Latest Odisha News

BREAKING NEWS

ହ୍ୟାକ ହେଲା ପୁରୀ ଜିଲ୍ଲାପାଳଙ୍କ ଅଫିସିଆଲ ଟ୍ୱିଟର ଆକାଂଉଟ

ପୁରୀ: ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଫିସିଆଲ ଟ୍ୱିଟର ଆକାଂଉଟ ହ୍ୟାକ ହୋଇଛି । ଚୀନର କୌଣସି ଏକ ହ୍ୟାକର ଏହା କରିଥିବା ପ୍ରାରମ୍ଭିକ ସୂଚନାରୁ ମିଳିଛି । ଆକାଂଉଟ ହ୍ୟାକ ହେବା ପରେ ଜିଲ୍ଲାପାଳ ସଙ୍ଗେ ସଙ୍ଗେ ତଦନ୍ତ ପାଇଁ ଆଇଟି ସେଲକୁ ନିର୍ଦ୍ଦେଶ ଦେଇଛନ୍ତି । ଅପରାହ୍ନରେ ଏହା ହ୍ୟାକ ହୋଇଥିବା ଜଣାପଡିଛି । ହ୍ୟାକର ଜିଲ୍ଲାପାଳଙ୍କ କେତେକ ଟୁଇଟକୁ ରିଟ୍ୱିଟ କରିଛି । ଏହା ବ୍ୟତୀତ କେତେକ କାର୍ଟୁନ ଫଟୋ ମଧ୍ୟ ଶେୟାର କରିଛି । ଶେଷ ରିପୋର୍ଟ ପର୍ଯ୍ୟନ୍ତ ଆକାଂଉଟକୁ ହ୍ୟାକିଂରୁ ମୁକ୍ତ କରାଯାଇ ପାରି ନାହିଁ । ହ୍ୟାକରର ପ୍ରୋଫାଇଲ ଫଟୋରେ ୟିନ ୟାଙ୍ଗ ଗ୍ୟାଙ୍ଗ ଲେଖାଯାଇଛି ।

Comments are closed.