Latest Odisha News

ରେକର୍ଡ ଭାଙ୍ଗିଲା ଫିଲ୍ମ ବ୍ରହ୍ମାସ୍ତ୍ର, ପ୍ରଥମ ଦିନରେ ଆୟ ୭୫ କୋଟି

ମୁମ୍ବାଇ: ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ବ୍ରହ୍ମାସ୍ତ୍ର ମୁକ୍ତିଲାଭ କରିଛି। ପ୍ରଥମ ଦିନରେ ଫିଲ୍ମ ରେକର୍ଡ ବ୍ରେକ ହାସଲ କରିଛି। ଫିଲ୍ମର ପୁରା ଟିମ ଖୁସି ମନାଉଥିବାର ପରିଲକ୍ଷିତ ହୋଇଛି। ସମସ୍ତେ ସୋସିଆଲ ମିଡିଆରେ ଧନ୍ୟବାଦ ପୋଷ୍ଟ ମଧ୍ୟ ସେୟାର କରୁଛନ୍ତି। ଆଲିଆ ଭଟ୍ଟ ମଧ୍ୟ ନିଜ ଖୁସି ବାଣ୍ଟିବାରେ ନିଜକୁ ଅଟକାଇ ପାରିନଥିଲେ। ତେଣୁ ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ନିଜ ଖୁସି ଜାହିର କରିଛନ୍ତି।

ଫିଲ୍ମଟି ଶୁକ୍ରବାର ପ୍ରେକ୍ଷାଳୟରେ ରିଲିଜ ହୋଇଛି ଏବଂ ପ୍ରଥମ ଦିନରେ ବ୍ରହ୍ମାସ୍ତ୍ର ୭୫ କୋଟି ରୋଜଗାର କରିଛି। ବିଗତ କିଛି ଦିନ ହେବ ବଲିଉଡରେ ଯେତେ ସବୁ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ସମସ୍ତ ମୁଭି ଫ୍ଲପ୍ ହୋଇଥିଲା। ବର୍ତ୍ତମାନ ଫିଲ୍ମ ବ୍ରହ୍ମାସ୍ତ୍ର ବାକି ସବୁ ଫିଲ୍ମକୁ ପଛରେ ପକାଇ ହିଟ୍ ଲିଷ୍ଟରେ ସାମଲି ହୋଇଛି। ଏହି ଫିଲ୍ମ ବିଷୟରେ ଅନେକ ଗୁଜବ ସୃଷ୍ଟି ହୋଇଥିଲା। କିନ୍ତୁ ଫିଲ୍ମ ମୁକ୍ତିଲାଭ ହେଲା ପରେ ପ୍ରଶଂସକମାନେ ଚଳଚ୍ଚିତ୍ରକୁ ଭୁରି ଭୁରି ପ୍ରଶଂସା କରିଛନ୍ତି।

ରଣବୀର କପୁର ତାଙ୍କ ଫିଲ୍ମ ସଞ୍ଜୁର ରେକର୍ଡକୁ ବି ଭାଙ୍ଗିଛନ୍ତି। ଏଥିସହିତ, ପ୍ରଥମ ଦିନରେ ଏହିପରି ବିପୁଳ ରୋଜଗାର ପରେ ଆଲିଆ ଭଟ୍ଟ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ବ୍ରହ୍ମାସ୍ତ୍ର ଫିଲ୍ମ ହଲକୁ ଯାଇ ପରିଦର୍ଶନ କରିଥିବାରୁ ସମସ୍ତଙ୍କୁ ଅନେକ ଧନ୍ୟବାଦ। ଆପଣଙ୍କ ଭଲପାଇବା ସର୍ବଦା ବଜାୟ ରହୁ।’

ସେପଟେ ପ୍ରଥମ ଦିନରେ ବ୍ରହ୍ମାସ୍ତ୍ର ଭଲ ରୋଜଗାର କରିଥିବା ବେଳେ ସପ୍ତାହ ମଧ୍ୟରେ ଏହାର ଆୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। କୁହାଯାଉଛି ଯେ ଆଗାମୀ ଦିନରେ ବ୍ରହ୍ମାସ୍ତ୍ର ବକ୍ସ ଅଫିସରେ ପଡୁଥିବା ମରୁଡ଼ିକୁ ହଟାଇବ। କିନ୍ତୁ ଆପଣ ଜାଣନ୍ତି କି ଆୟାନ ମୁଖାର୍ଜୀଙ୍କ ବ୍ରହ୍ମାସ୍ତ୍ର ହେଉଛି ୪୦୦ କୋଟି ଟଙ୍କାରେ ନିର୍ମିତ ଏକ ଚଳଚ୍ଚିତ୍ର। ଏହି ଚଳଚ୍ଚିତ୍ର ନିର୍ମାଣ ପାଇଁ ୭ ବର୍ଷ ସମୟ ଲାଗିଛି।

Comments are closed.