବଦ୍ ଗୀତା ପାଠ, ବଙ୍ଗଳାରେ ବଦଳିଛି ସ୍ଥିତି: ହିନ୍ଦୁ ବିରୋଧୀଙ୍କୁ ଶୁଭେନ୍ଦୁଙ୍କ ଟାର୍ଗେଟ
- ଦିଲ୍ଲୀରେ ଖରାପ ରାସ୍ତାକୁ ନେଇ ବବାଲ: ଭିଡିଓ କରୁଥିବା ଯୁବକଙ୍କୁ ଥାପ୍ପଡ଼ ମାରିଲେ ମନ୍ତ୍ରୀ ପ୍ରବେଶ ବର୍ମା
- କୋହଲି,ଗିଲ୍ଙ୍କ ଶତକ: ପ୍ରଥମ ଏକଦିବସୀୟରେ ୱେଷ୍ଟଇଣ୍ଡିଜ୍କୁ ୮ ୱିକେଟ୍ରେ ହରାଇଲା ଭାରତ

Comments are closed.