Latest Odisha News

BREAKING NEWS

ଗୁଜରାଟ ପାଇଁ ରାହୁଲ ଗାନ୍ଧୀଙ୍କ ମାଗଣା ଯୋଜନା ଘୋଷଣା : ଋଣ ଛାଡ, ମାଗଣା ବିଜୁଳି

କୃଷୀ ଋଣ ଛାଡ, ମାଗଣା ବିଜୁଳି ଘୋଷଣା

ଅହମଦାବାଦ: ଗୁଜରାଟରେ ଭୋଟ ପାଇଁ ରାହୁଲ ଗାନ୍ଧୀ  ଭୋଟରଙ୍କୁ ମାଗଣା ପ୍ରତିଶ୍ରୁତି ଦେବା ଆରମ୍ଭ କରିଛନ୍ତି ।  ବିଜେପି ସରକାରକୁ ଗାଦିରୁ ହଟାଇବା ପାଇଁ ରାହୁଲ ଗାନ୍ଧୀ ଚାଷୀଙ୍କୁ ଋଣ ଛାଡ, ମାଗଣା ବିଜୁଳି, କମ ଦାମରେ ଗ୍ୟାସ ପ୍ରତିଶ୍ରୁତି ଘୋଷଣା କରିଛନ୍ତି  । ଗୁଜରାଟକୁ ହାତେଇବା ପାଇଁ ଆପ୍ ର ଅରବିନ୍ଦ କେଜରିଓ୍ବାଲଙ୍କ ପରେ ଏବେ ରାହୁଲ ଗାନ୍ଧୀ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି।

ଗୁଜରାଟରେ ସରକାର ଗଠନ ପାଇଁ ରାହୁଲ ଗାନ୍ଧୀ  ରାଜ୍ୟର ପ୍ରତ୍ୟେକ ଚାଷୀଙ୍କ ପାଇଁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।  ବର୍ତ୍ତମାନ ୧୦୦୦ଟଙ୍କାରେ ଏଲପିଜି ମିଳୁଥିବା ବେଳେ କଂଗ୍ରେସ କ୍ଷମତାକୁ ଆସିଲେ ଏଲପିଜି ସିଲିଣ୍ଡର ୫୦୦ଟଙ୍କାରେ ମିଳିବ ବୋଲି କହିଛନ୍ତି ।  ଏହା ସହ ଚାଷୀଙ୍କୁ ମାଗଣା ବିଦ୍ୟୁତ୍ ଏବଂ ସାଧାରଣ ଉପଭୋକ୍ତାଙ୍କୁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ଯୋଗାଇବାକୁ ରାହୁଲ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

‘ପରିବର୍ତ୍ତନ ସଂକଳ୍ପ ରାଲି’ରେ କଂଗ୍ରେସର ବୁଥ ସ୍ତରର କର୍ମୀଙ୍କୁ ସମ୍ବୋଧିତ କରି ଗାନ୍ଧୀ ଗୁଜରାଟର ଲୋକଙ୍କୁ ଏଭଳି ଅନେକ ମାଗଣା ପ୍ରତିଶ୍ରୁତି ଦେଇଛନ୍ତି। ଚଳିତ ବର୍ଷ ଶେଷରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏବେ ରାହୁଲ ଗାନ୍ଧୀ ସକ୍ରିୟ ହୋଇ ଏପରି କହିଛନ୍ତି ।

 ରାହୁଲ କହିଛନ୍ତି କ୍ଷମତାକୁ ଆସିଲେ କଂଗ୍ରେସ ୧୦ଲକ୍ଷ ନୂତନ ନିଯୁକ୍ତି ଦେବ ।  ୩୦୦୦ଇଂରାଜୀ ମାଧ୍ୟମ ବିଦ୍ୟାଳୟ ନିର୍ମାଣ କରିବ, ବାଳିକାମାନଙ୍କ ପାଇଁ ମାଗଣା ଶିକ୍ଷା ବ୍ୟବସ୍ଥା ଯୋଗାଇବା ସହ  ଦୁଗ୍ଧ ଉତ୍ପାଦନକାରୀଙ୍କୁ ଲିଟର ପିଛା ୫ଟଙ୍କା ସବସିଡି ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ ।

Comments are closed.