Latest Odisha News

BREAKING NEWS

ରାଉରକେଲାରୁ ୧୬ ଲକ୍ଷରୁ ଅଧିକ ମୂଲ୍ୟର ଜାଲ୍ ନୋଟ ଜବତ, ଜଣେ ଗିରଫ

ଭୁବନେଶ୍ୱର: ରାଉରକେଲାରୁ ଲକ୍ଷାଧିକ ଟଙ୍କାର ନକଲି ନୋଟ୍ ଜବତ ହୋଇଛି । ରାଉରକେଲା ପୋଲିସ ସହାୟତାରେ ଏସଟିଏଫ୍ ସହରର ସେକ୍ଟର-୧୭ ଅଞ୍ଚଳରେ ରେଡ୍ କରିଥିଲା । ରେଡ୍ ବେଳେ ୧୬ ଲକ୍ଷ ୧୧ ହଜାର ଟଙ୍କାର ନକଲି ନୋଟ୍ ଜବତ କରାଯାଇଛି । ମାମଲାରେ STF ଦିଲ୍ଲୀର ଏସକେ ଅହମ୍ମଦଙ୍କୁ ଗିରଫ କରିଛି ।

ଅଭିଯୁକ୍ତ ଏସକେ ଅହମ୍ମଦ ରାଉରକେଲାର ସେକ୍ଟର-୧୭, କ୍ୱାର୍ଟର ନମ୍ବର ସି/୨୩୧ରେ ରହୁଥିଲେ । ତାଙ୍କ ଠାରୁ ନକଲି ନୋଟ୍ ସହ ଗୋଟିଏ ଲାପଟପ୍, ଗୋଟିଏଲ କଲର ପ୍ରିଣ୍ଟର ଏବଂ ଅନ୍ୟ ସାମଗ୍ରୀ ମିଳିଛି । ଏନେଇ ରାଉରକେଲା ସେକ୍ଟର-୧୫ ଥାନାରେ ଏକ ମାମଲା ରୁଜୁ କରାଯାଇଛି ।

୨୦୨୨ ଜୁଲାଇ ସୁଦ୍ଧା ଏସଟିଏଫ୍ ୨୯ ଲକ୍ଷ ୪୧ ହଜାର ଟଙ୍କାର ନକଲି ନୋଟ୍ ଜବତ କରିଥିବା ବେଳେ ୪ ଜଣଙ୍କୁ ଗିରଫ କରିଛି । ଆଜି ଜବତ ହୋଇଥିବା ନକଲି ନୋଟରେ ୫ ଶହ ଟଙ୍କିଆ ନୋଟ୍ ସହ ୨ ହଜାର ଟଙ୍କିଆ ନୋଟ୍ ରହିଛି ।

Leave A Reply

Your email address will not be published.